ଅଶ୍ୱଗନ୍ଧାର ଚମତ୍କାରୀ ଲାଭ ବିଷୟରେ ଜାଣିଲେ ତୁରନ୍ତ ଡାଏଟରେ ସାମିଲ କରିବେ
Advertisement
Article Detail0/zeeodisha/odisha608805

ଅଶ୍ୱଗନ୍ଧାର ଚମତ୍କାରୀ ଲାଭ ବିଷୟରେ ଜାଣିଲେ ତୁରନ୍ତ ଡାଏଟରେ ସାମିଲ କରିବେ

ଅଶ୍ୱଗନ୍ଧାରେ ବିଶେଷ ଅର୍କ ରହିଥାଏ, ଯାହା ମସ୍ତିସ୍କର କାର୍ଯ୍ୟକ୍ଷମ ଶକ୍ତିକୁ ବୃଦ୍ଧି କରିଥାଏ  ।  ସୁସ୍ଥ ଏବଂ ସ୍ମୃତିଶକ୍ତି ହ୍ରାସକୁ ଦୂର କରିବା ପାଇଁ ଏହା ଚମତ୍କାରୀ କାମ କରିବା ସହ ସ୍ମୃତିଶକ୍ତିରେ ବୃଦ୍ଧି କରିଥାଏ ।

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଭାରତରେ ଆୟୁର୍ବେଦ ଉପଚାର ଏବଂ ଚେରମୂଳି ବ୍ୟାପକ ରୂପେ ବ୍ୟବହାର କରାଯାଇଥାଏ । ସେହିପରି ଏକ ମହତ୍ୱପୂର୍ଣ୍ଣ ଚେରମୂଳି ହେଉଛି ଅଶ୍ୱଗନ୍ଧା । ୩୦୦୦ରୁ ଅଧିକ ବର୍ଷରୁ ଅଶ୍ୱଗନ୍ଧ, ଯାହାକୁ ଭାରତୀୟ ଜିନସେଙ୍ଗ ବା ୱିଣ୍ଟର ଚେରି  ମଧ୍ୟ କୁହାଯାଇଥାଏ ।  ଏଥିରେ ହିଲିଙ୍ଗ ଗୁଣ ରହିଥାଏ ।  

ସ୍କୁଲ ଅଫ୍ ମେଡିସିନ୍ ଅନୁସାରେ, ଅଶ୍ୱଗନ୍ଧା ମଣିଷର ମନ, ଶରୀର ଏବଂ ଆତ୍ମାକୁ ପୁଣିଥରେ ସତେଜ କରିଥାଏ ।  ଅଶ୍ୱଗନ୍ଧାରେ ଆଣ୍ଟିଅକ୍ସିଡେଣ୍ଟରେ ଭରି ରହିଥାଏ । ଶରୀରର ପ୍ରତ୍ୟେକ ଅଙ୍ଗକୁ ସତେଜ କରିବାକୁ ସାହାଯ୍ୟ କରିଥାଏ ।  ସହିବା ଶକ୍ତିକୁ ବୃଦ୍ଧି କରିବା ସହ  ଏକ ଦୀର୍ଘ ସୁସ୍ଥ ଜୀବନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଏହା ଏକମାତ୍ର ଆଣ୍ଟି ଏଜେନ୍ସି ଖାଦ୍ୟ ହୋଇଥିବାରୁ ଏହାକୁ ଆପଣ ଡାଏଟରେ ସାମିଲ କରିପାରିବେ ।

ଅଶ୍ୱଗନ୍ଧାରେ ଅନେକ ଆଣ୍ଟି ଇମ୍ଫେକସନ୍ ଏବଂ ଗୁଣ ଭରି ରହିଥାଏ, ଯାହା ହାର୍ଟ ଏବଂ ପାଚନଶକ୍ତିରେ ସୁଧାର ଆଣିଥାଏ ।  ଏହି ଚେଳମୂଳିରେ ଭରପୁର ଔଷଧୀୟ ଗୁଣ ଶରୀରରେ ସର୍କରା ମାତ୍ରା କମ୍ କରିବା ସହ ଖରାପ କୋଲେଷ୍ଟୋଲ୍ କମ୍ କରିବାକୁ ସାହାଯ୍ୟ କରେ । ଅଶ୍ୱଗନ୍ଧା ଆଣ୍ଟି କାନ୍ସିନୋଜେନିକ୍ ହୋଇପାରେ ବୋଲି ପରୀକ୍ଷକ ଦାବି କରିଛନ୍ତି । ଯାହାର ଅର୍ଥ ହେଉଛି ଶରୀରରେ କୋଶକୁ ବିକାଶକୁ କମ୍ କରିବାରେ ଯାହାଯ୍ୟ କରେ । ଆଗରୁ ଶରୀରରେ ଥିବା କ୍ୟାନ୍ସର ଭଳି ମାରାତ୍ମକ ସେଲ ବିରୋଧରେ ଲଢ଼ିଥାଏ । ଏହା ସହିବା ଶକ୍ତି ବଢ଼ାଇବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

fallback

ଅଶ୍ୱଗନ୍ଧା ସତେଜ, ଚିନ୍ତା, ଅବସାଦ ଓ  ଡିପ୍ରେସନ ସହ ଜଡ଼ିତ ଲକ୍ଷଣକୁ ଦୂର କରିଥାଏ । ଆୟୁର୍ବେଦ ସିଦ୍ଧାନ୍ତ ଅନୁସାରେ ଅଶ୍ୱଗନ୍ଧା ଚେରମୂଳି ଅବସାଦ ଓ ଚିନ୍ତା ମୁକ୍ତ ପାଇଁ ଲଢ଼ିବା ସହ ଅବସାଦ ବଢ଼ାଉଥିବା ହର୍ମୋନ ସ୍ତର କୁ କମ୍ କରିଥାଏ  ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ ।

ଅଶ୍ୱଗନ୍ଧା ନିୟମିତ ସେବନ ଦ୍ୱାରା ମନରେ ସକରାତ୍ମକ ଚିନ୍ତାଧାରା ଉତ୍ପନ୍ନ ହୋଇଥାଏ  ଏବଂ ଶରୀର ସୁସ୍ଥ ରହିଥାଏ । ଏହାକୁ ସେବନ ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏ ।

ଅଶ୍ୱଗନ୍ଧାରେ ବିଶେଷ ଅର୍କ ରହିଥାଏ, ଯାହା ମସ୍ତିଷ୍କ କାର୍ଯ୍ୟକ୍ଷମରେ ସୁଧାର ଆଣିଥାଏ ।  ଦୁର୍ବଳ ସ୍ମୃତିଶକ୍ତିକୁ ଦୂର କରି ସ୍ମୃତି ଶକ୍ତି ବଢ଼ାଇଥାଏ । ଏହା ପିଲା ଏବଂ ୪୦ ବର୍ଷରୁ ଅଧିକ ଆୟୁର  ବୟସ୍କଙ୍କ ପାଇଁ ଏକ ଭଲ ଔଷଧ ।  ମସ୍ତିସ୍କରେ ନାଇଟ୍ରିକ୍ ଏସିଡର ଉତ୍ପାଦନ ବଢ଼ାଇବା କାମ କରିଥାଏ ।  ଯାହା ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇଥାଏ ।

ଏହା ଆମର ହର୍ମୋନ ସମସ୍ୟା ଏବଂ ଅସନ୍ତୁଳନ ଠିକ୍ କରିବାରେ ସାହାଯ୍ୟ କରିଥାଏ ।  ଏହା ଥାଇରଏଡ୍, ପୁରୁଷଙ୍କ  ପ୍ରଜନନ କ୍ଷମତା ଏବଂ ଯୌନ ସ୍ୱାସ୍ଥ୍ୟକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ।