ୟୁରୋପୀୟ ପାର୍ଲିଆମେଣ୍ଟ କଣ ଓ ଏହା କିପରି ନିର୍ବାଚନ ହୋଇଥାଏ?
Advertisement
Article Detail0/zeeodisha/odisha2291868

ୟୁରୋପୀୟ ପାର୍ଲିଆମେଣ୍ଟ କଣ ଓ ଏହା କିପରି ନିର୍ବାଚନ ହୋଇଥାଏ?

ଗତ ସପ୍ତାହରେ ଶେଷ ହୋଇଥିବା ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନରେ ସାରା ମହାଦେଶରେ ଦକ୍ଷିଣପନ୍ଥୀ ଦଳ ଗୁଡିକର ବର୍ଦ୍ଧିତ ସମର୍ଥନ ଦେଖିବାକୁ ମିଳିଛି । ଜାଣନ୍ତୁ ୟୁରୋପୀୟାନ୍ ପାର୍ଲିଆମେଣ୍ଟ କଣ..

 european parliament

european parliament election : ଗତ ସପ୍ତାହରେ ଶେଷ ହୋଇଥିବା ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନରେ ସାରା ମହାଦେଶରେ ଦକ୍ଷିଣପନ୍ଥୀ ଦଳ ଗୁଡିକର ବର୍ଦ୍ଧିତ ସମର୍ଥନ ଦେଖିବାକୁ ମିଳିଛି । ଯଦିଓ ୟୁରୋପୀୟ ପାର୍ଲିଆମେଣ୍ଟର ସମସ୍ତ ୨୭ ଟି ଦେଶଗୁଡିକର ଗଣତି ଏଯାଏଁ ସରିନାହିଁ କିନ୍ତୁ ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀ ଭଳି ଦେଶରେ ଦକ୍ଷିଣପନ୍ଥୀ ପାର୍ଟି ଗୁଡିକ ବେଶ ଅଗ୍ରଣୀ ଅଛନ୍ତି ।

ୟୁରୋପୀୟ ପାର୍ଲିଆମେଣ୍ଟ କଣ?: -

ୟୁରୋପୀୟ ପାର୍ଲିଆମେଣ୍ଟ ୟୁରୋପିୟାନ ଯୁନିୟନର ଆଇନ ପ୍ରଣୟନ ସମ୍ବନ୍ଧୀୟ ସଂସ୍ଥା ମଧ୍ୟରୁ ଗୋଟିଏ ଓ ଏବଂ ଏହାର ସାତ ଗୋଟି ସଂସ୍ଥା ମଧ୍ୟରୁ ଅନ୍ୟତମ ଅଟେ। ୨୦୨୪ ର ନିର୍ବାଚନ ପରେ ୟୁରୋପିଆନ ସଂସଦ ୭୨୦ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହା ୨୦୨୪ରେ ୯୬୯ ମିଲିୟନ ମତଦାତାଙ୍କ ସହିତ ଭାରତ ପରେ ବିଶ୍ବର ଦ୍ବିତୀୟ ସର୍ବବୃହତ ଗଣତାନ୍ତ୍ରିକ ନିର୍ବାଚନ କ୍ଷେତ୍ରର ପ୍ରତିନିଧିତ୍ବ କରିଥାଏ ।

ଫ୍ରାନ୍ସର ଷ୍ଟ୍ରସବର୍ଗ ଠାରେ ଅବସ୍ଥିତ ୟୁରୋପୀୟ ସଂସଦ ପାଖେ ଆଇନ ପ୍ରଣୟନର କ୍ଷମତା ରହିଛି ଯାହା ଯୁରୋପୀୟ ସଂଘର ଆଇନକୁ ଆପଣାଇବା ପାଇଁ ସାଧାରଣତଃ ଏହାର ଓ ପରିଷଦର ମଞ୍ଜୁରୀ ଆବଶ୍ୟକତା କରିଥାଏ, ଯାହା ଦ୍ବିସଦନୀୟ ବିଧାନଗୃହ ସହିତ ସମାନ । ଏହା ପାଖରେ ଅଧିକୃତ ଭାବେ କାର୍ଯ୍ୟ ଆରମ୍ଭ କରିବାର କ୍ଷମତା ନାହିଁ, ଯେଉଁ ଭଳି ଭାବେ ସଭ୍ୟ ରାଷ୍ଟ୍ର ଗୁଡିକର ଅଧିକାଂଶ ରାଷ୍ଟ୍ରୀୟ ସଂସଦ କରିଥାଏ । କାହିଁକି ନା କାର୍ଯ୍ୟ ଆରମ୍ଭ କରିବାର ଅଧିକାର ୟୁରୋପୀୟ କମିଶନଙ୍କ ବିଶେଷାଧିକାରରେ ସାମିଲ । ବର୍ତ୍ତମାନ ସଂସଦ ଓ ପରିଷଦଙ୍କୁ କମିଶନ ଠାରୁ କାର୍ଯ୍ୟ ଆରମ୍ଭ କରିବାର ଆରମ୍ଭ କରିବା ଓ ଏକ ପ୍ରସ୍ଥାବ ଉପସ୍ଥାପନା କରିବାକୁ ଅନୁରୋଧ କରିବାକୁ ଅଧିକାର ଅଛି ।

 କିଭଳି ୟୁରୋପୀୟ ପାର୍ଲିଆମେଣ୍ଟର ନିର୍ବାଚନ ହୋଇଥାଏ ?: -

ୟୁରୋପୀୟ ପାର୍ଲିଆମେଣ୍ଟ (EP) ନିର୍ବାଚନ ୟୁରୋପିଆନ ୟୁନିଅନ (EU) ର ଲୋକତାନ୍ତ୍ରିକ ପ୍ରକ୍ରିୟାର ଆଧାରଶିଳା ଅଟେ, ଯାହା ସଦସ୍ୟ ଦେଶ ଗୁଡିକର ନାଗରିକ ମାନଙ୍କୁ ୟୁରୋପୀୟ ପାର୍ଲିଆମେଣ୍ଟ ପାଇଁ ପ୍ରତିନିଧିତ୍ବର ଚୟନ କରିବାକୁ ଅନୁମତି ଦେଇଥାଏ । ଏହି ନିର୍ବାଚନ ଗୁରୁତ୍ବପୂର୍ଣ୍ଣ ଅଟେ କାରଣ ଏହା ୟୁରୋପିୟାନ ଯୁନିୟନର ବିଧାୟୀ ଓ ନୀତିଗତ ଦିଗକୁ ଆକାର ଦେଇଥାଏ ।

EP- ଯାହାକୁ କମନ ଆସେମବ୍ଲି ଭାବେ ୧୯୫୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ୟୁରୋପିଆନ କୋଇଲା ଓ ଷ୍ଟିଲ କମ୍ୟୁନିଟି ଅନ୍ତର୍ଗତ।ତାହା ବିକଶିତ ହୋଇ ୧୯୫୭ ର ରୋମ ଚୁକ୍ତି ଫଳରେ ବର୍ତ୍ତମାନର ୟୁରୋପିଆନ ଇକୋନୋମିକ କମ୍ୟୁନିଟି ରେ ପରିଣତ ହୋଇଛି । EP ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ସର୍ବ ପ୍ରଥମେ ୧୯୭୯ ରେ ହୋଇଥିଲା , ଯାହା EUର ସଂରଞ୍ଚନା ଅନ୍ତର୍ଗତ ଲୋକ ଗଣତାନ୍ତ୍ରିକ ବୈଧତାକୁ ବଣାଇବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଥିଲା । ସେବେ ଠାରୁ ଏହି ନିର୍ବାଚନ ପ୍ରତି ୫ ବର୍ଷ କୁ ଥରେ ହୋଇ ଆସୁଛି।

ୟୁରୋପୀୟ ପାର୍ଲିଆମେଣ୍ଟ ୟୁରୋପୀୟ ସଂସଦର ସଦସ୍ୟ (ଏମଇପି) ମାନଙ୍କୁ ନେଇ ଗଠିତ, ଯେଉଁଥିରେ ୟୁରୋପିୟାନ ଯୁନିୟନର ୨୭ଟି ସଦସ୍ୟ ଦେଶ ମାନେ ପ୍ରତିନିଧିତ୍ବ କରିଥାନ୍ତି । ଆସନ ଗୁଡିକର ହ୍ରାସ ହେଉଥିବା ଆନୁପାତିକତା ପ୍ରଣାଳୀ ଆଧାରରେ ଆବଣ୍ଟିତ ହୋଇଥାଏ , ଯେଉଁଠାରେ ବଡ଼ ଦେଶ ଗୁଡିକରେ ଅଧିକ ଏମଇପି ଥିବା ବେଳେ ମୁଣ୍ତ ପିଛା ଆୟ ଛୋଟ ଦେଶ ତୁଳନାରେ କମ ହୋଇଥାଏ ।

ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ର ଏକ ସମାନ ହୋଇ ନଥାନ୍ତି । ପ୍ରତ୍ୟେକ ଦେଶ କିଛି ସାମାନ୍ୟ ମାପଦଣ୍ଡ ଅନୁସାରେ ନିଜର ପ୍ରଣାଳୀ ମନୋନୀତ କରିପାରିବେ । ପ୍ରାଥମିକ ଆବଶ୍ୟକତା ଏହା ଯେ ପ୍ରଣାଳୀ ଆନୁପାତିକ ଏକ ସମାନ ରୂପରେ ହେବା ଆବଶ୍ୟକ । ଏଥିରେ ପାର୍ଟି ସୂଚୀ ଆନୁପାତିକ ପ୍ରତିନିଧିତ୍ବ ସାମିଲ ହୋଇ ପାରିବ ଯାହା ସାଧାରଣ କଥା ଅଟେ । ଉଦାହାରଣ ସ୍ବରୂପ ଏକକ ହସ୍ତାନ୍ତରୀୟ ଭୋଟ (ଆୟାରଲ୍ୟାଣ୍ଡ ଓ ମାଲଟାରେ ବ୍ୟବହୃତ) ଏବଂ ମିଶ୍ରିତ ସଦସ୍ୟ ଆନୁପାତିକ ପ୍ରତିନିଧିତ୍ବ (ଜର୍ମାନୀରେ ବ୍ୟବହୃତ) ।

କୌଣସି ବି ୟୁରୋପୀୟ ୟୁନିୟନ ବା ସଂଘର ସଦସ୍ୟ ଦେଶର ୧୮ ବର୍ଷ ର ଅଧିକ ବୟସର ନାଗରିକ ମାନେ ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନରେ ମତଦାନ କରିବାପାଇଁ ଯୋଗ୍ୟ ଅଟନ୍ତି । କିନ୍ତୁ କିଛି ଦେଶରେ ପ୍ରାର୍ଥୀତ୍ବ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି । ନିଜ ଦେଶ ଛଡା ଅନ୍ୟ ସଦସ୍ୟ ଦେଶରେ ରହୁଥିବା ୟୁରୋପୀୟ ସଂଘର ନାଗରିକ ନିଜର ଅବସ୍ଥାନ କରିଥିବା ଦେଶ କିମ୍ବା ନିଜର ପୈତୃକ ଦେଶରେ ଭୋଟଦାନ କରିବାକୁ ଚୟନ କରିପାରିବେ ।

ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ ପାଇଁ ପ୍ରାର୍ଥୀ ରାଜନୈତିକ ଦଳ ଦ୍ବାରା ନାମାଙ୍କିତ କରାଯାଇପାରେ ନଚେତ ସ୍ବାଧୀନ ଭାବେ ଛିଡା ହୋଇପାରିବେ । ଥରେ ନିର୍ବାଚିତ ହେବା ପରେ ସାଧାରଣତଃ ରାଷ୍ଟ୍ରୀୟ ଦଳ ଗୁଡିକ ପରିବର୍ତ୍ତେ ପ୍ୟାନ ୟୁରୋପିଆନ ରାଜନୈତିକ ସମୂହ ସହିତ ଜଡିତ ହୋଇଥାନ୍ତି । ୟୁରୋପୀୟ ପାର୍ଲିଆମେଣ୍ଟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ୟୁରୋପିଆନ ପିପୁଲସ ପାର୍ଟି, ରିନୁଉ ୟୁରୋପ, ୟୁରୋପିଆନ ଫ୍ରି ଆଲିଆନ୍ସ ଆଦି ଅନ୍ୟତମ ଅଟେ ।

ୟୁରୋପୀୟ ପାର୍ଲିଆମେଣ୍ଟ ପାଇଁ ନିର୍ବାଚନ ପ୍ରଚାର ଅଭିଯାନ ଅଦ୍ବିତୀୟ ଅଟେ କାରଣ ବିଭିନ୍ନ ରାଜନୈତିକ ମାହୋଲ ବିଭିନ୍ନ ଦେଶ ରେ ବ୍ୟାପ୍ତ ଅଛି । ପ୍ରଚାରର ଅଭିଯାନ ମୁଖ୍ୟତଃ ଜାତୀୟ ଓ ପାନ ୟୁରୋପୀୟ ପ୍ରସଙ୍ଗ ଉପରେ ଆଧାରିତ ଅଟେ । ସେଥିରେ ଆର୍ଥିକ ନୀତି, ପ୍ରବାସୀ ସମସ୍ୟା, ପରିହେଶ ସମ୍ପର୍କୀୟ ନୀତି ଓ ୟୁରୋପୀୟ ସଂଘର ଭବିଷ୍ୟ ମଧ୍ୟ ସାମିଲ ।