OpenAI CEO Mira Murati: ChatGPTTର ନୂଆ ସିଇଓ ମୀରା କିଏ ? ଭାରତ ସହିତ ତାଙ୍କ ସମ୍ପର୍କ କ’ଣ ?
Advertisement
Article Detail0/zeeodisha/odisha1966649

OpenAI CEO Mira Murati: ChatGPTTର ନୂଆ ସିଇଓ ମୀରା କିଏ ? ଭାରତ ସହିତ ତାଙ୍କ ସମ୍ପର୍କ କ’ଣ ?

  ଟେକ୍ ଦୁନିଆରେ ଭାରତର ଦବଦବା ଜାରି ରହିଛି । ଏହି କ୍ରମରେ ନୂଆ ନାମ ହେଉଛି ମୀର ମୁର୍ତ୍ତି । ଚାଟଜିପିଟି ସିଇଓ ତଥା ପ୍ରତିଷ୍ଠାତା ସାମ ଅଲ୍ଟମ୍ୟାନଙ୍କୁ ହଟାଇବା ପରେ ମୀରା ମୁର୍ତ୍ତୀଙ୍କୁ କମ୍ପାନୀର କାର୍ଯ୍ୟକାରୀ ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି । ମୀରା  ମୁର୍ତ୍ତୀ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳିନ ସିଇଓ ଭାବରେ କାର

SOCIAL MEDIA

OpenAI CEO Mira Murati: 

ଟେକ୍ ଦୁନିଆରେ ଭାରତର ଦବଦବା ଜାରି ରହିଛି । ଏହି କ୍ରମରେ ନୂଆ ନାମ ହେଉଛି ମୀର ମୁର୍ତ୍ତି । ଚାଟଜିପିଟି ସିଇଓ ତଥା ପ୍ରତିଷ୍ଠାତା ସାମ ଅଲ୍ଟମ୍ୟାନଙ୍କୁ ହଟାଇବା ପରେ ମୀରା ମୁର୍ତ୍ତୀଙ୍କୁ କମ୍ପାନୀର କାର୍ଯ୍ୟକାରୀ ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି । ମୀରା  ମୁର୍ତ୍ତୀ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳିନ ସିଇଓ ଭାବରେ କାର୍ଯ୍ୟ କରିବେ ।  ମୀରା ୨୦୧୮ରେ  ଟେସଲା କମ୍ପାନୀ ଛାଡିବା ପରେ OpenAI (ChatGPTT ର ପ୍ୟାରେଣ୍ଟ୍ କମ୍ପାନୀ) ରେ ଯୋଗ ଦେଇଥିଲେ । ମୀରାଙ୍କ ନିଯୁକ୍ତି ପରେ କମ୍ପାନୀ ପକ୍ଷରୁ ଜାରି  ବିବୃତ୍ତିରେ କୁହାଯାଇଛି ଯେ ମୀରା ଏହି ପଦ ପାଇଁ ଉପଯୁକ୍ତ। ଆମେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ମୀରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସିଇଓ ଭାବରେ ନିଯୁକ୍ତ କରୁଛୁ ବୋଲି ଓପନଏ କହିଛି। ଏହା ସହିତ କମ୍ପାନୀ ଜଣେ  ସ୍ଥାୟୀ ସିଇଓଙ୍କୁ ଖୋଜା ଜାରି ରଖିବ ବୋଲି ମଧ୍ଯ କହିଛି । ମୀରା ମୁର୍ତ୍ତିଙ୍କୁ ChatGPT ର ଜନନୀ ବୋଲି ମଧ୍ଯ କୁହାଯାଇପାରେ କାରଣ ସେ କୃତ୍ରିମ ଇଣ୍ଟେଲିଜେନ୍ସ (AI) ଚାଳିତ ଚାଟବଟ୍ ଚାଟ୍ ଜିପିଟି ସୃଷ୍ଟି କରିଥିବା କମ୍ପାନୀ ଓପନଏର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ (CTO) ଭାବରେ କାର୍ଯ୍ୟ କରିଛନ୍ତି । ChatGPT ପଛରେ ଥିଲା ମୀରାଙ୍କ ମସ୍ତିଷ୍କ ।

ମୀରା ମୁର୍ତ୍ତୀ କିଏ?

ମୀରା ମୁରତି ୧୯୮୮ରେ ଆଲବାନିଆରେ ଜନ୍ମଗ୍ରହଣ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କ ପିତାମାତା ଭାରତୀୟ ଅଟନ୍ତି। ସେ କାନାଡାରୁ ଅଧ୍ୟୟନ ସମାପ୍ତ କରିଛନ୍ତି ।  ସେ ଜଣେ ମେକାନିକାଲ ଇଂଜିନୟର । ଟେସଲାରେ କାମ କରୁଥିବାବେଳେ ମଡେଲ ଏକ୍ସ ଟେସଲା କାର ପ୍ରସ୍ତୁତ କରିବାରେ ମେରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।୨୦୧୮ରେ, ସେ ChatGPT ର ପ୍ୟାରେଣ୍ଟ୍ କମ୍ପାନୀ ଓପନ୍ AI ରେ ଯୋଗଦେଇଥିଲେ । ମୀରାଙ୍କୁ ଗତ ବର୍ଷ OpenAI ର CTO ଭାବେ ନିଯୁକ୍ତ କରାଯାଇଥିଲା । ନିକଟରେ ଟାଇମ୍ସ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ମୀରା ଚାଟଜିପିଟିର ଅପବ୍ୟବହାରକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଯାହା ପରେ ତାଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା । ସୋସିଆଲ ମିଡିଆରେ ତାଙ୍କ ସୌନ୍ଦର୍ଯ୍ୟକୁ ବହୁତ ପ୍ରଶଂସା କରାଯାଇଥାଏ ।

ପାଠପଢାପରେ ମୀରାଙ୍କ କ୍ୟାରିୟର

ଅଧ୍ୟୟନ ସମାପ୍ତ କରିବା ପରେ ମୁର୍ତ୍ତୀ ୨୦୧୧ରେ ଇଣ୍ଟର୍ଣ୍ଣ ଭାବରେ ଗୋଲ୍ଡମ୍ୟାନ୍ ସାକ୍ସରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ୨୦୧୨ ରୁ ୨୦୧୩ ପର୍ଯ୍ୟନ୍ତ ସେ ଜୋଡିଏଫ୍ ଏରୋସ୍ପେସରେ କାର୍ଯ୍ୟ କରିଥିଲେ। ସେ ୨୦୧୮ ରେ OpenAI ରେ ଯୋଗ ଦେଇଥିଲେ ।