Advertisement
Photo Details/zeeodisha/odisha1173702
photoDetails0hindi

ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଏହି ୭ଟି ଜବରଦସ୍ତ ଲାଭ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ବହୁତ ଲାଭଦାୟକ

ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଉପକାର ମିଳିଥାଏ  । ଏହା ତ୍ୱଚା, ଆଖି ଓ ମସ୍ତିସ୍କ ଲାଗି ଅତ୍ୟନ୍ତ ଉପଯୋଗୀ । ତେବେ ଆସନ୍ତୁ ଜାଣିବା  ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।

1/8

ନାଭି (Navel) ଶରୀରର କେନ୍ଦ୍ରବିନ୍ଦୁ ହୋଇଥାଏ । ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ନିହାତି ତେଲ (Oil) ଲଗାନ୍ତୁ । ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଉପକାର ମିଳିଥାଏ  । ଏହା ତ୍ୱଚା, ଆଖି ଓ ମସ୍ତିସ୍କ ଲାଗି ଅତ୍ୟନ୍ତ ଉପଯୋଗୀ । ତେବେ ଆସନ୍ତୁ ଜାଣିବା  ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।

2/8

୧. ନାଭିରେ ତେଲ ଲଗାଇବା ଦ୍ୱାରା ଫଟା ଓଠ କୋମଳ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଅଳ୍ପ ସୋରିଷ ତେଲ ଉଷୁମ କରିନିଅନ୍ତୁ । ଏହାପରେ ଏହାକୁ ନାଭିରେ ଲଗାନ୍ତୁ । ଆଖିକୁ ଆରାମ ମିଳିଥାଏ ଏବଂ ଜ୍ୱଳନ, ବ୍ୟଥାର କଷ୍ଟ ଦୂର ହୋଇଯାଏ ।

3/8

୨. ଶରୀରର କୌଣସି ଅଂଶରେ ଫୁଲିଗଲେ ଆପଣ ନାଭିରେ ହାଲୁକା ଗରମ ସୋରିଷ ତେଲ ଲଗାଇ ଦିଅନ୍ତୁ । ତେଲ ଲଗାଇବା ଦ୍ୱାରା ଫୁଲିବା ତୁରନ୍ତ ଦୂର ହୋଇଯିବ ଓ ବ୍ୟଥାରୁ ମଧ୍ୟ ଆରାମ ମିଳିବ ।

4/8

୩. ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ସୋରିଷ ତେଲ ଲଗାନ୍ତୁ । ଏହା ଚେହେରାର ଉଜ୍ଜଳତା ବଢାଏ । ଏହାସହ ବ୍ରଣ ଓ କଳା ଦାଗ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଏ ।

5/8

୪. ପେଟ ବ୍ୟଥା ହେଲେ ନାଭିରେ ନଡ଼ିଆ ତେଲ ଲଗାନ୍ତୁ । ନଡ଼ିଆ ତେଲ ନାଭିରେ ଲଗାଇବା ଦ୍ୱାରା ପେଟ ବ୍ୟଥାରୁ ଆରାମ ମିଳିବ । କେବଳ ଏତିକି ନୁହେଁ ନାଭିରେ ତେଲ ଲଗାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ମଜବୁତ ହେବ ।

6/8

୫. ଚେହେରାରେ ବାରମ୍ବାର ବ୍ରଣ ହେଲେ ନାଭିରେ ନିମ ତେଲ ଲଗାନ୍ତୁ । ନିମ ତେଲ ନାଭିରେ ଲଗାଇଲେ ବ୍ରଣ ଆସିବା ବନ୍ଦ ହୋଇଯିବ ଓ ଏହି କାରଣରୁ ଚେହେରାରେ ଥିବା କଳା ଦାଗ ମଧ୍ୟ ଦୂର ହୋଇଯିବ ।

7/8

୬. ମହିଳା ମାନଙ୍କର ହରମୋନ ସାଧାରଣତଃ ଅସନ୍ତୁଳିତ ହୋଇଯାଏ । ହରମୋନ ଅସନ୍ତୁଳିତ ହେବାମାତ୍ରେ ଆପଣ ନାଭିରେ ସୋରିଷ ତେଲ ଲଗାନ୍ତୁ । ସୋରିଷ ତେଲ ନାଭିରେ ଲଗାଇବା ଦ୍ୱାରା ହରମୋନ ସନ୍ତୁଳିତ ହୋଇଯାଏ  ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଏହି ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା!

ଏହା ବି ପଢ଼ନ୍ତୁ:-ସୁଧୁରିବାର ନାଁ ଧରୁନି ଉତ୍ତର କୋରିଆ, ପରମାଣୁ ଆକ୍ରମଣର ଧମକ ପରେ ପୁଣି ମାଡ଼ କଲା ମିସାଇଲ

ଏହା ବି ପଢ଼ନ୍ତୁ:-ଖୁସି ଖବର: ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨-୨ ହଜାର ଟଙ୍କା ପଠାଇଲେ ରାଜ୍ୟ ସରକାର

8/8

୭. ଡାଇରିଆ ସମସ୍ୟା ହେଲେ ନାଭିରେ ଯଦି ନଡ଼ିଆ ତେଲ ଲଗାଯାଏ ତାହାଲେ ଡାଇରିଆରୁ ମୁକ୍ତି ମିଳିବ । ଡାଇରିଆ ହେଲେ ନଡ଼ିଆ ତେଲ ନିଜ ନାଭିରେ ଲଗାଇ ଦିଅନ୍ତୁ । ନାଭିରେ ନଡ଼ିଆ ତେଲ ଲଗାଇଲେ ଡାଇରିଆର କଷ୍ଟରୁ ଆରାମ ମିଳିଥାଏ ।