Russia Ukraine War: ଋଷୀୟ ସୈନିକଙ୍କୁ ଅଟକାଇବା ପାଇଁ ପ୍ରାକୃତିକ ଅସ୍ତ୍ର ବ୍ୟବହାର କରିବ ୟୁକ୍ରେନ, ଜାଣନ୍ତୁ ଏହା କ'ଣ
Advertisement

Russia Ukraine War: ଋଷୀୟ ସୈନିକଙ୍କୁ ଅଟକାଇବା ପାଇଁ ପ୍ରାକୃତିକ ଅସ୍ତ୍ର ବ୍ୟବହାର କରିବ ୟୁକ୍ରେନ, ଜାଣନ୍ତୁ ଏହା କ'ଣ

Russia Ukraine Crisis: ପୁଣି ଥରେ ଋଷିଆ ୟୁକ୍ରେନ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ କରିବାରେ ସଫଳ ହୋଇଛି। ହେଲେ ଆଗାମୀ ସମୟରେ ୟୁକ୍ରେନ ଉପରେ ପ୍ରଭାବ ବଜାୟ ରଖିବା ଋଷିଆ ପାଇଁ ସହଜ ହେବ ନାହିଁ। ଏହାର ସବୁଠାରୁ ବଡ କାରଣ ହେଉଛି ପାଣିପାଗ। ଜାଣନ୍ତୁ ଋଷିଆ ସୈନିକନିଙ୍କ ଆଗରେ କ'ଣ ଚ୍ୟାଲେଞ୍ଜ ରହିବ?

Russia Ukraine War: ଋଷୀୟ ସୈନିକଙ୍କୁ ଅଟକାଇବା ପାଇଁ ପ୍ରାକୃତିକ ଅସ୍ତ୍ର ବ୍ୟବହାର କରିବ ୟୁକ୍ରେନ, ଜାଣନ୍ତୁ ଏହା କ'ଣ

Russia Ukraine War: ଋଷୀୟ ସୈନିକଙ୍କ ଅଟକାଇବା ପାଇଁ ପ୍ରାକୃତିକ ଅସ୍ତ୍ର ବ୍ୟବହାର କରିବ ୟୁକ୍ରେନ, ଜାଣନ୍ତୁ ଏହା କ'ଣ? ଯେଉଁ ଯୁଦ୍ଧକୁ ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଜିତିବାକୁ ଦାବି କରିଥିବା ଋଷିଆ ଏବେ ବିଗତ ୯ ମାସ ଧରି ୟୁକ୍ରେନ ସହ ମୁକାବିଲା କରିବାରେ ଲାଗିପଡ଼ିଛି। ଋଷିଆ ସେନା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଉଭୟ ଆର୍ଥିକ ଏବଂ ସାମରିକ କ୍ଷେତ୍ରରେ ୟୁକ୍ରେନ ବ୍ୟାପକ କ୍ଷତି ସହିଛି। ଯୁଦ୍ଧ ବେଳେ ମଝିରେ ଏପରି ଏକ ପରିସ୍ଥିତି ଉପୁଜିଥିଲା ଯେ, ଯେତେବେଳେ ୟୁକ୍ରେନ ସେନା, ଋଷୀୟ ସୈନ୍ୟବାହିନୀକୁ ଅନେକ ଅଞ୍ଚଳରୁ ବାହାର କରି ଦେଇଥିଲା। ହେଲେ ପୁଣି ଥରେ ଋଷିଆ ୟୁକ୍ରେନ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ କରିବାରେ ସଫଳ ହୋଇଛି। ହେଲେ ଆଗାମୀ ସମୟରେ ୟୁକ୍ରେନ ଉପରେ ପ୍ରଭାବ ବଜାୟ ରଖିବା ଋଷିଆ ପାଇଁ ସହଜ ହେବ ନାହିଁ। ଏହାର ସବୁଠାରୁ ବଡ କାରଣ ହେଉଛି ପାଣିପାଗ। ଜାଣନ୍ତୁ ଋଷିଆ ସୈନିକନିଙ୍କ ଆଗରେ କ'ଣ ଚ୍ୟାଲେଞ୍ଜ ରହିବ?

ଆଗାମୀ  ୧୫-୨୦ ଦିନ ମଧ୍ୟରେ ୟୁକ୍ରେନରେ ଶୀତ ଋତୁ (Winter Season Ukraine) ଆରମ୍ଭ ହୋଇଯିବ। ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ୟୁକ୍ରେନର (Ukraine) ହାରାହାରି ତାପମାତ୍ରା ବିଯୁକ୍ତ ୪.୮ ଡିଗ୍ରୀ ସେଲସିୟସ ଠାରୁ ୨ ସେଲସିୟସ ମଧ୍ୟରେ ରହିଥାଏ। ହାରାହାରି ଭାବେ ଡିସେମ୍ବରରେ ୧୪, ଜାନୁଆରୀରେ ୧୭ ଏବଂ ଫେବୃଆରୀରେ ୧୫ ଦିନ ତୁଷାରପାତ ହୋଇଥାଏ। ୟୁକ୍ରେନରେ ହାରାହାରି ୧.୫ ମିଟର ତୁଷାରପାତ ହୋଇଥାଏ। ଏଭଳି ପରିସ୍ଥିତି ସହ ସଂଗ୍ରାମ  କରିବା ପାଇଁ ଋଷୀୟ ସେନ୍ୟଙ୍କ (Russian Soldier) ପାଇଁ ସହଜ ହେବ ନାହିଁ। କାରଣ ଋଷିଆ ସେନା (Russian Army) ଏପରି ଶୀତରେ ରହିବାକୁ ଅଭ୍ୟସ୍ତ ନୁହେଁ। ଏଭଳି ପରିସ୍ଥିତିରେ ଋଷିଆ ସେନା, ୟୁକ୍ରେନ ସୈନ୍ୟଙ୍କ (Ukrainian Soldier) ଅପେକ୍ଷା ଶୀତ ପାଖରୁ ଅଧିକ ଚ୍ୟାଲେଞ୍ଜ ପାଇବ। ହେଲେ ଏହାର ଅନ୍ୟ ଏକ ଦିଗ ରହିଛି। ଆଉ ଋଷିଆ ଏହି କ୍ଷେତ୍ରରେ ଆଗକୁ ବଢୁଥିବା ଭଳି ମନେ ହେଉଛି। ଯଦି ଋଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରି ୟୁକ୍ରେନରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଏ, ତାହେଲେ ଏହା ଦ୍ୱାରା ୟୁକ୍ରେନ ସୈନିକଙ୍କ ସହ ଦେଶର ଜନସାଧାରଣ ହାଡ ଭଙ୍ଗା ଶୀତରେ ଥରିଉଠିବାର ଦେଖିବାକୁ ମିଳିବ।

ଶୀତ ଋତୁରେ ଏଠାରେ ସର୍ବାଧିକ ତୁଷାରପାତ ହୋଇଥାଏ। ଯଦି ଅଧିକ ବରଫପାତ ହୁଏ ତାହେଲେ ଏଠାକାର ଜମି ମୋଟା ବରଫ ଚାଦରରେ ଢାଙ୍କି ହୋଇଯିବ। ଏପରିକି ୟୁକ୍ରେନ ଜମି କାଦୁଅରେ ପରିପୂର୍ଣ୍ଣ ହୋଇଯିବ। ଏଭଳି ପରିସ୍ଥିତିରେ ଋଷିଆ ସେନିକ ସେମାନଙ୍କ ଯୁଦ୍ଧ ସରଞ୍ଜାମ ନେଇ ଆଗକୁ ବଢିବା ସହଜ ହେବ ନାହିଁ। ୟୁକ୍ରେନ ଜନସାଧାରଣ ଶୀତ ଋତୁ ଲମ୍ବା ହେବାକୁ ଚାହାଁନ୍ତି। ଯାହା ଦ୍ୱାରା ତାଙ୍କ ଦେଶର ଜମି ବରଫରେ ଢାଙ୍କି ହୋଇଯିବ। ଅନ୍ୟପଟେ ଋଷିଆ ସୈନ୍ୟ ଚାହାଁନ୍ତି କମ ଥଣ୍ଡା ଅନୁଭୂତ ହେବା ସହ ବର୍ଷା ହେଉ। ଯାହା ଫଳେ ୟୁକ୍ରେନ ସେନା (Ukrainian Army) ଏବଂ ସେମାନଙ୍କ ଯାନବାହନ କାଦୁଅର ଫସିଯାଉ। ଯାହା ଫଳରେ ଆକ୍ରମଣ କରିବା ଋଷୀୟ ସୈନିକଙ୍କ ଲାଗି ସହଜ ହେବ। ହେଲେ ଯୁଦ୍ଧ ବେଳେ ପାଣିପାଗ ଅବସ୍ଥା କିପରି ରହିବ ତାହା ପ୍ରକୃତି ଉପରେ ନିର୍ଭର କରେ। ହେଲେ ଶୀତ ଋତୁରେ ସୈନ୍ୟ ବାହିନୀକୁ ବାରୁଦ ରସଦ ପଠାଇବା ଉଭୟ ଋଷିଆ-ୟୁକ୍ରେନ ଲାଗି ସବୁଠାରୁ ବଡ ଆହ୍ୱନ ଭାବେ ଉଭା ହେବ।