USA: ମଧ୍ୟାବଧି ନିର୍ବାଚରେ ଦେଖିବାକୁ ମିଳିଲା ବଡ଼ ପରିବର୍ତ୍ତନ, ପ୍ରତିନିଧି ସଭାରେ ବହୁମତ ପାଇଲା ରିପବ୍ଲିକାନ ପାର୍ଟି
Advertisement

USA: ମଧ୍ୟାବଧି ନିର୍ବାଚରେ ଦେଖିବାକୁ ମିଳିଲା ବଡ଼ ପରିବର୍ତ୍ତନ, ପ୍ରତିନିଧି ସଭାରେ ବହୁମତ ପାଇଲା ରିପବ୍ଲିକାନ ପାର୍ଟି

US Midterm Election: ପ୍ରାୟ ୪ ବର୍ଷର ବ୍ୟବଧାନ ପରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭାରେ ବହୁମତ ହାସଲ କରିଛି। ଗତ ୨୦୧୮ ବର୍ଷରେ ଡେମୋକ୍ରାଟିକ୍ ପାର୍ଟି ପ୍ରତନିଧି ସଭାରେ ବହୁମତ ହାସଲ କରିଥିଲା । ଗତ ୨୦୧୦-୨୦୧୮ ପର୍ଯ୍ୟନ୍ତ ପ୍ରତିନିଧି ସଭାରେ ଏହାର ସଂଖ୍ୟାଗରିଷ୍ଠତା ବଜାୟ ରଖିବାରେ ରିପବ୍ଲିକାନ୍ ପାର୍ଟି ସଫଳ ହୋଇଥିଲା।

 

 
 

USA: ମଧ୍ୟାବଧି ନିର୍ବାଚରେ ଦେଖିବାକୁ ମିଳିଲା ବଡ଼ ପରିବର୍ତ୍ତନ, ପ୍ରତିନିଧି ସଭାରେ ବହୁମତ ପାଇଲା ରିପବ୍ଲିକାନ ପାର୍ଟି

US Midterm Election 2022: ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହୋଉଥିବା ମଧ୍ୟାବଧି ନିର୍ବାଚନରେ ବାଜି ମାରିନେଇଛି ବିରୋଧି ରିପବ୍ଲିକାନ୍ ପାର୍ଟି। ଦଳ ଏହି ନିର୍ବାଚନରେ ବାଜିମାତ କରିବା ସହ ଦେଶର ପ୍ରତିନିଧି ସଭାରେ ​​ଏକ ସଙ୍କୀର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରିପବ୍ଲିକାନ୍ ପାର୍ଟି ନେତା ମାଇକ୍ ଗାର୍ସିଆ ବୁଧବାର କାଲିଫର୍ନିଆର ୨୭ ତମ ଜିଲ୍ଲା କଂଗ୍ରେସ ଜିତିଛନ୍ତି। ଏହା ପରେ ରିପବ୍ଲିକାନ୍ ପାର୍ଟି ଦଳର ମୋଟ ସିଟ୍ ସଂଖ୍ୟା ୨୧୮ ହୋଇଛି। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ରିପବ୍ଲିକାନ୍ ପାର୍ଟି (Republican Party) ସଂଖ୍ୟାଲଘୁ ନେତା କେଭିନ୍ ମ୍ୟାକ୍କାର୍ଥୀ (Kevin McCarthy) ପ୍ରତିନିଧି ସଭାର ପରବର୍ତ୍ତୀ ବାଚସ୍ପତି ହେବାର ସମ୍ଭାବନା ରହିଛି। ସେ ଡେମୋକ୍ରାଟ୍ ପାର୍ଟି ସଦସ୍ୟ ନାନସୀ ପେଲୋସିଙ୍କ (Nancy Pelosi) ସ୍ଥାନ ନେବେ। ଯିଏ ଗତ ୨୦୧୯ ବର୍ଷରୁ ଏହି ପଦରେ ବସିଛନ୍ତି। ଏହି ନିର୍ବାଚନରେ ଦଳ ସପକ୍ଷରେ ଯେଉଁ ସମର୍ଥନ ମିଳିବ ରିପବ୍ଲିକାନ୍ ଆଶା କରୁଥିଲେ ତାହା ମିଳିନାହିଁ। ଯଦିଓ ରିପବ୍ଲିକାନ ପାର୍ଟି ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି।

ମୋଟ ୪୩୫ ସଦସ୍ୟ ବିଶିଷ୍ଟ ଆମେରିକୀୟ ପ୍ରତିନିଧି ସଭାରେ (United States House of Representatives) ରିପବ୍ଲିକାନ ପାର୍ଟି ୨୧୮ ସିଟ୍ ପାଇଥିବା ନେଇ କହିଛି  NBC ଏବଂ CNN ରିପୋର୍ଟ। ମଧ୍ୟାବଧୀ ନିର୍ବାଚନରେ (USA Midterm Election 2022) ​​ଲକ୍ଷ ଲକ୍ଷ ଆମେରିକୀୟ ଭୋଟ୍ ଦେବାର ଏକ ସପ୍ତାହ ପରେ ଏହି ନିର୍ବାଚନ ଫଳାଫଳ ଆସିଛି। 

ମଧ୍ୟାବଧି ନିର୍ବାଚନରେ ଦଳକୁ ମିଳିଥିବା ବିଜୟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରିପବ୍ଲିକାନ୍ ପାର୍ଟି ସଂଖ୍ୟାଲଘୁ ନେତା କେଭିନ୍ ମ୍ୟାକ୍କାର୍ଥୀ। ଏନେଇ ସେ କହିଛନ୍ତି, "ଏକ ଦଳୀୟ ଡେମୋକ୍ରାଟିକ୍ ଶାସନର ଯୁଗ ଶେଷ ହୋଇଛି।" ଅନ୍ୟପଟେ ନିର୍ବାଚନ ଜିତିଥିବା ରିପବ୍ଲିକାନ୍ ପାର୍ଟି ଉଦ୍ଦେଶ୍ୟରେ ଅଭିନନ୍ଦନ ଜଣାଇଛନ୍ତି ଡେମୋକ୍ରାଟିକ ପାର୍ଟି (Democratic Party) ନେତା ତଥା ଯୁକ୍ତରାଷ୍ଟ୍ର ଆମେରିକା (United State of America) ରାଷ୍ଟ୍ରପତି ଜୋ ବାଇଡେନ (President Joe Biden)। ରାଷ୍ଟ୍ରପତି ବାଇଡେନ ବୁଧବାର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, "ମୁଁ ରିପବ୍ଲିକାନ୍ ପାର୍ଟି ନେତା କେଭିନ୍ ମ୍ୟାକ୍କାର୍ଥୀଙ୍କୁ ଅଭିନନ୍ଦନ ଜଣାଉଛି। ଆମେରିକୀୟ ନାଗରିକ ଚାହୁଁଛନ୍ତି ଯେ ସରକାର ସେମାନଙ୍କ ପାଇଁ କାମ କରନ୍ତୁ। 

ସଦ୍ୟ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ହୋଇଥିବ ପରିବର୍ତ୍ତନ ପରେ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକାଳର ଅବଶିଷ୍ଟ ଦୁଇ ବର୍ଷ ମଧ୍ୟରେ ତାଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ନିର୍ବାଚନ ପାଇଁ ୮ ନଭେମ୍ବରରେ ମତଦାନ ହୋଇଥିଲା।

ଯଦିଓ ପ୍ରତିନିଧି ସଭାରେ ରିପବ୍ଲିକାନ୍ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି ଅନ୍ୟପଟେ ସିନେଟରେ ଏବେ ମଧ୍ୟ ସଂଖ୍ୟାଗରିଷ୍ଠତା ତଥାପି ଡେମୋକ୍ରାଟିକ୍ ପାର୍ଟି ପାଖରେ ଅଛି। ମୋଟ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଡେମୋକ୍ରାଟିକ୍ ପାର୍ଟି ପାଖରେ ୫୦ ସି୍ଟ୍ ରହିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ତାଙ୍କ ଦଳ  ଲୋକସଭାରେ ଦଳ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। 

ପ୍ରାୟ ୪ ବର୍ଷର ବ୍ୟବଧାନ ପରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭାରେ ବହୁମତ ହାସଲ କରିଛି। ଗତ ୨୦୧୮ ବର୍ଷରେ ଡେମୋକ୍ରାଟିକ୍ ପାର୍ଟି ପ୍ରତନିଧି ସଭାରେ ବହୁମତ ହାସଲ କରିଥିଲା । ଗତ ୨୦୧୦-୨୦୧୮ ପର୍ଯ୍ୟନ୍ତ ପ୍ରତିନିଧି ସଭାରେ ଏହାର ସଂଖ୍ୟାଗରିଷ୍ଠତା ବଜାୟ ରଖିବାରେ ରିପବ୍ଲିକାନ୍ ପାର୍ଟି ସଫଳ ହୋଇଥିଲା। ରିପବ୍ଲିକାନ୍ ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ଅର୍ଥ ହେଉଛି ଯେ ରାଷ୍ଟ୍ରପତି ବାଇଡେନଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଋଣ ଛାତ ଏବଂ ଏବଂ ୟୁକ୍ରେନକୁ ଅଧିକ ସହାୟତା ପ୍ରଦାନ ସମେତ ଅନେକ ପ୍ରସଙ୍ଗରେ ରିପବ୍ଲିକାନ୍ ଏବଂ ଡେମୋକ୍ରାଟ୍ ମଧ୍ୟରେ ବିତର୍କ ବଢିବ ବୋଲି ଆଶା କରାଯାଉଛି।