Advertisement
Photo Details/zeeodisha/odisha1762598
photoDetails0hindi

Palak Kishori: କିଏ ଏହି ପଲକ କିଶୋରୀ ଯିଏ ଜୟା କିଶୋରୀଙ୍କଠାରୁ କରନ୍ତି ଅଧିକ ରୋଜଗାର!

Palak Kishori: ପ୍ରବଚିକା ଜୟା କିଶୋରୀଙ୍କୁ କିଏ ବା ନ ଜାଣେ । ତାଙ୍କର ପ୍ରେରଣାଦାୟୀ ବଚନ ଓ ଶ୍ରୀମଦ୍ ଭଗବଦ୍ ଗୀତା ପାଠ ଯୋଗୁଁ ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ତେବେ ନିକଟରେ କମ୍ ବୟସ୍କା ପ୍ରବଚିକା ପଲକ କିଶୋରୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏମିତି କି, ଲୋକେ ତାଙ୍କୁ ଦ୍ୱିତୀୟ ଜୟା କିଶୋରୀ ବୋଲି କହିବା ମଧ୍ଯ ଆରମ୍ଭ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ପଲକ କିଶୋରୀ ।

1/5

ମଧ୍ୟପ୍ରଦେଶ ରେୱା ସହରର ବାସିନ୍ଦା ପଲକ କିଶୋରୀଙ୍କୁ ମାତ୍ର ୧୭ ବର୍ଷ ବୟସ ଅଟେ । ବର୍ତ୍ତମାନ ଏହି କମ୍ ବୟସ୍କା ପ୍ରବଚିକାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

2/5

ଦ୍ୱାଦଶ ଶ୍ରେଣୀର ଛାତ୍ରୀ ପଲକ କିଶୋରୀ ବର୍ତ୍ତମାନ କୁନି ପ୍ରବଚିକା ଭାବେ ସାରା ଦେଶରେ ପରିଚିତ । ତାଙ୍କର ଭାଗବତ କଥା ଶୁଣିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ।

3/5

ପଲକ କିଶୋରୀ କୁହନ୍ତି ଯେ, ‘ମୁଁ ଜୟ କିଶୋରୀଙ୍କ ଭଗବତ ପାଠ ଦେଖି ଅନୁପ୍ରାଣିତ ହୋଇଥିଲି । ତାଙ୍କ ମାର୍ଗଦର୍ଶନରେ ମୁଁ ବର୍ତ୍ତମାନ ଭାଗବତ ପାଠ କରିବାକୁ ସକ୍ଷମ ହୋଇଛି। ଅନେକ ଲୋକ କୁହନ୍ତି ମୁଁ ଠିକ୍ ଜୟା କିଶୋରୀ ପରି’ ।

4/5

ଜୟା କିଶୋରୀଙ୍କୁ ଆଦର୍ଶ ମାନୁଥିବା ପଲକ କୋରୋନା କାଳରେ ତାଙ୍କ ଭିଡ଼ିଓ ଦେଖି ଭାଗବତ ପାଠ ଶିଖିଥିଲେ । ସେ ଏ ନେଇ କୌଣସି ବୃତ୍ତିଗତ ଅଧ୍ୟୟନ କରିନାହାନ୍ତି ବୋଲି କହିଛନ୍ତି ।

5/5

ବାସ୍ତବରେ, ୨୦୨୧ ମସିହା ନବରାତ୍ରୀ ଅବସରରେ ପଲକ ପ୍ରଥମ ଥର ଭଗବାନ କୃଷ୍ଣଙ୍କ ଉପରେ ଦୁଇ ଘଣ୍ଟାର କାହାଣୀ କହିଥିଲେ, ଯାହା ସେଠାରେ ଥିବା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ବାସ୍ ସେବେଠାରୁ ତାଙ୍କର ଏହି ଯାତ୍ରା ଲାଗି ରହିଛି ।