UP Police beaten Women Protesters: ପୋଲିସର ବର୍ବରତା: ମହିଳାଙ୍କୁ ଆଖିବୁଜା ମାଡ଼, ଗୁରୁତରଙ୍କୁ ବି ଅଣଦେଖା
Advertisement
Article Detail0/zeeodisha/odisha1429574

UP Police beaten Women Protesters: ପୋଲିସର ବର୍ବରତା: ମହିଳାଙ୍କୁ ଆଖିବୁଜା ମାଡ଼, ଗୁରୁତରଙ୍କୁ ବି ଅଣଦେଖା

ଆନ୍ଦୋଳନ ସ୍ଥଳରେ ପୋଲିସ ପହଞ୍ଚିବା ପରେ ମହିଳାମାନେ ନାରାବାଜି କରିବା ସହିତ ଢେଲାମାଡ଼ କରିବା ଆରମ୍ଭ କରିଦେଇଥିଲେ। ପୋଲିସ କହିବା ଅନୁଯାୟୀ ଆନ୍ଦୋଳନରତ ମହିଳା ମାନେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରକୁ ଢେଲାମାଡ଼ କରିବା ଆରମ୍ଭ କରିଦେଇଥିଲେ। 

UP Police beaten Women Protesters: ପୋଲିସର ବର୍ବରତା: ମହିଳାଙ୍କୁ ଆଖିବୁଜା ମାଡ଼, ଗୁରୁତରଙ୍କୁ ବି ଅଣଦେଖା

UP Police beaten Women Protesters:  ଲକ୍ଷ୍ନୌ: ମହିଳାଙ୍କ ଉପରେ ଜୋରଦାର ଲାଠି ବର୍ଷଣର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭାଇରାଲରେ କିଛି ପୋଲିସ କର୍ମଚାରୀ (Police officer) ଆନ୍ଦୋଳନରତ (Women Protestors) କିଛି ମହିଳାଙ୍କୁ ଆଖିବୁଜା ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଯଦିଓ ପଥରମାଡ଼ (Stone Pleting) ଢେଲା ମାଡ଼ ହେବା ପରେ ଲାଠି ଚାର୍ଜ (Lathi Charge) କରିବାକୁ ବାଧ୍ୟ ହୋଇଥିଲୁ ବୋଲି ପୋଲିସ କହିଛି। ତେବେ କୌଣସି ଜୋରଦାର ମାଡ଼ କରାଯାଇନି ବରଂ ସାମାନ୍ୟ ଭାବେ ଲାଠି ମାଡ଼ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓଟି ଆମ୍ବେଦକର ନଗର ଜିଲ୍ଲାର ଜଲାଲପୁର ଅଞ୍ଚଳର ବୋଲି ଦାବି କରାଯାଉଛି। ସେପଟେ ପ୍ରାରମ୍ଭିକ ପର୍ଯ୍ୟାୟ ସୂଚନାରୁ ଜଣାପଡ଼ିଛି ଯେ ଏଠାରେ ଥିବା ବାବା ସାହେବ ଆମ୍ବେଦକର ମୂର୍ତ୍ତି (Baba saheb Ambedkar Statue) ଭଙ୍ଗାକୁ କେନ୍ଦ୍ର କରି ମହିଳାମାନେ ବିରୋଧ କରିଥିଲେ। 

 

ତେବେ ଆନ୍ଦୋଳନ ସ୍ଥଳରେ ପୋଲିସ ପହଞ୍ଚିବା ପରେ ମହିଳାମାନେ ନାରାବାଜି କରିବା ସହିତ ଢେଲାମାଡ଼ କରିବା ଆରମ୍ଭ କରିଦେଇଥିଲେ। ପୋଲିସ କହିବା ଅନୁଯାୟୀ ଆନ୍ଦୋଳନରତ ମହିଳା ମାନେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରକୁ ଢେଲାମାଡ଼ କରିବା ଆରମ୍ଭ କରିଦେଇଥିଲେ। ସେହିପରି ଅନ୍ୟ ଏକ ଭିଡ଼ିଓରେ କିଛି ମହିଳାଙ୍କୁ ମହିଳା ପୋଲିସମାନେ ଟଣାଓଟରା କରୁଥିବା ଦେଖିବାକୁ ମିଳିଥିଲା। 

ସୂଚନାମୁତାବକ ପୁରା ମାମଲା ହେଉଛି ଜଲାଲପୁର କୋତବାଲି ଅନ୍ତର୍ଗତ ଓ୍ୱାଜିଦୁର ଅଞ୍ଚଳର। ଏଠାରେ ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗିବା ସହିତ ଅରାଜକତା ସୃଷ୍ଚି କରିବାକୁ ପ୍ରୟାସ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରିସ୍ଥାନୀୟ ମହିଳା ମାନେ କ୍ଷୋଭ ପ୍ରକାଶ କରିବା ସହିତ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି କିଛି ପୋଲିସ କର୍ମଚାରୀଙ୍କ ସହିତ ମାରପିଟ କରିଥିବା ନେଇ ପୋଲିସ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। ତେବେ ଏହି ଆକ୍ରମଣରୁ ବର୍ତ୍ତିବା ପାଇଁ ମହିଳା ପୋଲିସ କର୍ମିଙ୍କୁ ରକ୍ଷା କରିବା ପାଇଁ ଅନ୍ୟ ପୋଲିସ ଅଧିକାରୀମାନେ ମହିଳାଙ୍କ ଉପରେ ଲାଠି ଚାର୍ଜ କରିଥିଲେ। ଆମ୍ବେଦକର ନଗରର ବରିଷ୍ଠ ପୋଲିସ ଅଧିକାରୀ ଅଜିତ ସିହ୍ନା କହିଚନ୍ତି କି କିଛି ପ୍ରଦର୍ଶନକାରୀମାନେ ଜଣେ ଆନ୍ଦୋଳନକାରୀ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଥିଲା। ଭଙ୍ଗାରୁଜା କରିଥିଲା। ସେ ଆହୁରି ମଧ୍ୟ କହିଥିଲା କି ପୋଲିସକୁ ଆଇନଶୃଙ୍ଖଳା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ମୃଦ୍ୟୁ ଲାଠି ଚାଳନା କରିଥିଲା ବୋଲି ସେ କହିଥିଲେ। 

ଅଧିକ ପଢନ୍ତୁ: Twitter: ତରବରିଆ ନିଷ୍ପତ୍ତି ନେଇ ପସ୍ତାଉଛନ୍ତି ଏଲୋନ ମସ୍କ! ନଇଁ ଥିବା ବେଳେ ବିଧା ବସାଇଲେ ବିଦା କର୍ମଚାରୀ

ଅଧିକ ପଢନ୍ତୁ: Elon Musk Twitter Account: ପୂର୍ବତନ ପ୍ରେମିକାଙ୍କ ଆକାଉଣ୍ଟ ଡିଲିଟ କରିବାର ଗୋଟିଏ ଦିନ ପରେ ଚୋରି ହୋଇଗଲା ଏଲୋନଙ୍କ ଟ୍ୱିଟର ଆକାଉଣ୍ଟ, ମସ୍କ ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ

ଅଧିକ ପଢନ୍ତୁ: Shocking News: ଚର୍ଚ୍ଚାରେ କୁକୁରର ବିଶ୍ୱସ୍ତତା, ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ପାଇଁ ସାପ ସହ କଲା ଜବରଦସ୍ତ ଲଢେଇ