Advertisement
Photo Details/zeeodisha/odisha1794861
photoDetails0hindi

Snake Bite: ସାପ କାମୁଡ଼ାରେ ଦୁଇ ଭାଇଙ୍କ ମୃତ୍ୟୁ, ଜାଣନ୍ତୁ ସାପ କାମୁଡ଼ିଲେ କ’ଣ ସବୁ ପ୍ରାଥମିକ ପଦକ୍ଷେପ ନେବା ଉଚିତ୍

Snake Bite: ଦେଓଗଡ଼ ଜିଲ୍ଲା ଜଙ୍ଗଲିକୁଦର ଗ୍ରାମରେ ସାପ କାମୁଡ଼ାରେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଭାଇ ଗୋରଙ୍ଗା ଦେହୁରୀ (୧୪) ଓ ସୌଭାଗ୍ୟ ଦେହୁରୀ (୮) ବୋଲି ଜଣାପଡିଛି। ଘରର ଚଟାଣରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ଦୁଇ ଭାଇଙ୍କୁ କାମୁଡି ଦେଇଥିଲା। ଏହାପରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ବେଳେ ଦୁଇ ଭାଭଙ୍କ ମୃତ୍ୟୁ ହୋଇଛି ।

1/6

ବର୍ଷା ଋତୁରେ ସାପ କାମୁଡ଼ିବା ଘଟଣା ଅତି ସାଧାରଣତଃ  ଅଟେ। ଏହି ପ୍ରକାର ଘଟଣା ବିଶେଷ ଭାବେ ବନ୍ୟ ତଥା ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ସାପ କାମୁଡ଼ିବା କାରଣରୁ ଅନେକ ସମୟରେ ବହୁ ଲୋକଙ୍କ ମୃତ୍ୟୁ ମଧ୍ଯ ହୋଇଥାଏ ।

2/6

ସାପ କାମୁଡ଼ିବା ପରେ ଅଧିକାଂଶ ଲୋକ ଭୟଭୀତ ହୋଇଯାଇଥାଆନ୍ତି । ଏହି ସମୟରେ କ’ଣ କରିବା ଉଚିତ୍ ତାହା ବହୁ ଲୋକେ ଜାଣିପାରନ୍ତି ନାହିଁ । ସାପ କାମୁଡ଼ିବା ପରେ କିଛି ଲୋକ ଅନ୍ଧବିଶ୍ୱାସର ଆଶ୍ରୟ ମଧ୍ଯ ନେଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ସାପ କାମୁଡ଼ିବା ସମୟରେ କେଉଁ ସବୁ ପ୍ରାଥମିକ ପଦକ୍ଷେପ ନେବା ଉଚିତ୍ ।

3/6

ଜାଣି ରଖିବା ଉଚିତ୍ ଯେ, ପ୍ରାୟ ୭୦% ସାପ ବିଷାକ୍ତ ହୋଇନଥାଆନ୍ତି । ଏହାର ଅର୍ଥ ଯଦି ଆପଣଙ୍କୁ କୌଣସି ସାପ କାମୁଡ଼ିଛି, ତେବେ ଏହା ଜରୁରୀ ନୁହେଁ ଯେ, ତାହା ବିଷଧର ସାପ ଅଟେ । ତେଣୁ ଏପରି ପରିସ୍ଥିତିରେ ଭୟଭୀତ ହୁଅନ୍ତୁ ନାହିଁ ।

4/6

ସାପ କାମୁଡ଼ିବାର ପରେ ଦେଖାଦେଇଥାଏ ଏହିସବୁ ଲକ୍ଷଣ- ତୀକ୍ଷ୍ଣ ଚିହ୍ନ ବା କ୍ଷତ ଦେଖାଯାଏ । କ୍ଷତ ସ୍ଥାନରୁ ରକ୍ତସ୍ରାବ ହେବା । ସାପ କାମୁଡ଼ା ଚାରିପାଖ ଫୁଲିବା ବା ଲାଲ ପଡ଼ିବା । ଯନ୍ତ୍ରଣା ଅନୁଭୂତ ହେବା । ଚର୍ମ ରଙ୍ଗରେ ପରିବର୍ତ୍ତନ । ଡାଇରିଆ, ଜ୍ୱର, ପେଟ ଯନ୍ତ୍ରଣା ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେବା ।

5/6

ସାପ କାମୁଡ଼ିବା ପରେ କରନ୍ତୁ ଏହି ଉପାୟ- ସାପ କାମୁଡ଼ିବା ବ୍ୟକ୍ତିଙ୍କୁ ଘିଁଅ ଖାଇବାକୁ ଦେବା ସହ ତାଙ୍କୁ ବାନ୍ତି କରାଇବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ବାରା ଶରୀର ଭିତରକୁ ବିଷ ସହଜରେ ବ୍ୟାପି ନଯାଏ । ଏହାସହ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ୧୦ରୁ ୧୫ ଥର ଉଷୁମ ପାଣି ପିଆଇବା ସହ ବାନ୍ତି କରିବାକୁ କୁହନ୍ତୁ । ଏହା କରିବା ଦ୍ବାରା ବିଷର ପ୍ରଭାବ ହ୍ରାସ ହୋଇଥାଏ । ସାପ କାମୁଡ଼ିଥିବା ସ୍ଥାନକୁ ଆଦୌ ହଲାନ୍ତୁ ନାହିଁ।

6/6

ସାପ କାମୁଡ଼ିବା ପରେ ଯଦି ରକ୍ତସ୍ରାବ ହୁଏ ତେବେ ରକ୍ତ ବୋହିବାକୁ ଦିଅନ୍ତୁ । ରକ୍ତସ୍ରାବ ବନ୍ଦ କରିବା ପାଇଁ ବେଟାଡିନର ବ୍ୟବହାର କରନ୍ତୁ । ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଶାନ୍ତ ଓ ଯଥାସମ୍ଭବ ସ୍ଥିର ରଖନ୍ତୁ । କ୍ଷତ ସ୍ଥାନକୁ ପରିଷ୍କାର ବ୍ୟାଣ୍ଡେଜରେ ଢିଲା କରି ବାନ୍ଧନ୍ତୁ।