Advertisement
photoDetails0hindi

Ration card: ରାସକାର୍ଡ଼ ଧାରୀଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ମିଳିବ ଅଧିକ ରାସନ!

Free Ration scheme: ଗରିବ ଓ ଅଭାବୀ ଲୋକଙ୍କୁ କେନ୍ଦ୍ର (Modi Government) ଓ ରାଜ୍ୟ ସରକାର ମାଗଣା ରାସନ ଯୋଗାଇ ଆସୁଛନ୍ତି । ତେବେ ରାସନ କାର୍ଡ଼ଧାରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି କାର୍ଡ଼ଧାରୀ(Ration Cardholder) ମାନେ ଅଧିକ ରାସନ ପାଇବେ । ଏନେଇ ଘୋଷଣା କରିଛନ୍ତି ସରକାର ।

1/5

ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥାଏ । ଯାହାଦ୍ବାରା ଲୋକେ ଅନେକ ସୁବିଧା ପାଇଥାଆନ୍ତି। ବର୍ତ୍ତମାନ ଆପଣ ସରକାରଙ୍କ ଠାରୁ ୧ କିଲୋ ଚାଉଳ ଅଧିକ ମିଳିବ ।

2/5

ହିମାଚଳ ସରକାର ରାଜ୍ୟର ଏପିଏଲ ରାସନକାର୍ଡ଼ ଧାରୀଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଏଣିକି ଏପିଏଲ ରାସନ କାର୍ଡ଼ ଧାରୀମାନେ ୧ କିଲୋଗ୍ରାମ ଅଧିକ ଚାଉଳ ପାଇବେ। ମାର୍ଚ୍ଚ ୧, ୨୦୨୩ରୁ ଏହି ଲାଭ ଉଠାଇ ପାରିବେ । ଏହି କାର୍ଡ଼ ଧାରୀମାନେ ପୂର୍ବରୁ ୭ କିଲୋ ଚାଉଳ ପାଉଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ପରେ ୮ କିଲୋଗ୍ରାମ ଚାଉଳ ପାଇବେ କାର୍ଡ଼ଧାରୀ ।

3/5

ରାଜ୍ୟର ୧୨ ଲକ୍ଷରୁ ଅଧିକ ଉପଭୋକ୍ତା ମାନଙ୍କୁ କିଲୋପ୍ରତି ୧୦ ଟଙ୍କା ଦେବାକୁ ପଡ଼ିବ । ରାଜ୍ୟରେ ସରକାରୀ ରାସନର ଲାଭ ଉଠାଉଥିବା ଉପଭୋକ୍ତା ମାନଙ୍କୁ ଦୁଇଟି ଶ୍ରେଣୀରେ ବଣ୍ଟା ଯାଇଛି । ଏଥିରେ ଏପିଏଲ(APL) କାର୍ଡ଼ଧାରୀ ମାନେ ପ୍ରଥମ ବର୍ଗର ହୋଇଥିବା ବେଳେ ବିପିଏଲ(BPL) କାର୍ଡ଼ଧାରୀ ମାନେ ଦ୍ବିତୀୟ ବର୍ଗରେ ଆସନ୍ତି ।

4/5

ପ୍ରକାଶ ଥାଉ କି, ଉଭଯ APL ଓ BPL ବର୍ଗର କାର୍ଡଧାରୀଙ୍କୁ ମିଳୁଥିବା ରାସନ ପରିମାଣରେ ଏକ ପାର୍ଥକ୍ୟ ରହିଥାଏ । ଯେମିତି କି, ବିପିଏଲ୍ କାର୍ଡଧାରୀ ମାନେ APL କାର୍ଡଧାରୀଙ୍କ ଅପେକ୍ଷା ଶସ୍ତା ଦରରେ ରାସନ ପାଆନ୍ତି ।  

5/5

ରାଜ୍ୟରେ ବିପିଏଲ୍ କାର୍ଡଧାରୀଙ୍କୁ ଗହମ, ଡାଲି, ତେଲ, ଚିନି, ଲୁଣ, ଚାଉଳ ଇତ୍ୟାଦି ଖାଦ୍ୟ ସାମଗ୍ରୀ ଶସ୍ତା ଦରରେ ଦିଆଯାଇଥାଏ ।