Odisha Metro Rail Project: ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମଆରସି ସହ ଚୁକ୍ତି ସ୍ୱାକ୍ଷର କଲା ବିଏମଆରସି
Advertisement
Article Detail0/zeeodisha/odisha1970257

Odisha Metro Rail Project: ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମଆରସି ସହ ଚୁକ୍ତି ସ୍ୱାକ୍ଷର କଲା ବିଏମଆରସି

Bhubaneswar-Cuttack Metro Rail Project: ନଭେମ୍ବର ୨୦ ତାରିଖ ସୋମବାର ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। 

Odisha Metro Rail Project: ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମଆରସି ସହ ଚୁକ୍ତି ସ୍ୱାକ୍ଷର କଲା ବିଏମଆରସି

BMRC signs MoU with DMRC for Metro Project: ରାଜ୍ୟର ବହୁ ପ୍ରତୀକ୍ଷିତ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କରେ ଆସିଛି ଏକ ବଡ଼ ଖବର। ନଭେମ୍ବର ୨୦ ତାରିଖ ସୋମବାର ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଭୁବନେଶ୍ୱର ବିମାନ ବନ୍ଦର ଠାରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ରାଜ୍ୟର ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। 

ସୋମବାର ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବାର ଜଣାପଡ଼ିଛି। ଏହି ପ୍ରକଳ୍ପ ୪ ବର୍ଷ ମଧ୍ୟରେ ଶେଷ କରବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ଚୁକ୍ତି ରାଜ୍ୟର ପରିବହନ ଇତିହାସରେ ଏକ ନୂତନ ଯୁଗର ଆବିର୍ଭାବକୁ ସୂଚାଉଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ବର୍ତ୍ତମାନ ରାଜଧାନୀ ଅଞ୍ଚଳରେ ପରିବହନ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛୁ। ମୋ ସରକାରଙ୍କ ୫ଟି ଅଧିନରେ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ମେଟ୍ରୋ ପ୍ରକଳ୍ପ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ। ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବକୁ ମଧ୍ୟ ପ୍ରତୀକ କରିବ।

ମୋ କ୍ୟାବିନେଟ୍ ଭୁବନେଶ୍ୱର ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୬୨୫୫ କୋଟି ଟଙ୍କା ବ୍ୟୟରେ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଅନୁମୋଦନ କରିଛି। ଓଡିଶା ଇତିହାସରେ ଯେକୌଣସି ଭିତ୍ତିଭୂମି ପ୍ରକଳ୍ପରେ ଏହା ହେଉଛି ଏକମାତ୍ର ବୃହତ ବିନିଯୋଗ। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ମେଟ୍ରୋ ରେଳ ନିଗମର ପାରଦର୍ଶିତାକୁ ପ୍ରଶଂସା କରିବାବେଳେ ସେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ରାଜ୍ୟରେ କାର୍ଯ୍ୟକାର ହେବାକୁ ଯାଉଥିବା ପ୍ରକଳ୍ପ ବିଶ୍ୱ ସ୍ତରୀୟ ହେବ ଏବଂ ଠିକ ସମୟରେ ଶେଷ ହେବ।

Also Read: Odisha Cabinet Decision: ଭୁବନେଶ୍ୱର ମେଟ୍ରୋରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ; ୪ ବର୍ଷରେ ନିର୍ମିତ ହେବ ୨୬ କିମି ରେଳ ନେଟୱାର୍କ

ଅନ୍ୟପଟେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରିଚାଳନା ନିର୍ଦ୍ଦେଶକ ବିକ୍ରମ କୁମାର କହିଛନ୍ତି ଓଡିଶାରେ ଗମନାଗମନ ଭିତ୍ତିକ ବିକାଶ ଆରମ୍ଭ କରିବା ପାଇଁ ଏକ ଉପଯୁକ୍ତ ସମୟ। ଯାହା ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଅଭିବୃଦ୍ଧି ଏବଂ ବିକାଶକୁ ଆଗକୁ ବଢାଇବ।

ଭୁବନେଶ୍ୱର ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଯାଉଥିବା ମେଟ୍ରୋ ପ୍ରକଳ୍ପର ଦୈଘ୍ୟ ହେଉଛି ୨୬ କିଲୋମିଟର। ଏହି ପ୍ରକଳ୍ପ ଅଧିନରେ କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲ ଛକ, ଜୟଦେବ ବିହାରଏବଂ ପାଟିଆ ଆଦି ସ୍ଥାନରେ ୨୦ ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ। ରାଜଧାନୀରେ ଗମନାଗମନ ବ୍ୟବସ୍ଥାକୁ ସୁଗମ୍ୟ ଏବଂ ଆରାମଦାୟକ କରିବା ଲକ୍ଷ୍ୟରେ ଗତ ସପ୍ତାହରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଏହି ପ୍ରକଳ୍ପ ଅନୁସାରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‍ , ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ରେଳ ତିଆରି ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। 

ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ରେଳ ନେଟୱାର୍କ ବିଛାଇବାକୁ ଚିନ୍ତା କରାଯାଇଛି। ଏଥିଲାଗି ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୪ ବର୍ଷରେ ଶେଷ କରିବାକୁ କ୍ୟାବିନେଟ୍‍ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଏହି ୨୬ କିଲୋମିଟର ମେଟ୍ରୋ ରେଳ ପ୍ରକଳ୍ପ ଅଧିନରେ ପ୍ରାୟ ୨୦ ଷ୍ଟେସନ୍‍ ନିର୍ମାଣ କରାଯିବ। ଅତ୍ୟାଧୁନିକ ଟିକେଟ ସହ ସିଗନାଲ୍‍ ବ୍ୟବସ୍ଥା କରାଯିବ। ଏହା ସହିତ ଯାତ୍ରୀଙ୍କ ସୁବିଧା ଲାଗି ଅତ୍ୟାଧୁନିକ କୋଚ୍‍ ମଧ୍ୟ ଲଗାଇବାକୁ ସରକାର ଯୋଜନା କରିଛନ୍ତି।