Advertisement
photoDetails0hindi

Weird news: ବିବାହ କରି ୨ ସନ୍ତାନର ପିତା ମାତା ଥିଲେ କପଲ୍, ହଠାତ୍ ଜାଣିବାକୁ ପାଇଲା ଯେ ଉଭୟ ଭାଇ ଓ ଭଉଣୀ!

Brother Sister as Husband and wife: ଏହା ଏମିତି ଏକ କାହାଣୀ ଯାହୁ ଶୁଣି ଆପଣ ବିଶ୍ବାସ କରିପାରିବେନି ବା ଶୁଣିବା ପରେ ଦ୍ବନ୍ଦରେ ପଡ଼ିଯିବେ । ବିବାହର ଛଅ ବର୍ଷ ପରେ ଗୋଟେ ଦମ୍ପତ୍ତି ଜାଣିବାକୁ ପାଇଲେ ଯେ ସେମାନେ ପ୍ରକୃତରେ ଭାଇ ଓ ଭଉଣୀ । ଯେତେବେଳେ ସେମାନେ ଏହି ବିଷୟରେ ଜାଣିଲେ ସେମାନଙ୍କ ହୋସ ଉଡ଼ିଗଲା । ଯଦିଓ ପରେ ସେମାନେ କିଛି କରିପାରିନଥିଲେ କାରଣ ଏଥିରେ ସେମାନଙ୍କର କୌଣସି ଭୁଲି ନଥିଲା ।

1/5

ଦୁନିଆରେ ଏପରି ଅନେକ ମାମଲା ସାମ୍ନାକୁ ଆସିଥାଏ ଯେଉଁଥିରେ ଭାଇ ଭଉଣୀ ପରସ୍ପର ପାର୍ଟନର ହୋଇଥାଆନ୍ତି। ଆଉ କେତେକ ଦେଶର ତ ଭାଇ ଭଉଣୀଙ୍କ ବିବାହ ନେଇ ରୀତିନୀତି ଓ ପରମ୍ପରା ମଧ୍ଯ ରହିଛି । ନିକଟରେ ପୁଣି ଥରେ ଏମିତି ଏକ ମାମାଲା ସାମ୍ନାକୁ ଆସିଛି । ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୋଟଏ ଦମ୍ପତ୍ତି ୬ ବର୍ଷ ପୂର୍ବେ ବିବାହ କରିଥିଲେ, ଆଉ ସେତେବେଳେ ସେମାନେ ଜାଣିନଥିଲେ କି ସେମାନେ ପ୍ରକୃତରେ ଭାଇ ଭଉଣୀ ଅଟନ୍ତି । ଦୁଇଟି ସନ୍ତାନ ହେବା ପରେ ଦମ୍ପତ୍ତି ଏହା ଜାଣିବାକୁ ପାଇଥିଲେ।

2/5

ବାସ୍ତବରେ, ଉଭୟ ପିଲା ଦିନରେ ଅଲଗା ହୋଇଯାଇଥିଲେ । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ଜନ୍ମ ହେବା ପରେ କୌଣସି କାରଣରୁ ସେ ନିଜ ପିତାମାତାଙ୍କଠାରୁ ଅଲଗା ହୋଇଯାଇଥିଲେ । ସେହି ସମୟରେ ଉକ୍ତ ସହରର ଆଉ ଜଣେ ବ୍ୟକ୍ତି ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ତେବେ ଏକ ମିଡ଼ିଆରେ ଦମ୍ପତ୍ତି ନିଜେ ଏନେଇ ଖୁଲାସା କରିଛନ୍ତି । ଯଦିଓ ତାଙ୍କ ପରିଚୟ ଗୁପ୍ତ ରଖାଯାଇଛି ।

3/5

ବଡ଼ ହେବା ପରେ ଯୁବକ ଜଣଙ୍କ ନିଜ ସହରର ଏକ ଯୁବତୀଙ୍କୁ ବିବାହ କରିଥିଲେ । ସେ ବିବାହ କରିଥିବା ଯୁବତୀ ଜଣଙ୍କ ତାଙ୍କ ଜନ୍ମ କଲା ମାଆ ଓ ବାପାଙ୍କ ଜନ୍ମିତ ସନ୍ତାନ ଥିଲେ । ବିବାହର ୬ ବର୍ଷ ପରେ ସେମାନେ ଭାଇ ଭଉଣୀ ବୋଲି ଜାଣିବାକୁ ପାଇଥିଲେ ।

4/5

ଘଟଣାଟି ଏପରି ଘଟିଥିଲା ଯେ, ମହିଳା ଜଣଙ୍କ ଏକ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ କିଡ଼ନୀ ପ୍ରତିରୋପଣ ନେଇ ଆବଶ୍ୟକ ପଡ଼ିଥିଲା । ଏନେଇ ତାଙ୍କ ପରିବାର ସଦସ୍ୟ ଟେଷ୍ଟ କରିଥିଲେ । କିନ୍ତୁ କିଡ଼ନୀ ଦାନ ପାଇଁ କୌଣସି କିଡ଼ନୀ ମେଳ ଖାଇନଥିଲା । ପରେ ଯେତେବେଳ ସ୍ବାମୀ ଟେଷ୍ଟ କରାଇଥିଲେ ରିପୋର୍ଟ ଦେଖି ଚମକି ପଡ଼ିଥିଲେ ଡ଼ାକ୍ତର ।

5/5

ଡାକ୍ତରଙ୍କ କହିବା ଅନୁଯାୟୀ, ଉଭୟଙ୍କ ମେଳ ପୂରା ଭାଇ ଓ ଭଉଣୀଙ୍କ ଭଳି ଅଟେ। ପରେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଡ଼କାଯାଇ ସନ୍ଧାନ ଆରମ୍ଭ କରାଯାଇଥିଲା । ଶେଷରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଅବଶ୍ୟ ବହୁ ସମୟ ପରେ ସେମାନେ ଏହା ଜାଣିବାକୁ ପାଇଲା ।