Advertisement
Photo Details/zeeodisha/odisha1762580
photoDetails0hindi

Team India New Chief Selector: ଏହି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ହୋଇପାରନ୍ତି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା !

Team India New Chief Selector: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ଖୁବଶୀଘ୍ର ଭାରତୀୟ କ୍ରିକେଟ୍ ଦଳର (Team India New Chief Selector) ମୁଖ୍ୟ ଚୟନକର୍ତ୍ତା ହୋଇପାରନ୍ତି । ଏନେଇ ସବୁଜ ସଙ୍କେତ ମିଳି ସାରିଲାଣୀ । ନିକଟରେ ଚେତନ ଶର୍ମା, ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଥିଲେ । ଫଳରେ ଏହି ପଦବୀଟି ଦିର୍ଘ ଦିନ ହେବ ଖାଲି ପଡିଛି ।

1/5

ତେବେ ବିଧିବଦ୍ଧ ଭାବେ ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା ହୋଇନଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ହୋଇଥିବା ଟ୍ୱିଟ୍ ଟୁଇଷ୍ଟ ଆଣିଛି । ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ ପଦରୁ ଅଜିତ୍ ଅଗରକର ଇସ୍ତଫା ଦେଇଥିବା ଫ୍ରାଞ୍ଚାଇଜ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।

2/5

ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି। ଖୁବ୍ ଶୀଘ୍ର ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରିପାରନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ ବୋଲର ଅଜିତ ଅଗରକର (Former all rounder Ajit Agarkar) ଭାରତୀୟ ଦଳ ପାଇଁ ଅନେକ ମ୍ୟାଚ୍ ଖେଳିଛନ୍ତି । ୨୦୦୭ରେ ଟି -୨୦ ବିଶ୍ୱକପରେ ଚାମ୍ପିଅନ୍ ଦଳର ଏକ ଅଂଶ ମଧ୍ୟ ରହିଛନ୍ତି।

3/5

ଭାରତୀୟ ଦଳର ପୂର୍ବତନ ଖେଳାଳି ଅଜିତ ଅଗରକର ଟିମ୍ ଇଣ୍ଡିଆର ଅନେକ ମ୍ୟାଚ୍ ଜିତିଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଅଜିତ ଅଗରକର ୨୦୦୭ରେ  ହୋଇଥିବା ଟି -୨୦ ବିଶ୍ୱକପ୍‌ର ଏକ ଅଂଶ  । ଏବଂ ଅଜିତ ଅଗରକର ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 

 

4/5

ଯଦି ଆମେ ଅଜିତ ଅଗରକରଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ବିଷୟରେ ଆଲୋଚନା କରିବା, ତେବେ ଅଜିତ ଅଗରକର ODI ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ୧୯୧ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୧୨୬୯ ରନ୍ ସଂଗ୍ରହ କରି ୨୮୮ ୱିକେଟ୍ ନେଇଛନ୍ତି।

5/5

ଅଜିତ ଅଗରକର ଟିମ୍ ଇଣ୍ଡିଆ ପାଇଁ ୨୬ଟି ଟେଷ୍ଟ ମ୍ୟାଚ୍ ଖେଳିବାରେ ସଫଳ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ସେ ୫୭୧ ରନ୍ ଏବଂ ୫୮ ୱିକେଟ୍ ନେଇଛନ୍ତି। ଏଥି ସହ ଅଜିତ ଅଗରକର ଭାରତୀୟ ଦଳ ପାଇଁ ଚାରୋଟି ଟି -୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୩ ୱିକେଟ୍ ନେଇଛନ୍ତି।