Advertisement
Photo Details/zeeodisha/odisha2002518
photoDetails0hindi

Health Tips: କର୍କଟ ପାଇଁ ବେଶ ଉପକାରୀ ଏହି ଶାଗ! ଖାଇଲେ ମିଳିଥାଏ ଏହିସବୁ ଲାଭ

Health Tips: ଆରମ୍ଭ ହୋଇଯାଉଛି ଶୀତ ଋତୁ । ଏହି ଋତୁରେ ସବୁଜ ପନିପରିବା ସହ ଶାଗର ଚାହିଦା ମଧ୍ଯ ବେଶ ବଢିଥାଏ । ତେବେ କ’ଣ ଆପ ଜାଣିଛନ୍ତି କି, ଆପଣ ଖାଉଥିବା ସୋରିଷ ଶାଗ ଶରୀର ପାଇଁ କେତେ ଲାଭଦାୟୀ ଅଟେ?

1/5

ସୋରିଷ ଶାଗରେ ପ୍ରଚୁର ପରିମାଣର ପ୍ରୋଟିନ୍ ଓ ଫାଇବର ରହିଥାଏ । ଏହାକୁ ଖାଇବା ଦ୍ବାରା ଅନ୍ତନଳୀରେ ଥିବା ବିଷାକ୍ତ ପଦାର୍ଥ ନିଷ୍କାସନରେ ସାହାଯ୍ୟ କରିଥାଏ ।

2/5

ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ଼ ଶରୀରର ଆଭ୍ୟନ୍ତରୀଣ ଯନ୍ତ୍ରଣାକୁ କମ୍ କରିବା ସହ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

3/5

ସୋରିଷରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଓ ଆଣ୍ଟିଅକ୍ସିଡାଣ୍ଟ କାରଣରୁ ଏହା କର୍କଟ ରୋଗ ସହ ମୁକାବିଲା କରିବାରେ ସହାୟକ ହୋଇପାରେ।

4/5

ଏହି ଶାଗରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଶରୀରକୁ ଆଭ୍ୟନ୍ତରୀଣ ଓ ବାହ୍ୟ ଜୀବାଣୁରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । 

5/5

ସୋରିଷ ଶାଗରେ ପ୍ରଚୁର ପରିମାଣର ଭିଟାମିନ୍ (କେ), (ସି), (ଏ) ଓ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ମହଜୁତ ରହିଥାଏ । ଯାହା ଶରୀରକୁ ସୁସ୍ଥ ରହିବା ପାଇଁ ଖୁବ ଜରୁରୀ ଅଟେ।