UFO Spotted In Russia: ଋଷିଆ ଆକାଶରେ ଦେଖାଗଲା UFO! ୨୦୦ କମି ପର୍ଯ୍ୟନ୍ତ ପିଛା କଲେ ଋଷୀୟ ଯୁଦ୍ଧ ବିମାନ
Advertisement
Article Detail0/zeeodisha/odisha1594884

UFO Spotted In Russia: ଋଷିଆ ଆକାଶରେ ଦେଖାଗଲା UFO! ୨୦୦ କମି ପର୍ଯ୍ୟନ୍ତ ପିଛା କଲେ ଋଷୀୟ ଯୁଦ୍ଧ ବିମାନ

UFO Spotted In Russia Sky:  ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ତାସ୍ ଅନୁଯାୟୀ ପୁଲକୋଭୋ ବିମାନବନ୍ଦର ଠାରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ବାୟୁସୀମାକୁ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ମଧ୍ୟାନ୍ନ ପର୍ଯ୍ୟନ୍ତ ବିମାନ ଉଡ଼ାଣ ନିଲମ୍ବନ ଆଦେଶ ଜାରି ରହିବ। 

 

ପ୍ରତୀକାତ୍ମକ ଫଟୋ

Russian Fighter Jet Chasing UFO After Spotted In Country: ସଦ୍ୟ ଋଷିଆ ଆକାଶରେ ଅଜଣା ଉଡନ୍ତା ବସ୍ତୁ ଭଳି ଜିନିଷ ଉଡୁଥିବାର ଦେଖା ଯାଇଥିଲା। ଯେତେବେଳେ ଲୋକେ ଏହା ଘଚଣା ସମ୍ପର୍କରେ ଅବଗତ ହେଲେ, ସେତେବେଳେ ସହରର ସମସ୍ତ ବିମାନ ଚଳାଚଳ ସାମୟିକ ଭାବରେ ବାତିଲ କରି ଦିଆଯାଇଥିଲା। ଆକାଶରେ ଅଜଣା ଉଡନ୍ତା ବସ୍ତୁ ଦେଖାଯିବା ଘଟଣା ଋଷିଆର ସେଣ୍ଟ ପିଟର୍ସବର୍ଗ ସହରରେ ଦେଖିବାକୁ ମିଳିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏଠାରେ ସମସ୍ତ ବିମାନ ଉଡ଼ାଣ ମଧ୍ୟାନ୍ନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଏନେଇ କୁହାଯାଉଛି ଯେ ଏଠାରେ ଆକାଶରେ ଡ୍ରୋନ୍ ଭଳି ଜିନିଷ ଦେଖିବାକୁ ମିଳିଥିଲା। ​​ଯାହା ସହର ଆଡ଼କୁ ମାଡ଼ି ଆସୁଥିଲା।

ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ତାସ୍ (Russian Official News Agency TASS) ଅନୁଯାୟୀ ପୁଲକୋଭୋ ବିମାନବନ୍ଦର (Pulkovo Airport) ଠାରୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ବାୟୁସୀମାକୁ (Airspace) ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ମଧ୍ୟାନ୍ନ ପର୍ଯ୍ୟନ୍ତ ବିମାନ ଉଡ଼ାଣ ନିଲମ୍ବନ ଆଦେଶ (Flight Suspension Order) ଜାରି ରହିବ। ବିମାନ ଉଡ଼ାଣ ବନ୍ଦ କରିବାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି କାରଣ ପ୍ରକାଶ କରାଯାଇନାହିଁ।

Also Read: Pentagon: ୟୁଏଫଓ-ଏଲିୟନ ବାବଦରେ ଆସିଲା ବଡ଼ ଖବର, ପ୍ରକାଶ ପାଇଲା ପେଣ୍ଟାଗନ୍ ରିପୋର୍ଟ

ଏକ ଟେଲିଗ୍ରାମ ଚ୍ୟାନେଲ କହିଛି ଯେ, ସେଣ୍ଟ ପିଟର୍ସବର୍ଗ ସହରରୁ (Saint Petersburg City) ପ୍ରାୟ ୧୮୦ କିଲୋମିଟର ଦୂରରେ ଏକ ଅଜଣା ଉଡନ୍ତା ବସ୍ତୁ (Unidentified Flying Object) ୟୁଏଫଓ (UFO) ଭଳି ଜିନିଷ ଉଡୁଥିବାର ଦେଖା ଯାଇଥିଲା। ଏହା ଏକ ସାମରିକ ଅଞ୍ଚଳ ନିକଟରେ ଦୃଶ୍ୟମାନ ହୋଇଥିଲା। ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ସେଣ୍ଟ ପିଟର୍ସବର୍ଗ ଠାରେ ଅବସ୍ଥିତ ପୁଲକୋଭୋ ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ସୁପାରିଶ କ୍ରମେ ଏପରି ପଦକ୍ଷେପ ନିଆଯାଇଛି। 

Also Read: Shocking News: ପ୍ରଶାନ୍ତ ମହାସାଗରରେ ଉଡୁଥିବାର ଦେଖାଗଲା UFO, ରେକର୍ଡିଂ କଲେ ପାଇଲଟ

ଫ୍ଲାଇଟ୍ ରାଡାର ୱେବସାଇଟ (Flight Radar Website) ଠାରେ ଉପଲବ୍ଧ ତଥ୍ୟ ଅନୁଯାୟୀ ସେଣ୍ଟ ପିଟର୍ସବର୍ଗ ଠାରୁ ଉଡ଼ାଣ ଭରିଥିବା ଅନେକ ବିମାନ ସହର ଆଡକୁ ଫେରୁଛି। ନ୍ୟୁଜ୍ ୱିକ୍ ୱେବସାଇଟ୍ (News Week Website) ଅନୁଯାୟୀ ସହରରେ ଏକ ୟୁଏଫଓ ଦେଖା ଯାଇଥିଲା। ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ଏକ ଅଜଣା ଉଡନ୍ତା ବସ୍ତୁ ସହର ନିକଟକୁ ଆସିବା ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଏକ କାର୍ପେଟ ଯୋଜନାରେ କାମ କରିବା ଆରମ୍ଭ କରି ଦେଇଥିଲେ। ଏହି ଯୋଜନା ସେତେବେଳେ ଆରମ୍ଭ ହୁଏ ଯେତେବେଳେ କୌଣସି ଅଜ୍ଞାତ ଉଡନ୍ତା ବସ୍ତୁ ଦେଖାଯାଏ। ଏହି ଯୋଜନା କାର୍ଯ୍ୟକାରୀ ହେବା ସମୟରେ ଯୁଦ୍ଧ ବିମାନକୁ ଅନୁସନ୍ଧାନ ପାଇଁ ପଠାଯାଇଥିଲା। ହେଲେ ଯୁଦ୍ଧ ବିମାନ କିଛି ପାଇନଥଲା।