Advertisement
photoDetails0hindi

Chief Ministers Property: ନବୀନ-ଯୋଗୀ-କେଜ୍ରିୱାଲ-ନୀତିଶ କେତେ ସମ୍ପତ୍ତିର ମାଲିକ, ଜାଣନ୍ତୁ କିଏ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ

Chief Ministers Property: ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ (Odisha CM) ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (UP CM) ଯୋଗୀ ଆଦିତ୍ୟନାଥ (Yogi Adityanath), ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar), ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ୍ର କେଜ୍ରିୱାଲ (Arvind Kejriwal) ଏବଂ ପଞ୍ଜାବର ମୁଖ୍ୟ (Punjab CM)  ଭଗବନ୍ତ ମାନ (Bhagwant Mann) ପର୍ଯ୍ୟନ୍ତ ସମସ୍ତେ କୋଟିପତି । ଆସନ୍ତୁ ଜାଣିବା କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖରେ କେତେ ସମ୍ପତ୍ତି ଅଛି...

1/13

Chief Ministers Property: ଭାରତରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏପରି ଅଛନ୍ତି ଯେଉଁମାନେ ଧନୀ ନୁହଁନ୍ତି । ନିର୍ବାଚନ ଆୟୋଗରେ ଏହି ନେତାମାନେ ଆଫିଡେଭିଟ୍ ମାଧ୍ୟମରେ ସେମାନଙ୍କର ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ଦେଇଛନ୍ତି । ସୂଚନାନୁସାରେ, ଯଦି ଆମେ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା କରିବା ତେବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ (Andra Pradesh CM) ଜଗନ୍ ମୋହନ ରେଡ୍ଡୀ (Jagan Mohan Reddy)  ଶୀର୍ଷରେ ଅଛନ୍ତି । ଏଥି ସହିତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee) ଙ୍କ ପାଖରେ ସବୁଠାରୁ କମ୍ ସମ୍ପତ୍ତି ରହିଛି । 

2/13

ସେପଟେ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ (Odisha CM) ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (UP CM) ଯୋଗୀ ଆଦିତ୍ୟନାଥ (Yogi Adityanath), ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar), ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ୍ର କେଜ୍ରିୱାଲ (Arvind Kejriwal) ଏବଂ ପଞ୍ଜାବର ମୁଖ୍ୟ (Punjab CM)  ଭଗବନ୍ତ ମାନ (Bhagwant Mann) ପର୍ଯ୍ୟନ୍ତ ସମସ୍ତେ କୋଟିପତି । ଆସନ୍ତୁ ଜାଣିବା କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖରେ କେତେ ସମ୍ପତ୍ତି ଅଛି...

 

୧. ଜଗନ୍ ମୋହନ ରେଡ୍ଡୀ

3/13
୧. ଜଗନ୍ ମୋହନ ରେଡ୍ଡୀ

ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ (Richest Chief Minister) ହେଉଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ (Jagan Mohan Reddy) । ସିଏମ୍ ଜଗନ ମୋହନ ରେଡ୍ଡୀଙ୍କ ୫୧୦ କୋଟି ମୂଲ୍ୟର ଚଳନଶୀଳ ଓ ଅସ୍ଥାବର ସମ୍ପତ୍ତି ଅଛି । ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ସେ ଏହି ସୂଚନା ଦେଇଛନ୍ତି ।

୨. ମମତା ବାନାର୍ଜୀ

4/13
୨. ମମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ସମ୍ପତ୍ତି ମାତ୍ର ୧୬.୭୨ ଲକ୍ଷ ଟଙ୍କା ରହିଛି । ସେ ଗରିବ ମୁଖ୍ୟମନ୍ତ୍ରୀ (Poorest Chief Minister) ଙ୍କ ତାଲିକାରେ ଆଗରେ ଅଛନ୍ତି ।

୩. ନବୀନ ପଟ୍ଟନାୟକ

5/13
୩. ନବୀନ ପଟ୍ଟନାୟକ

ବିଜୁ ଜନତା ଦଳର ମୁଖିଆ (BJD Chief) ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ (Odisha Chief Minister) ନବୀନ ପଟ୍ଟନାୟକ  (Naveen Patnaik) ଙ୍କ ମୋଟ ସମ୍ପତ୍ତି ୬୪,୯୭,୮୯,୨୨୦ କୋଟି ଟଙ୍କା ରହିଛି । ଡିସେମ୍ବର ୩୧, ୨୦୨୧ ସୁଦ୍ଧା ତାଙ୍କ ପାଖରେ ଏତିକି ସମ୍ପତ୍ତି ଥିଲା । ଯାହା ପୂର୍ବ ବର୍ଷ ତୁଳନାରେ ୩୦,୫୪୩ ଟଙ୍କା ହ୍ରାସ ପାଇଛି । ଏଥିରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି ।

 

୩. ଅରବିନ୍ଦ କେଜ୍ରିୱାଲ

6/13
୩. ଅରବିନ୍ଦ କେଜ୍ରିୱାଲ

ଅରବିନ୍ଦ କେଜ୍ରିୱାଲ (Arvind Kejriwal) ମଧ୍ୟ ଜଣେ କୋଟିପତି ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜ୍ରିୱାଲଙ୍କ ୩.୪୪ କୋଟି ଟଙ୍କା ମୂଲ୍ୟର ଚଳନ ଓ ଅସ୍ଥାବର ସମ୍ପତ୍ତି ରହିଛି ।

୪. ପୁଷ୍କର ସିଂ ଧାମି

7/13
୪. ପୁଷ୍କର ସିଂ ଧାମି

ଏଥି ସହିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (Pushkar Singh Dhami) ମଧ୍ୟ କୋଟିପତି ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ୩.୩୪୫ କୋଟି ଟଙ୍କା ରହିଛି ।

୫. ନୀତିଶ କୁମାର

8/13
୫. ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କ ନାମ ମଧ୍ୟ କୋଟିପତି ସିଏମ୍ ତାଲିକାରେ ଅନ୍ତର୍ଭୁକ୍ତ ଅଛି । ନୀତିଶ କୁମାରଙ୍କ ମୋଟ ସମ୍ପତ୍ତି ୩.୦୯ କୋଟି ଟଙ୍କା ରହିଛି ।

୬. ଭଗବନ୍ତ ମାନ

9/13
୬. ଭଗବନ୍ତ ମାନ

ନିର୍ବାଚନ ଆୟୋଗରେ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ ଭଗବନ୍ତ ମାନ (Bhagwant Mann) ମଧ୍ୟ ଜଣେ କୋଟିପତି ମୁଖ୍ୟମନ୍ତ୍ରୀ । ଭଗବନ୍ତ ମାନଙ୍କର ୧.୯୪ କୋଟି ଟଙ୍କା ମୂଲ୍ୟର ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତି ରହିଛି ।

୭. ଯୋଗୀ ଆଦିତ୍ୟନାଥ

10/13
୭. ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ମଧ୍ୟ ଜଣେ କୋଟିପତି ମୁଖ୍ୟମନ୍ତ୍ରୀ । ତାଙ୍କର ସମ୍ପତ୍ତି ୧.୫୪ କୋଟି ଟଙ୍କା ଅଛି । ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ସେ ଏହା କହିଛନ୍ତି ।

୮. ଏନ ବିରେନ ସିଂ

11/13
୮. ଏନ ବିରେନ ସିଂ

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ (N Biren Singh) ମଧ୍ୟ ଜଣେ କୋଟିପତି ସିଏମ୍ । ନିର୍ବାଚନ ଆୟୋଗରେ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ୧.୪୭ କୋଟି ଟଙ୍କା ମୂଲ୍ୟର ଚଳନ ଓ ଅସ୍ଥାବର ସମ୍ପତ୍ତି ରହିଛି ।

ଏହା ବି ପଢ଼ନ୍ତୁ:-ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ମିଳିନି ଅସଲ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାରଣ

ଏହା ବି ପଢ଼ନ୍ତୁ:-ଆଲିଆ ଭଟ୍ଟ ଖୋଲିଲେ ନିଜ ସେକ୍ସ ଲାଇଫର ରହସ୍ୟ, କହିଲେ-ମୁଁ ରଣବୀରଙ୍କ ସହ ବେଡରେ...

ଏହା ବି ପଢ଼ନ୍ତୁ:-ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

୯. ମନୋହର ଲାଲ ଖଟ୍ଟର

12/13
୯. ମନୋହର ଲାଲ ଖଟ୍ଟର

ମନୋହର ଲାଲ ଖଟ୍ଟର (Manohar Lal Khattar) ଦୁଇ ଥର ପାଇଁ ହରିୟାଣାର ସିଏମ୍ ହୋଇଛନ୍ତି । ତାଙ୍କୁ କୋଟିପତି ମୁଖ୍ୟମନ୍ତ୍ରୀ ତାଲିକାରେ ମଧ୍ୟ ସାମିଲ କରାଯାଇଛି । ତାଙ୍କ ପାଖରେ ୧.୨୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଛି ।

୧୦. ପିନାରାଇ ବିଜୟ

13/13
୧୦. ପିନାରାଇ ବିଜୟ

କେରଳ ସିଏମ ପିନାରାଇ ବିଜୟ (Pinarayi Vijayan) ମଧ୍ୟ ଜଣେ କୋଟିପତି ମୁଖ୍ୟମନ୍ତ୍ରୀ । ସୂଚନାନୁସାରେ, ତାଙ୍କର ମୋଟ ସମ୍ପତ୍ତି ହେଉଛି ୧.୧୮ କୋଟି ଟଙ୍କା ।