Visakhapatnam: ପୁଣି ପଥର ମାଡ଼ର ଶୀକାର ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1526004

Visakhapatnam: ପୁଣି ପଥର ମାଡ଼ର ଶୀକାର ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଭିଡିଓ ଭାଇରାଲ

Vande Bharat  Train: ପଶ୍ଚିମବଙ୍ଗ ପରେ ଆନ୍ଧ୍ର ପ୍ରଦେଶ ଠାରେ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି।

 Visakhapatnam: ପୁଣି ପଥର ମାଡ଼ର ଶୀକାର ହେଲା ବନ୍ଦେ ଭାରତ ଏକ୍ସପ୍ରେସ,  ଭିଡିଓ ଭାଇରାଲ

Stone Pelting on Vande Bharat Express: ପୁଣି ଥରେ ପଥର ମାଡ଼ ଭଳି ଘଟଣାର ଶୀକାର ହୋଇଛି ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ। ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗିବା ଭଳି ଘଟଣା ବନ୍ଦ ହେବାର ଧରୁନାହିଁ। ପଶ୍ଚିମବଙ୍ଗ ପରେ ଏବେ ଆନ୍ଧ୍ର ପ୍ରଦେଶ ଠାରେ ଏହି ସେମି ହାଇସ୍ପୀଡ ଟ୍ରେନ ଉପରକୁ ପଥର ମାଡ଼ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। 

ଆନ୍ଧ୍ର ପ୍ରଦେଶ (Andhra Pradesh) ବିଶାଖାପଟ୍ଟନମ (Visakhapatnam) ଠାରେ କିଛି ଅଜ୍ଞାତ ବ୍ୟକ୍ତି ରେଲୱେ ୟାର୍ଡ ଠାରେ ଛିଡ଼ା ହୋଇଥିବା ଏକ ନୂତନ ବନ୍ଦେ ଭାରତ ଟ୍ରେନ (Vande Bharat Train) ଉପରକୁ ପଥର ମାଡ଼ କରିଛନ୍ତି। ପଥର ମାଡ଼ କାରଣରୁ ଏହାର ଝରକା କାଚ ଭାଙ୍ଗିଯଇଥିବା ଜଣାପଡ଼ିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ସିକନ୍ଦରାବାଦ-ବିଶାଖାପଟ୍ଟନମ୍ (Secunderabad to Visakhapatnam) ମଧ୍ୟରେ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆସନ୍ତା ୧୫ ଜାନୁଆରୀରେ ଭିଡିଓ 
କନଫରେନ୍ସିଂ ମାଧ୍ୟମରେ ଏହାକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ।

ବିଶାଖାପଟ୍ଟନମ ଠାରେ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ (Stone Pelting on Vande Bharat Express) ହେବା ଘଟଣାରେ ରେଳବାଇ ସୁରକ୍ଷା ବଳ (Railway Protection Force) ପକ୍ଷରୁ ଆରମ୍ଭ ହୋଇଯାଇଛି ତଦନ୍ତ। ଏନେଇ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବୁଧବାର ରାତିରେ କଞ୍ଚାରାପାଲେମ ଠାରେ କୋଚ ପରିସରରେ ନିକଟରେ ଖେଳୁଥିବା କିଛି 
ପିଲା ଟ୍ରେନ ଉପରକୁ ପଥର ଫିଙ୍ଗି ଏହାର ଝରକା କାଚ ଭାଙ୍ଗି ଦେଇଛନ୍ତି। ବିଶାଖାପଟ୍ଟନମ୍ ପୋଲିସ (Visakhapatnam Police) ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ପଥର ମାଡ଼ ଘଟଣାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଯୁବକ ପଥର ଫିଙ୍ଗିବା ପରେ ଦୌଡ଼ି ପଳାଉଥିବାର ଦେଖିବାକୁ ମିଳିଛି।

ପୋଲିସ କହିବା ଅନୁସାରେ, କୋଚ ରକ୍ଷଣାବେକ୍ଷଣ ଯାଞ୍ଚ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚେନ୍ନାଇ (Chennai) ଠାରୁ ବିଶାଖାପଟ୍ଟନମ ଠାରେ ଆସି ପହଞ୍ଚିଛି। ଯାହାକୁ କଞ୍ଚାରାପାଲେମସ୍ଥିତ ନୂତନ କୋଚ୍ ପରିସରକୁ ନିଆଯାଇଥିଲା। ଯେଉଁଠାରେ ପଥର ମାଡ଼ ଘଟଣା ଘଟିଛି। ପୋଲିସ କହିବା ଅନୁସାରେ ଟ୍ରେନ ଉପରକୁ ହୋଇଥିବା ପଥର ମାଡ଼ ଘଟଣାରେ ଗୋଟିଏ ଝରକା କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଝରକାରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି। ପଥର ଫିଙ୍ଗିଥିବା ଲୋକଙ୍କୁ ଖୋଜିବା ଜାରି ରହିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ପୋଲିସ କହିଛି।

ଏହା ପୂର୍ବରୁ ରବିବାର ଦିନ ପଶ୍ଚିମବଙ୍ଗସ୍ଥିତ (West Bengal) ବାରୋସଇ ରେଳ ଷ୍ଟେସନ (Barsoi railway station) ଠାରେ  ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ବନ୍ଦେ ଭାରତ ଏକ୍ସପ୍ରେସ ହାୱଡ଼ା ଠାରୁ ନ୍ୟୁ ଜାଲପାଇରିଗୁଡ଼ି (Howrah New Jalpaiguri Vande Bharat Express) ଆସୁଥିଲା। ଯାତ୍ରା କରିବା ବେଳେ ଏହି ଟ୍ରେନ ଉପରକୁ ପଥର ମାଡ଼ କରାଯାଇଥିଲା। ପଥର ମାଡ଼ ଟ୍ରେନ ଝରକା କାଚ ଭାଙ୍ଗି ଯାଇଥିଲା।