Zee Odisha Fact check: ପଶ୍ଚିମବଙ୍ଗରେ ୫୨ କିଲୋଗ୍ରାମର ଏକ ମାଛ ଧରି ରାତାରାତି କୋଟିପତି ହେଲେ ମହିଳା!
Advertisement

Zee Odisha Fact check: ପଶ୍ଚିମବଙ୍ଗରେ ୫୨ କିଲୋଗ୍ରାମର ଏକ ମାଛ ଧରି ରାତାରାତି କୋଟିପତି ହେଲେ ମହିଳା!

Zee Odisha Fact check: ବର୍ତ୍ତମାନ କିଛି ସାମାଜିକ ଗଣମାଧ୍ୟମରେ ଏକ ଖବର ଭାଇରଲ ହେଉଛି ଯେ ପଶ୍ଚିମବଙ୍ଗର ଜଣେ ବୃଦ୍ଧା ମାଛ ଧରି ରାତାରାତି କୋଟିପତି ହୋଇ ଯାଇଛନ୍ତି । ଏହାସହ ଏହା ମଧ୍ୟ ଦାବି କରଯାଉଛି ଯେ ବୃଦ୍ଧା ଜଣକ ଏକ ୫୨ କିଲୋଗ୍ରାମ ମାଛ ଧରିଥିଲେ ଓ ଯାହାକୁ ବିକ୍ରି କରି କୋଟିପତି ହୋଇ ଯାଇଛନ୍ତି । ଜାଣନ୍ତୁ ସତ୍ୟତା ...

ସୌ: ସୋସିଆଲ ମିଡିଆ

Zee Odisha Fact check: ବର୍ତ୍ତମାନ କିଛି ସାମାଜିକ ଗଣମାଧ୍ୟମରେ ଏକ ଖବର ଭାଇରଲ ହେଉଛି ଯେ ପଶ୍ଚିମବଙ୍ଗର ଜଣେ ବୃଦ୍ଧା ମାଛ ଧରି ରାତାରାତି କୋଟିପତି ହୋଇ ଯାଇଛନ୍ତି । ଏହାସହ ଏହା ମଧ୍ୟ ଦାବି କରଯାଉଛି ଯେ ବୃଦ୍ଧା ଜଣକ ଏକ ୫୨ କିଲୋଗ୍ରାମ ମାଛ ଧରିଥିଲେ ଓ ଯାହାକୁ ବିକ୍ରି କରି କୋଟିପତି ହୋଇ ଯାଇଛନ୍ତି । ମାଛର ଓଜନ ୫୨ କିଲୋଗ୍ରାମ ବୋଲି ମଧ୍ୟ କୁହାଯାଉଛି । ଏହି ଖବରର ସତ୍ୟତାକୁ ଜାଣିବାକୁ ଯାଇ ଆମ ଜି ଓଡ଼ିଶା ନ୍ୟୁଜ ଏହାର ଫେକ୍ଟ ଚ୍ୟାକ କରିଥିଲା । ଯାହାର ଫଳାଫଳ ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ । 

ଆମ ଜି ଓଡ଼ିଶା ନ୍ୟୁଜ ଫେକ୍ଟ ଚ୍ୟାକ କରି ଏହା ଜାଣିବାକୁ ପାଇଛି ଯେ ଏହି ଖବରଟି ଆଜିର ନୁହଁ ବରଂ ଦୁଇ ବର୍ଷ ତଳରେ ଅଟେ । ତେଣୁ ଯେଉଁମାନେ ମାନେ ଏହି ଘଟଣାକୁ ନିକଟରେ ଘଟିଥିବା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ଏହା ସହ ଖବରଟି ଦୁଇ ବର୍ଷ ତଳର ଘଟିଥିବା ଜଣା ପଡିଛି । ବର୍ତ୍ତମାନ ଯେଉଁମାନେ କହୁଛନ୍ତି ଯେ ପଶ୍ଚିମବଙ୍ଗର ଜଣେ ବୃଦ୍ଧ ମହିଳା ରାତାରାତି କୋଟିପତି ହୋଇଯାଇଛନ୍ତି ତାହା ବାସ୍ତବରେ ୨୦୨୦ ମସିହା ସେପ୍ଟେମ୍ବର  ମାସର ଅଟେ । 

ଖବର ଅନୁସଯାୟୀ ଦୁଇବର୍ଷ ପୂର୍ବେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ସୁନ୍ଦରବନ୍ ଅଞ୍ଚଳର ସାଗର ଦ୍ୱୀପରେ ରହୁଥିବା ପୁଷ୍ପା କର ନାମକ ଜଣେ ବୃଦ୍ଧା ମାଛ ଧରିବା ପାଇଁ ନଦୀକୁ ଯାଇଥିଲେ ଓ ନଦୀରୁ ଏକ ୫୨ କିଲୋଗ୍ରାମ ମାଛ ଧରିଥିଲେ । ବିଶେଷ କଥା ହେଉଛି ସେ ମାଛକୁ ସେ କିଲୋଗ୍ରାମ ପିଛା ୬୨୦୦ ଟଙ୍କାରେ ବିକ୍ରି କରିଥିଲେ । ବୃଦ୍ଧା ମହିଳାଙ୍କୁ ଏହି ମାଛ ପାଇଁ ମୋଟ ୩ ଲକ୍ଷରୁ କିଛି ଅଧିକ ଟଙ୍କା ମିଳିଥିଲା । ମହିଳା ଜଣକ ସେତବେଳେ କେବେ ବି ସ୍ୱପ୍ନରେ ଭାବି ନଥିଲେ ଯେ ସେ ଗୋଟିଏ ମାଛ ପାଇଁ ଏତେ ପରିମାଣର ଟଙ୍କା ପାଇବେ ।

ସେହି ସମୟରେ ତାଙ୍କ ଗ୍ରାମବାସୀ କହିଥିଲେ ଯେ ଏହି ବିଶାଳ ମାଛ ହୁଏତ ଏକ ଜାହାଜ ସହିତ ପିଟି ହୋଇ ମରିଥାଇପାରେ । ସୌଭାଗ୍ୟ ବଶତଃ ସେହି ମାଛଟି ଏହି ବୃଦ୍ଧାଙ୍କ ଜାଲରେ ପଡ଼ିଥିଲା । କିନ୍ତୁ ବୃଦ୍ଧା ପୁଷ୍ପା କର କହିଥିଲେ ଯେ ,ସେ ମାଛ ଧରିବାକୁ ଯାଇଥିଲେ, ଏହି ସମୟରେ ସେ ଏକ ବିଶାଳ ମାଛ ନଦୀରେ ପହଁରୁଥିବା ଦେଖି ନଦୀ ଭିତରକୁ ଡେଇଁ ପଡିଥିଲେ । ସେହି ମାଛକୁ ପହଁରି ପହଁରି ମହିଳା ଜଣକ କୂଳକୁ ଆଣିଥିଲେ । ଏହାପରେ ଏହାକୁ ବିକ୍ରି କରିଥିଲେ ।

କହିରଖୁଛୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଓ ତଥା କଥିତ ସାମାଜିକ ଗଣମାଧ୍ୟମରେ ଏହାକୁ ବର୍ତ୍ତମାନର ବୋଲି ଦର୍ଶାଯାଉଛି । ଯାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଓ ଗୁଜବ ଅଟେ । ଏପରି ଖବରକୁ ବିଶ୍ୱାସ କରିବା ପୂର୍ବରୁ ଆପଣଙ୍କୁ ଏହାର ସତ୍ୟତା ଜାଣିବା ଜରୁରୀ ।

ଏହା ବି ପଢ଼ନ୍ତୁ: SCO ରୁ ଫେରିବା ପରେ ପ୍ରଥମ ଥର ପାଇଁ ନଜର ଆସିଲେ ଜିନପିଙ୍ଗ, ଜାଣନ୍ତୁ ଗୃହବନ୍ଦୀ ପଛରେ ସତ୍ୟତା