India: ଚିନ୍ତାଜନକ ଦେଶର ମୁଦ୍ରାସ୍ଫୀତି! ସରକାରଙ୍କ ପାଖରେ ଉତ୍ତର ରଖିବାକୁ ଆରବିଆଇର ବୈଠକ
Advertisement

India: ଚିନ୍ତାଜନକ ଦେଶର ମୁଦ୍ରାସ୍ଫୀତି! ସରକାରଙ୍କ ପାଖରେ ଉତ୍ତର ରଖିବାକୁ ଆରବିଆଇର ବୈଠକ

Retail Inflation in India: ଚଳିତ ବର୍ଷ ଜାନୁଆରୀରୁ ଲଗାତାର ତିନୋଟି ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତିକୁ ୬ ପ୍ରତିଶତର ସନ୍ତୋଷଜନକ ସୀମାରେ ରଖିବାରେ କାହିଁକି ବିଫଳ ହୋଇଛନ୍ତି ସେ ବାବଦରେ ରିପୋର୍ଟରେ ଉଲ୍ଲେଖ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

India: ଚିନ୍ତାଜନକ ଦେଶର ମୁଦ୍ରାସ୍ଫୀତି! ସରକାରଙ୍କ ପାଖରେ ଉତ୍ତର ରଖିବାକୁ ଆରବିଆଇର ବୈଠକ

RBI MPC Meet LIVE Updates: ଭାରତର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଦ୍ରା ନୀତି କମିଟି ଗୁରିବାର ବୈଠକ କରି ସରକାରଙ୍କୁ ଦେବାକୁ ଥିବା ଏକ ରିପୋର୍ଟକୁ ଚୂଡ଼ାନ୍ତ  ରୂପ ଦେଇଛି। ରିଟେଲ ମୁଦ୍ରାସ୍ଫୀତି କ୍ରମାଗତ ତିନି ତ୍ରୈମାସିକରେ ଧାର୍ଯ୍ୟ ତଳେ ରଖିବାରେ ବିଫଳ କାହିଁକି ହୋଇଛି ସେ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରାଯାଉଛି।

ଆରବିଆଇ ମୁଦ୍ରାନୀତି କିମିଟି କେନ୍ଦ୍ର ସରକାରଙ୍କୁ ଦିଆଯିବାକୁ ଥିବା ରିପୋର୍ଟ ଉପରେ ଚର୍ଚ୍ଚା ଏବଂ ପ୍ରସ୍ତୁତି କରିବା ଉପରେ ବୈଠକ କରିଥିଲା। ଚଳିତ ବର୍ଷ ଜାନୁଆରୀରୁ ଲଗାତାର ତିନୋଟି ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତିକୁ (Retail Inflation) ୬ ପ୍ରତିଶତର ସନ୍ତୋଷଜନକ ସୀମାରେ ରଖିବାରେ କାହିଁକି ବିଫଳ ହୋଇଛନ୍ତି ସେ ବାବଦରେ ରିପୋର୍ଟରେ ଉଲ୍ଲେଖ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆରବିଆଇ ନିୟମ ଅନୁସାରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସୀମା ଭିତରେ ମୁଦ୍ରାସ୍ଫୀତିକୁ ରଖିବାରେ ବିଫଳ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଏହା ଉପରେ ସରକାରଙ୍କୁ ରିପୋର୍ଟ ଦେଇଥାଏ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଦ୍ରାନୀତି କମିଟିର (MPC) ୬ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ। ଏମପିସିର ସମସ୍ତ ସଦସ୍ୟ-ମାଇକଲ ଦେବବ୍ରତ, ରାଜୀବ ରଞ୍ଜନ, ଶଶାଙ୍କ ଭିଡେ, ଆଶିମା ଗୋୟଲ ଏବଂ ଜୟନ୍ତ ଆର ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀରୁ ମୁଦ୍ରାସ୍ଫୀତି ଲଗାତାର ୬ ପ୍ରତିଶତ ଉପରେ ରହି ଆସୁଛି । ସେପ୍ଟେମ୍ୱରରେ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତ ଉପରେ ଥିବା ରେକର୍ଡ କରାଯାଇଥିଲା। ଲଗାତର ୯ ମାସ ଧରି ମୁଦ୍ରାସ୍ଫୀତି ୬ ପ୍ରତିଶତର ସନ୍ତୋଷଜନକ ସ୍ତର ଉପରେ ରହିଛି।  

ଖୁଚୁରା ମୁଦ୍ରାସ୍ଫୀତି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବାର କାରଣ ସହିତ ଆରବିଆଇ ଅଧିନିୟମ (Reserve Bank of India Act) ଏମପିସି ଆବଶ୍ୟକ କରେ ଏବଂ ଉଭୟ ପାର୍ଶ୍ୱରେ ୨% ମାର୍ଜିନ ସହିତ ଏହାକୁ ୪ ପ୍ରତିଶତରେ ପହଞ୍ଚାଇବାକୁ ପଦକ୍ଷେପ ନିଆଯାଏ। ଗତ ୨୦୧୬ ବର୍ଷରେ ମୁଦ୍ରା ନୀତି ଢାଞ୍ଚା କାର୍ଯ୍ୟକାରୀ ହେବା ପରେ ଏହା ପ୍ରଥମ ଥରପାଇଁ  ଆରବିଆଇକୁ ସରକାରଙ୍କୁ ଏକ ସ୍ପଷ୍ଟୀକରଣ ଦେବାକୁ ପଡ଼ୁଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (Consumer Price Index) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଜାନୁଆରୀ ୨୦୨୨ ଠାରୁ ୬ ପ୍ରତିଶତରୁ ଅଧିକ ରହିଆସିଛି। ସେପ୍ଟେମ୍ବରରେ ଯାହା ୭.୪୧% ରହିଥିଲା।