Advertisement
photoDetails0hindi

Public Toilet: ସୁଲଭ ଶୌଚାଳୟ ବ୍ୟବହାର କଲେ ହୋଇଥାଏ କି ପ୍ରାଇଭେଟ୍ ପାର୍ଟରେ ସଂକ୍ରମଣ? ଜାଣନ୍ତୁ ସତ୍ୟତା

Public Toilet: ସୁଲଭ ଶୌଚାଳୟ ବା ପବ୍ଲିକ୍ ଟଏଲେଟ୍ ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ, କାରଣ ଏହି ଶୌଚାଳୟରେ ଅନେକ ପ୍ରକାରର ଜୀବାଣୁ ଥିବାର ସମ୍ଭାବନା ଅଧିକ ରହିଛି।

1/5

Public Toilet Side Effects: ଆପଣ ଯଦି ସୁଲଭ ଶୌଚାଳୟ ବ୍ୟବହାର କରୁଥାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଆପଣ ଜାଣନ୍ତି କି ସୁଲଭ ଶୌଚାଳୟ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ମଧ୍ୟ ହୋଇପାରେ । ସୁଲଭ ଶୌଚାଳୟ ବ୍ୟବହାର କରୁଥିବା ବ୍ୟକ୍ତିମାନେ ସଂକ୍ରମଣ ହୋଇପାରନ୍ତି ।

2/5

ସୁଲଭ ଶୌଚାଳୟରେ ସଂକ୍ରମଣ କେବଳ ଶୌଚାଳୟ ଆସନରୁ ବିସ୍ତାର ହେବାର ଆଶଙ୍କା ନାହିଁ । ବରଂ କବାଟ, ଟଏଲେଟ୍ ପେପର ଓ ସେଠାରେ ଥିବା ସାବୁନରୁ ମଧ୍ୟ ସଂକ୍ରମଣ ହୋଇପାରେ । ସୁଲଭ ଶୌଚାଳୟ ବ୍ୟବହାର କରି ହେପାଟାଇଟିସ୍ ଏ, ଇ କୋଲି, ଷ୍ଟ୍ରେପଟୋକୋକସ୍ ପରି ଜୀବାଣୁଙ୍କ ଉପସ୍ଥିତି ହେବାର ସମ୍ଭାବନା ବହୁତ ଅଧିକ ।

3/5

ସୁଲଭ ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଷ୍ଟ୍ରେପଟୋକୋକସ୍ ସଂକ୍ରମଣ ହୋଇପାରେ । ଏହାକୁ ଷ୍ଟ୍ରେପ୍ କୁହାଯାଏ । ଏହା ଏକ ପ୍ରକାର ଜୀବାଣୁ । ଏହା ମଇଳା ଶୌଚାଳୟର ବ୍ୟବହାର ଦ୍ୱାରା ବିସ୍ତାର ହୋଇପାରେ । ଏହା ଦ୍ୱାରା ଗଳା ସଂକ୍ରମଣ, ଲାଲ ଜ୍ୱର ଓ ଚର୍ମ ସଂକ୍ରମଣ ଇତ୍ୟାଦି ହୋଇଥାଏ ।

4/5

ସୁଲଭ ଶୌଚାଳୟ ବ୍ୟବହାର କରିବା ଦ୍ୱାରା ପ୍ରାଇଭେଟ୍ ପାର୍ଟ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଏହା ସହିତ, ଯୌନାଙ୍ଗରେ କ୍ଷତ ହେବାର ସମ୍ଭାବନା ମଧ୍ୟ ବହୁତ ବଢିଥାଏଥାଏ । ଏପରି ପରିସ୍ଥିତିରେ, ଯେତେ ସମ୍ଭବ ସୁଲଭ ଶୌଚାଳୟ ବ୍ୟବହାର କରିବା ଠାରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ ଓ ଯଦି ଅନ୍ୟ କୌଣସି ବିକଳ୍ପ ନାହିଁ, ତେବେ କେବଳ ପରିଷ୍କାର ଥିବା ଶୌଚାଳୟ ବ୍ୟବହାର କରନ୍ତୁ ।

5/5

ସୁଲଭ ଶୌଚାଳୟ ଗୁଡିକ ପ୍ରାୟତଃ ମଇଳା ଦେଖାଯାଏ ଓ ମଇଳା ଶୌଚାଳୟଗୁଡିକ ସଂକ୍ରମଣର କାରଣ ହୋଇପାରେ । ଏହାର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ବାନ୍ତି ଓ ପେଟ ଯନ୍ତ୍ରଣା । ଶୌଚାଳୟ ବ୍ୟବହାର କରିବା ପୂର୍ବରୁ ଫ୍ଲାଶ୍ କରନ୍ତୁ ଓ ଟଏଲେଟ୍ ପେପରରେ ପୋଛି ଦିଅନ୍ତୁ । କେବଳ ପାଣିରେ ହାତ ଧୋଇବା ପରିବର୍ତ୍ତେ, ଏକ ଭଲ ଆଣ୍ଟି-ବ୍ୟାକ୍ଟେରିଆ ସାବୁନ୍ କିମ୍ବା ଲିକ୍ଯୁଇଡ୍ ବ୍ୟବହାର କରନ୍ତୁ ।