Corona Virus Update: ପୁଣି କାୟା ମେଲାଇଲା କୋରୋନା, ମାସ୍କ ପିନ୍ଧିବା ସହ ଟିକାକରଣ କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1496687

Corona Virus Update: ପୁଣି କାୟା ମେଲାଇଲା କୋରୋନା, ମାସ୍କ ପିନ୍ଧିବା ସହ ଟିକାକରଣ କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

New Variant BF.7: ଏବେ ଚୀନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ.୭ ସହ ଜଡ଼ିତ ଚାରୋଟି ମାମଲା ଦେଶରେ ଚିହ୍ନଟ କରାଯାଇଛି। ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଅକ୍ଟୋବରରେ ଭାରତରେ ଏ ସମ୍ପର୍କିତ ପ୍ରଥମ ମାମଲା ଚିହ୍ନଟ କରିଛି।

 

 Corona Virus Update: ପୁଣି କାୟା ମେଲାଇଲା କୋରୋନା, ମାସ୍କ ପିନ୍ଧିବା ସହ ଟିକାକରଣ କରିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Union Health Minister Mansukh Mandaviya: ଏବେ ଦେଶରେ କୋରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ବର୍ତ୍ତମାନ ସମୟରେ କୋରୋନ ଭୂତାଣୁର ନୂଆ ଭାରିଏଣ୍ଟ ବିଏଫ.୭ ସକ୍ରିୟ ହେବାରେ ଲାଗିଛି। ଭାରତରେ ବିଏଫ.୭ ଭାରିଏଣ୍ଟ ସମ୍ପର୍କିତ ଚାରୋଟି ମାମଲା ଭାରତରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛି।  

ଦେଶରେ କୋରୋନା ମହାାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଲୋକସଭାରେ ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ। ଗୁରୁବାର ଲୋକସଭାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱରେ ଦୈନିକ ୫ ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରାଯାଉଛି। କୋରୋନା ମହାମାରୀ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇନାହିଁ। ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବୁଷ୍ଟର୍ ଡୋଜ୍ ଲଗାଇ ନାହାଁନ୍ତି ସେମାନେ ଯଥାଶୀଘ୍ର ଏହି ଟିକା ନିଅନ୍ତୁ। ଦେଶରେ କୋଭିଡ୍ ପରିଚାଳନା ଉତ୍ତମ ରହିଛି।

କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ଲୋକସଭାରେ ଆହୁରି ମଧ୍ୟ କହିଛନ୍ତି କୋରୋନା ଭୂତାଣୁର ସର୍ବଦା ବଦଳୁଥିବା ପ୍ରକୃତି ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ବିପଦ। କେନ୍ଦ୍ର ସରକାର କ୍ରମାଗତ ଭାବରେ କୋରୋନା ମହାମାରୀର ବୈଶ୍ୱିକ ସ୍ଥିତି ଉପରେ ସତର୍କ ନଜର ରଖି ଆସୁଛନ୍ତି। ଜନସ୍ୱାସ୍ଥ୍ୟ ଆଗରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି। ଆଗକୁ ଆସୁଥିବା ପର୍ବପର୍ବାଣୀ ପାଇଁ ଆବଶ୍ୟକୀୟ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  

ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶରୁ ଆସୁଥିବା ୨ ପ୍ରତିଶତ ଯାତ୍ରୀଙ୍କ RTPCR Test ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ବିଶ୍ୱ ମହାମାରୀକୁ ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏନେଇ କରାଯାଉଥିବା ପ୍ରୟାସରେ ମୁଁ ଗୃହର ସମସ୍ତ ସହକର୍ମୀଙ୍କ ପାଖରୁ ସହଯୋଗ ଚାହୁଁଛି। ବୁଷ୍ଟର ଡୋଜ ଲଗାଇବା ପରେ ମଧ୍ୟ କୋଭିଡ ପ୍ରୋଟୋକଲ ଅନୁସରଣ କରନ୍ତୁ। ଆମକୁ ଏକାଠି ହୋଇ କୋରୋନା ଭଳି ଶତ୍ରୁ ବିରୋଙରେ ଲଢେଇ ଲଢିବାକୁ ହେବ। କୋଭିଡ଼ ସଂକ୍ରମଣ ମାମଲାରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଛି।

ଚୀନରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଭାରତ ସରକାରଙ୍କ ଚିନ୍ତା ବଢିଛି। ବୁଧବାର ସରକାର ଲୋକଙ୍କୁ ଟିକାକରଣ କରିବା ସହ ମାସ୍କ ପିନ୍ଧିବାକୁ କହିଛନ୍ତି। ଏହା ସହିତ ଚୀନ୍ ଏବଂ ଅନ୍ୟ ଦେଶରୁ ଆସୁଥିବା କେତେକ ଯାତ୍ରୀଙ୍କୁ ପରୀକ୍ଷା ନମୁନା ଆଧାରରେ କରୋନା ଭାଇରସ୍ ଯାଞ୍ଚ କରିବାକୁ ନିଆଯିବ। ଏବେ ଚୀନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ.୭ ସହ ଜଡ଼ିତ ଚାରୋଟି ମାମଲା ଦେଶରେ ଚିହ୍ନଟ କରାଯାଇଛି। ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଅକ୍ଟୋବରରେ ଭାରତରେ ଏ ସମ୍ପର୍କିତ ପ୍ରଥମ ମାମଲା ଚିହ୍ନଟ କରିଛି।

ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ ସମୀକ୍ଷା ବୈଠକରେ ବିଶେଷଜ୍ଞ କହିଛନ୍ତି ଯେ ଏ ପର୍ଯ୍ୟନ୍ତ କୋଭିଡ ମାମଲାରେ କୌଣସି ବୃଦ୍ଧି ହୋଇନାହିଁ। ହେଲେ ବର୍ତ୍ତମାନ ବିଦ୍ୟମାନ ଢାଞ୍ଚା ଉପରେ ନଜର ରଖିବା ପାଇଁ ନିରନ୍ତର ନୀରିକ୍ଷଣର ଆବଶ୍ୟକତା ରହିଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଏବଂ ଟୀକାକରଣ ସହିତ ସଂକ୍ରମଣ ବିସ୍ତାର ରୋକିବା ସହ ଜଡିତ ଆଚରଣ ଅନୁସରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଲୋକଙ୍କୁ କହିଛନ୍ତି। ଏନେଇ ଟ୍ୱିଟ କରି ମନ୍ତ୍ରୀ କହିଛନ୍ତି ଯେ କେତେକ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁଧବାର ବିଶେଷଜ୍ଞ ତଥା ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରାଯାଇଛି। କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମେ କୋରୋନା ସମ୍ପର୍କିତ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ।

ସମୀକ୍ଷା ବୈଠକରେ କୁହାଯାଇଛି ଯେ, କୋରୋନା ସଂକ୍ରମଣ ଦୃଷ୍ଟିରୁ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ସର୍ବାଗ୍ରେ ରହିଥିବା ରାଜ୍ୟ ତାଲିକାରେ ସାମିଲ ଅଛନ୍ତି। ଦେଶରେ କୋଭିଡ଼ ସଂକ୍ରମଣ ହ୍ରାସ ପାଉଛି। ୨୦୨୨ ଡିସେମ୍ବର ୨୦ ତାରିଖରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୈନିକ ଚିହ୍ନଟ ହେଉଥିବା ନୂତନ କୋଭିଡ୧୯ ମାମଲାରେ ଏହି ୫ ରାଜ୍ୟର ଅଂଶ ୮୪ ପ୍ରତିଶତ ରହିଛି।