Advertisement
photoDetails0hindi

ମଙ୍ଗଳବାର ଭୁଲରେ ବି କରନ୍ତୁ ନାହିଁ ଏସବୁ କାମ, ନଚେତ୍ ଭୋଗିବେ ଏହାର ଖରାପ ପରିଣାମ!

ଯେଉଁ ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଦୁର୍ବଳ, ସେମାନେ ଏହି ଦିନ ବିଶେଷ ଭାବରେ ଭଗବାନ ହନୁମାନଙ୍କୁ ପୂଜା କରିବା ଉଚିତ୍ । ଏହା ମଙ୍ଗଳ ଗ୍ରହକୁ ମଜବୁତ କରେ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କେଉଁ କାମ ନିଷେଧ ଓ ଏହା ପଛର କାରଣ କ’ଣ?

1/7

ନୂଆଦିଲ୍ଲୀ: ହନୁମାନ (Hanuman) ଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ । ସେ ଭକ୍ତର ସମସ୍ତ ଦୁଃଖ କଷ୍ଟକୁ ଦୂର କରନ୍ତି । ଶ୍ରୀରାମଙ୍କ ଭକ୍ତ ଭଗବାନ ହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ । ଏହି ଦିନ ତାଙ୍କର ପୂଜା କଲେ ଭକ୍ତର ସମସ୍ତ ମନବାଞ୍ଛା ପୂରଣ ହୁଏ । କିନ୍ତୁ ଏହି କିଛି କାମ କରିବା ମଧ୍ୟ ଜୀବନରେ ଅସୁବିଧା ଆଣିପାରେ । 

2/7

ଯେଉଁ ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଦୁର୍ବଳ, ସେମାନେ ଏହି ଦିନ ବିଶେଷ ଭାବରେ ଭଗବାନ ହନୁମାନଙ୍କୁ ପୂଜା କରିବା ଉଚିତ୍ । ଏହା ମଙ୍ଗଳ ଗ୍ରହକୁ ମଜବୁତ କରେ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କେଉଁ କାମ ନିଷେଧ ଓ ଏହା ପଛର କାରଣ କ’ଣ?

କ୍ଷୀରରେ ନିର୍ମିତ ଜିନିଷ କିଣନ୍ତୁ ନାହିଁ

3/7
କ୍ଷୀରରେ ନିର୍ମିତ ଜିନିଷ କିଣନ୍ତୁ ନାହିଁ

କ୍ଷୀର ଚନ୍ଦ୍ର ସହିତ ଜଡିତ ଓ ମଙ୍ଗଳ-ଚନ୍ଦ୍ର ପରସ୍ପର ବିପରୀତ ବୋଲି ମନେ କରାଯାଏ । ତେଣୁ କ୍ଷୀରରେ ନିର୍ମିତ ଜିନିଷ ମଙ୍ଗଳବାର ଦିନ କିଣିବା ଉଚିତ୍ ନୁହେଁ ।  ଆହୁରି ମଧ୍ୟ, ହନୁମାନଙ୍କୁ କ୍ଷୀରରେ ତିଆରି ମିଠା ଭୋଗ ପରିବର୍ତ୍ତେ ମଇଦା ଲଡୁ ପ୍ରଦାନ କରିବା ସର୍ବୋତ୍ତମ ହେବ ।

କେଶ ଓ ନଖ କାଟନ୍ତୁ ନାହିଁ

4/7
କେଶ ଓ ନଖ କାଟନ୍ତୁ ନାହିଁ

ମଙ୍ଗଳବାର ଦିନ କେଶ ଓ ନଖ କାଟନ୍ତୁ ନାହିଁ । ଯଦି ଆପଣ ଦାଢୀ ନକରନ୍ତି ତେବେ ଭଲ । ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ କେଶ କାଟିବା ଦ୍ୱାରା ୮ ମାସ ବୟସକୁ ହ୍ରାସ ହୋଇଥାଏ ।

ଏହା ବି ପଢ଼ନ୍ତୁ:-ଭାଙ୍ଗିବ ସିନ୍ଦେ ସରକାର! ବିଜେପି ନେତା ଏକନାଥଙ୍କ ଘନିଷ୍ଠ ସହଯୋଗୀଙ୍କୁ ଦେଲେ ଡ୍ରାଇଭର ଚାକିରିର ଅଫର

ଏହା ବି ପଢ଼ନ୍ତୁ:-ଋଷକୁ ୧ ଲକ୍ଷ ସୈନ୍ୟ ଦେବ ଉତ୍ତର କୋରିଆ! ଜାଣନ୍ତୁ ପୁଟିନଙ୍କ ସହାୟତା ବଦଳରେ କିମ ଜୋଙ୍ଗଙ୍କୁ କ'ଣ ମିଳିବ

ଏହା ବି ପଢ଼ନ୍ତୁ:-ରାଜନୀତିରେ ଏଣ୍ଟ୍ରି ମାରିବେ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ!

 

ଟଙ୍କା କାରବାର କରନ୍ତୁ ନାହିଁ

5/7
ଟଙ୍କା କାରବାର କରନ୍ତୁ ନାହିଁ

ମଙ୍ଗଳବାର ଶୁଭ କାର୍ଯ୍ୟ ପାଇଁ ଏକ ଭଲ ଦିନ କିନ୍ତୁ ଟଙ୍କା କାରବାର କରିବା ଭଲ ନୁହେଁ । ଏହାଦ୍ୱାରା ଅର୍ଥହାନୀ ହୋଇଥାଏ ।

କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ

6/7
କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ

ମଙ୍ଗଳବାର ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ, ଏହା ଶନି ସହିତ ଜଡିତ । ଯେହେତୁ ଶନି ଓ ମଙ୍ଗଳ ଗ୍ରହର ମିଳନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତେଣୁ ଏହି ଦିନ କଳା ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଯଦି ସମ୍ଭବ, ମଙ୍ଗଳବାର ଦିନ ନାଲି ପୋଷାକ ପିନ୍ଧନ୍ତୁ ।

ମଦ୍ୟପାନ ଓ ମାଂସଠାରୁ ଦୂରରେ ରୁହନ୍ତୁ

7/7
ମଦ୍ୟପାନ ଓ ମାଂସଠାରୁ ଦୂରରେ ରୁହନ୍ତୁ

ମଙ୍ଗଳବାର ଦିନ ଅନେକ ସନାତନ ଧର୍ମାଲମ୍ବୀ, ମାଂସ ଏବଂ ମଦଠାରୁ ଦୂରରେ ରୁହନ୍ତି । ଏହି ଦିନ ମାଂସ ଓ ମଦ୍ୟପାନ କରିବା ଆପଣଙ୍କୁ ଏକ ବଡ଼ ଅସୁବିଧାରେ ପକାଇପାରେ ।

(ବି.ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ଲୋକକଥା ଓ ଲୋକଙ୍କ ବିଶ୍ୱାସ ଉପରେ ଆଧାରିତ। ଜି ନ୍ୟୁଜ୍ ଏହା ଉପରେ କୌଣସି ଦାବି କରେ ନାହିଁ।)