IAF Plane Crash: ମିଗ୍-୨୧ ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ
Advertisement

IAF Plane Crash: ମିଗ୍-୨୧ ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ

MIG-21 Fighter Jet: ମିଗ-୨୧ ବାଇସନ ଯୁଦ୍ଧ ବିମାନକୁ ୧୯୬୦ ଦଶକରୁ ସେବାରେ ସାମିଲ କରିଥିଲା ଭାରତୀୟ ବାୟୁସେନା।

IAF Plane Crash: ମିଗ୍-୨୧ ବିମାନ ଦୁର୍ଘଟଣାରେ ୨ ପାଇଲଟ ମୃତ

MIG-21 Plane Crash: ରାଜସ୍ଥାନର ବାଡମେର ଜିଲ୍ଲାର ଭୀମଡା ଗ୍ରାମରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ବାୟୁସେନାର ଏକ ମିଗ୍-୨୧ ଯୁଦ୍ଧ ବିମାନ। ଯେଉଁସ୍ଥାନରେ ଏହି ଘଟଣା ଘଟିଛି ସେଠାକାର ଲୋକ ଘଟଣାସ୍ଥଳରେ ବିମାନରେ ନିଆଁ ଯାଇଥିବାର  ଦେଖିବାକୁ ପାଇଥିଲେ। ଦୁର୍ଘଟଣାଗ୍ରସ୍ତ ଯୁଦ୍ଧ ବିମାନ ଚାଳକଙ୍କ ବାବଦରେ କୌଣସି ଖବର ଉପଲବ୍ଧ ନାହିଁ। ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିବା ପରେ ଭୀମଡା ଗ୍ରାମରେ ଆତଙ୍କ ଖେଳିଯାଇଥିଲା।

ଭାରତୀୟ ବାୟୁସେନାର (Indian Air Force) ଦୁର୍ଘଟଣାଗ୍ରସ୍ତ ମିଗ୍-୨୧ ଯୁଦ୍ଧ ବିମାନର (MIG-21 Fighter Jet) ଅବଶେଷ ଅଧା କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପିଙ୍ଗି ହୋଇ ପଡ଼ିଥିଲା। ଏହି ଘଟଣା ଖବର ପାଇବା ମାତ୍ରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଦୁ୍ଘଟଣାରେ ଉଭୟ ପାଇଲଟ ଶହୀଦ ହୋଇଯାଇଛନ୍ତି। ଏହି ଦୁର୍ଘଟଣାର ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଦୁର୍ଘଟଣା ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି।

ଜିଲ୍ଲାରେ ହୋଇଥିବା ବିମାନ ଦୁର୍ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ବାଡମେର ଜିଲ୍ଲାପାଳ ଲୋକବନ୍ଧୁ କହିଛନ୍ତି ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ଯାହା ବାୟଟୁ ଭୀମଡା ଗ୍ରାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନା ମୁଖ୍ୟଙ୍କ ସହ କଥା ହୋଇ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ବାୟୁସେନା ମୁଖ୍ୟ ତାଙ୍କୁ ଖବର ଦେଇଛନ୍ତି।

ମିଗ-୨୧ ବାଇସନ ଯୁଦ୍ଧ ବିମାନକୁ (MiG 21 Bison Aircraft) ୧୯୬୦ ଦଶକରୁ ସେବାରେ ସାମିଲ କରିଥିଲା ଭାରତୀୟ ବାୟୁସେନା। ବର୍ଷ ବର୍ଷ ଧରି ବିଭିନ୍ନ ଦୁର୍ଘଟଣାରେ ଭାରତୀୟ ବାୟୁସେନାର  ଅନେକ ମିଗ-୨୧ ବିମାନ ହରାଇଛି। ବର୍ତ୍ତମାନ ଭାରତୀୟ ବାୟୁସେନାରେ ମିଗ-୨୧ ବାଇସନ୍ ର ପ୍ରାୟ ୬ ସ୍କ୍ୱାଡ୍ରନ୍ ରହିଛି। ଗୋଟିଏ ଏକ ସ୍କ୍ୱାଡ୍ରନ୍ ପ୍ରାୟ ୧୮ ବିମାନକୁ ନେଇ ଗଠିତ ହୋଇଥାଏ। 

Also Read: IAF Plane Crash: ୮ ମାସରେ ଘଟିଲାଣି ୫ ବଡ଼ ଦୁର୍ଘଟଣା, ପଢନ୍ତୁ ପୁରା ରିପୋର୍ଟ