Advertisement
photoDetails0hindi

Salman Khan : ସଲମାନଙ୍କ ସହ ଛାୟି ଭଳି ରହୁଥିବା ବଡ଼ିଗାର୍ଡ ଶେରାର ମାସିକ ଦରମା କେତେ? ଜାଣନ୍ତୁ

Salman Khan Security: ସଲମାନ ଖାନଙ୍କୁ (Salman Khan)ପୁଣି ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସଲମନଙ୍କ ଟିମ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ବିରୋଧରେ ମୁମ୍ବାଇର ବାନ୍ଦ୍ରା ଥାନାରେ ଅଭିଯୋଗ କରାଯାଇଛି । ଧମକ ପରେ ସଲମାନଙ୍କ ଘର ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସଲମାନଙ୍କୁ ୱାଇ -ପ୍ଲସ ସୁରକ୍ଷା ଯୋଗାଇ ଦେଇଛି ମୁମ୍ବାଇ ପୋଲିସ । ତେବେ, ଆପଣ ଜାଣିଛନ୍ତି କି ସଲମାନ ଖାନ ତାଙ୍କ ସୁରକ୍ଷା ବାବଦରେ (Salman Khan Security)କେତେ କୋଟି ଟଙ୍କା ମାସକୁ ଖର୍ଚ୍ଚ କରନ୍ତି । ସେନେଇ ଆଜି ଆମେ ଆପଣଙ୍କୁ କହିବୁ ।

1/5

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶେରାର ବାର୍ଷିକ ପ୍ୟାକେଜ୍ ହେଉଛି (shera fees)୨ କୋଟି ଟଙ୍କା,ଅର୍ଥାତ ସଲମାନ ଖାନ ତାଙ୍କ ବଡିଗାର୍ଡ ଶେରାଙ୍କୁ ପ୍ରତି ମାସରେ ୧୫ ଲକ୍ଷ ଟଙ୍କା ଦରମା ଦିଅନ୍ତି।

2/5

ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରା ସଲୁମିଆଙ୍କୁ ଭଗବାନ ଭଳି ମାନନ୍ତି । ଏକ ସାକ୍ଷାତକାର ସମୟରେ ଶେରା କହିଥିଲେ ଯେ ମଲିକର ଅର୍ଥ ଗୁରୁ ଏବଂ ମୋ ପାଇଁ ସଲମାନ ଖାନ ସବୁକିଛି । ସେ ମୋର ପରମେଶ୍ୱର।

3/5

ଏକ ସାକ୍ଷାତକାରରେ ଶେରା କହିଥିଲେ ଯେ,ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୁଁ ସଲମାନ ଖାନଙ୍କ ସହ ରହିବି ଏବଂ ଭାଇଙ୍କ ସହ ସବୁଠି ଠିଆ ହେବି।  ତାଙ୍କ ଉପରକୁ  ଯେ କୌଣସି ବିପଦ ଆସିବ ସେ ସବୁକୁ ମୁଁ ପ୍ରଥମେ ସାମ୍ନା କରିବି ବୋଲି ଶେରା କହିଛନ୍ତି । 

4/5

ସଲମାନ ଖାନ ମଧ୍ୟ ଶେରାଙ୍କୁ ଅଧିକ ବିଶ୍ୱାସ କରନ୍ତି । ଏହାପୂର୍ବରୁ ଶେରା ଅନେକ ପ୍ରସିଦ୍ଧ ସେଲିବ୍ରେଟ ମାଇକେଲ ଜ୍ୟାକସନ, ୱିଲ ସ୍ମିଥ(Will Smith) ଓ ପ୍ୟାରିସ ହିଲଟନ(Paris Hilton)ଙ୍କ ସୁରକ୍ଷା ଦାୟିତ୍ବରେ ଅର୍ଥାତ୍ ବଡିଗାର୍ଡ ଥିଲେ ।  

5/5

ଶନିବାର ଦିନ ମଧ୍ୟ ଦବାଙ୍ଗ ଖାନ୍ ଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ହତ୍ୟା ଧମକ ଆସିଛି । ସେହିଭଳି ଗତବର୍ଷ ମଧ୍ୟ ଲରେନ୍ସ ବିଷ୍ଣୁ ଏବଂ ଗୋଲ୍ଡି ବାରଙ୍କ ପକ୍ଷରୁ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ପରେ ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ  ମିଳିଥିଲା ।