Advertisement
Photo Details/zeeodisha/odisha2348891
photoDetails0hindi

August Grah Gochar 2024: ଅଗଷ୍ଟ ମାସରେ ଏହିସବୁ ରାଶି ଉପରେ ରହିବ ଶନି-ସୂର୍ଯ୍ୟଙ୍କ କୋପ, ବିଗିଡି଼ବ ଆର୍ଥିକ ଅବସ୍ଥା ସହ ଦେଖାଦେବ...

August Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ଆସନ୍ତା ଅଗଷ୍ଟ ମାସରେ ମଧ୍ୟ କିଛି ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅଗଷ୍ଟ ୧୬ରେ ସୂର୍ଯ୍ୟ ସିଂହ ରାଶିକୁ ଚଳନ କରିବାକୁ ଥିବା ବେଳେ ଆସନ୍ତା ମାସ ୨୨ ରେ ବୁଧ କର୍କଟରେ ପ୍ରବେଶ କରିବେ। ଅଗଷ୍ଟ ୨୪ରେ ଶୁକ୍ର କନ୍ୟା ରାଶିକୁ ଚଳନ କରିବେ। ଆସନ୍ତା ମାସରେ ମଧ୍ୟ ସୂର୍ଯ୍ୟ-ଶନିଙ୍କର ଅପୂର୍ବ ମିଳନ (Samsaptaka Yoga) ସାମସପ୍ତକ ଯୋଗ ସୃଷ୍ଟି କରୁଛି। ସିଂହ ରାଶିର ସପ୍ତମ ଘରେ ଏହି ଯୋଗ ସୃଷ୍ଟି ହେଉଥିବାରୁ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ଯାହା ଫଳରେ ଏହି ରାଶିର ଲୋକମାନେ କ୍ୟାରିୟର ଅସଫଳତା ପାଇବା ସହ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ । ତେବେ, ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କୁ ଆସନ୍ତା ମାସ ସତର୍କତାର ସହ ଚଳିବାକୁ ପଡି଼ବ।...

1/4

ମେଷ: ଆସନ୍ତା ମାସ ସାମସପ୍ତକ ଯୋଗର କୁ-ପ୍ରଭାବ ଏହି ରାଶି ଉପରେ ଦେଖିବାକୁ ମିଳିବ। ସୂର୍ଯ୍ୟ ଏହି ରାଶିର ପଞ୍ଚମ ଓ ମଙ୍ଗଳ ଏହି ରାଶିର ତୃତୀୟ ଘରେ ଚଳନ କରିବାକୁ ଥିବାରୁ କ୍ୟାରିୟରରେ ଅନେକ  ଉତ୍ଥାନ ପତନର ସାମ୍ନା କରିବେ। କାର୍ଯ୍ୟାଳୟରେ ହେବାକୁ ଥିବା ପଦୋନ୍ନତି ଅଟକିପାରେ। କଠିନ ପରିଶ୍ରମର ଫଳ ମିଳିବ ନାହିଁ। ବ୍ୟବସାୟୀମାନ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ମାନ୍ଦା ରହିବ। ସ୍ବଳ୍ପ ମିଆଦି ବିନିଯୋଗରୁ ଦୂରେଇ ରୁହନ୍ତୁ।  ନଚେତ୍ କ୍ଷତି ସହି ପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହେବେ। କୌଣସି ପ୍ରକାର ଅସ୍ତ୍ରୋପ୍ରଚାର ହେବାର ସମ୍ଭାବନା ରହିଛି। 

ALSO READ: Surya Grahan 2025: ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ, ୨୦୨୫ରେ ଏହି ୪ ରାଶି ହେବେ ସବୁଠୁ ଧନୀ!

2/4

କନ୍ୟା:  ସୂର୍ଯ୍ୟ-ଶନିଙ୍କର କୋପ ଦୃଷ୍ଟି ଏହି ରାଶି ଉପରେ ରହିବ। ସୂର୍ଯ୍ୟ ଏହି ରାଶିର ଦ୍ବଦଶ ଘରେ ଚଳନ କରିବେ। ଏଭଳି ସ୍ଥିତିରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ଆୟ ବୃଦ୍ଧି ପାଇବ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ପ୍ରେମ ଜୀବନରେ ଫାଟ ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନରେ ଝଡ଼ ଉଠିବ। ପାରିବାରିକ ଅଶାସ୍ତି ଲାଗି ରହିବ। 

3/4

ମକର:  ଆସନ୍ତା ମାସ ଏହି ରାଶିର ଲୋକଙ୍କୁ ଜଗିରଖି ଚଳିବାକୁ ପଡି଼ବ। ଏହି ରାଶିର ଲୋକଙ୍କୁ ସରକାରୀ କାର୍ଯ୍ୟରେ ବିଳମ୍ବ ହୋଇପାରେ। ଛୋଟମୋଟ କାର୍ଯ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । କର୍ମକ୍ଷେତ୍ରରେ ଅଯଥା ବିବାଦରେ ଫସିବେ।  ଯେପରିକି କୌଣସି ପ୍ରକାର ଆଖି ରୋଗ, ସଂକ୍ରମଣ,ଜ୍ବାର ଭଳି  ସ୍ବାସ୍ଥ୍ୟଗତ ସମସ୍ୟା  ଦେଖାଦେବ। ବ୍ୟବସାୟୀମାନଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ। ଶତ୍ରୃଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି । ତେଣୁ ସତର୍କତାର ସହ ଚଳନ୍ତୁ। 

4/4

ମୀନ:  ସାମସପ୍ତକ ଯୋଗର ପ୍ରଭାବ  ଏହି ରାଶି ଉପରେ ଲୋକେ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବେ। କାହିଁକିନା ସୂର୍ଯ୍ୟ ଏହି ରାଶିର ଷଷ୍ଠ ଘରେ ରହିବେ। ଏହି ସମୟରେ ଆପଣ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଅସଫଳତାର ସାମ୍ନା କରିବେ। କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ ନାହିଁ।  ଏହି ଅବଧି ମଧ୍ୟରେ ଧାର-କରଜ କରିପାରନ୍ତି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)