ଓଡ଼ିଶା ଉପକୂଳରେ ଆନ୍ଧ୍ର ପ୍ରତିଷ୍ଠା କରୁଛି ରାଜଧାନୀ, ବାଜିଲା ସତର୍କ ଘଣ୍ଟି
Advertisement

ଓଡ଼ିଶା ଉପକୂଳରେ ଆନ୍ଧ୍ର ପ୍ରତିଷ୍ଠା କରୁଛି ରାଜଧାନୀ, ବାଜିଲା ସତର୍କ ଘଣ୍ଟି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛୁ। ଏହା ବିଶାଖାପାଟନମରେ ୩ ଓ ୪ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି। ମୁଁ ଏହି ସୁଯୋଗରେ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରୁଛି। 

ଓଡ଼ିଶା ଉପକୂଳରେ ଆନ୍ଧ୍ର ପ୍ରତିଷ୍ଠା କରୁଛି ରାଜଧାନୀ, ବାଜିଲା ସତର୍କ ଘଣ୍ଟି

New Capital of AP: ନୂଆଦିଲ୍ଲୀ: ବଦଳିବାକୁ ଯାଉଛି ରାଜଧାନୀ (New Capital)। ପୂର୍ବରୁ ଅମରାବତୀକୁ (Amaravati) ରାଜଧାନୀ କରିବାକୁ ଦାବି ଜୋର ଧରିଥିବା ବେଳେ ଏବେ ଆଉ ଏକ ସହରର ନାଁ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ (Chief Minister) ଜଗନ ମୋହନ ରେଡ୍ଡୀ (Chief Minister Jagan Mohan Reddy)। ଏନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ୍ୱାଇଏସଆର (YSR Congress) ଜଗନମୋହନ ରେଡ୍ଡୀ (Chief Minister Jagan Mohan Reddy) କହିଛନ୍ତି କି ଦକ୍ଷିଣ ଭାରତୀୟ (South India) ରାଜ୍ୟ ଆନ୍ଧ୍ରପ୍ରଦେଶର (Andhra Pradesh) ରାଜଧାନୀ ଏଣିକି ବିଶାଖାପାଟଣା (Visakhapatnam) ଭାବେ ରହିବ। ଆନ୍ଧ୍ରପ୍ରଦେଶର (Andhrapradesh) ରାଜଧାନୀ ଅମରାବତୀ (Amaravati) ନୁହେଁ, ବରଂ ବିଶାଖାପାଟଣା (Visakhapatnam) ହେବ ବୋଲି ଜଗନମୋହନ (Jagan Mohan Reddy) କହିଥିଲେ। 

ଏଏନଆଇ ନ୍ୟୁଜି ଏଜେନ୍ସି ଅନୁଯାୟୀ ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରାଜଧାନୀ ଘୋଷଣା ହେବାର ୯ ବର୍ଷ ପରେ ଏହି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ତେଲଙ୍ଗାନା ଠାରୁ ଭିନ୍ନ ହେବା ପରେ ହାଇଦ୍ରାବାଦ ଉଭୟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରାଜଧାନୀ ରହିଥିଲା। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଓ୍ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡୀ କହିଥିଲେ କି ମୁଁ ଆପଣଙ୍କୁ ବିଶାଖାପାଟଣାକୁ ନିମନ୍ତ୍ରଣ କରୁଛି। ଭବିଷ୍ୟତରେ ଏହି ସହର ଆମର ରାଜଧାନୀ ହେବାକୁ ଯାଉଛି। ମୁଁ ନିଜେ ମଧ୍ୟ ଆଗାମୀ କିଛି ମାସ ମଧ୍ୟରେ ବିଶାଖା ପାଟଣାକୁ ଆସିଯାଉଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛୁ। ଏହା ବିଶାଖାପାଟନମରେ ୩ ଓ ୪ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି। ମୁଁ ଏହି ସୁଯୋଗରେ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରୁଛି। ଆପଣ ସମସ୍ତଙ୍କୁ କେବଳ ଏଠାକୁ ଆସିବାକୁ ନୁହେଁ ବରଂ ବିଦେଶରେ ଥିବା ଆପଣଙ୍କ ସହକର୍ମୀଙ୍କୁ ଏହା ବିଷୟରେ ଏକ ଭଲ ଏବଂ ଦୃଢ ମତାମତ ମଧ୍ୟ ରଖିବାକୁ ଅନୁରୋଧ କରାଯାଇଛି।

ଏହା ଜଣା ପଡିପାରେ ଯେ ସେ ଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତୀୟ କୂଟନୈତିକ ଆଲାଇନ୍ସର ବୈଠକରେ ଯୋଗ ଦେଇଛନ୍ତି। ରେଡ୍ଡୀ ବିଦେଶୀ ଏବଂ ଘରୋଇ ନିବେଶକମାନଙ୍କୁ ଏଠାକୁ ଆସି ଆନ୍ଧ୍ରପ୍ରଦେଶରେ ବ୍ୟବସାୟ କରିବା କେତେ ସହଜ ତାହା ଦେଖିବା ପାଇଁ ଅନୁରୋଧ କରିଥିଲେ।