Supertech Twin Tower Demolition: ଆସିଲା ଟ୍ୱିନ ଟାଓ୍ୱାର ନିର୍ମାତା କମ୍ପାନୀର ବୟାନ, ନୋଏଡ଼ା ଅଧିକାରୀଙ୍କ ଉପରେ ଲଦିଲେ ଦୋଷ
Advertisement

Supertech Twin Tower Demolition: ଆସିଲା ଟ୍ୱିନ ଟାଓ୍ୱାର ନିର୍ମାତା କମ୍ପାନୀର ବୟାନ, ନୋଏଡ଼ା ଅଧିକାରୀଙ୍କ ଉପରେ ଲଦିଲେ ଦୋଷ

ଏହି ଦୁଇଟି ଟାୱାର ଭାଙ୍ଗିବା କମ୍ପାନୀର ଅନ୍ୟ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଘର କ୍ରେତାଙ୍କୁ ଠିକ୍ ସମୟରେ ସେମାନଙ୍କ ଫ୍ଲାଟ ଯୋଗାଇ ଦିଆଯିବ। 

Supertech Twin Tower Demolition:  ଆସିଲା ଟ୍ୱିନ ଟାଓ୍ୱାର ନିର୍ମାତା କମ୍ପାନୀର ବୟାନ, ନୋଏଡ଼ା ଅଧିକାରୀଙ୍କ ଉପରେ ଲଦିଲେ ଦୋଷ

Supertech Twin Tower Demolition:  ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ୱିନ ଟାଓ୍ୱାରକୁ (Twin Tower) କେଇ ମୁହୁର୍ତ୍ତରେ ମାଟିରେ ମିଶାଇ ଦିଆଯାଇଛି। ବିସ୍ଫୋରକ (Blasting) ଲଗାଇ ଉକ୍ତ ବିଲ୍ଡିଂକୁ ଭାଙ୍ଗି ଦିଆଯାଇଛି। ଆଉ ଏହା ପରେ ଏହାକୁ ନିର୍ମାଣ କରିଥିବା ନିର୍ମାତା ସୁପରଟେକ (Supertech) କମ୍ପାନୀ ନୋଏଡ଼ା ଅଧିକାରୀଙ୍କ (Noida Authority) ଉପରେ ଦୋଷ ଲଦିଛନ୍ତି। ଦିଲ୍ଲୀରେ (New Delhi) ରିଅଲିଟି ସେକ୍ଟର କମ୍ପାନୀ ସୁପରଟେକ୍ (Supertech) କହିଛି ଯେ ନୋଏଡା ଡେଭଲପମେଣ୍ଟ ଅଥରିଟି (Noida Development Authority) ଦ୍ୱାରା ଅନୁମୋଦିତ ବିଲଡିଂ ଯୋଜନା ଅନୁଯାୟୀ ଏହି ଟ୍ୱିନ ଟାୱାରର (Twin Tower) ନିର୍ମାଣ କରାଯାଇଛି। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। 

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି ଏହି ଦୁଇଟି ଟାୱାର ଭାଙ୍ଗିବା କମ୍ପାନୀର ଅନ୍ୟ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଘର କ୍ରେତାଙ୍କୁ ଠିକ୍ ସମୟରେ ସେମାନଙ୍କ ଫ୍ଲାଟ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ ଦିଲ୍ଲୀର କୁତୁବ ମିନାର ଠାରୁ ଶହେ ମିଟର ଅଧିକ ଉଚ୍ଚରେ ଥିବା ଏହି କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ୩୭୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ବ୍ୟବହାର କରାଯାଇଛି। ସୁପ୍ରିମକୋର୍ଟ ଏମେରାଲ୍ଡ କୋର୍ଟ ସୋସାଇଟି କମ୍ପ୍ଲେକ୍ସ ମଝିରେ ଏହି ନିର୍ମାଣକୁ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି, ଯାହା ପରେ ଏହି ଟ୍ୱିନ ଟାଓ୍ୱାରରେ ରହିଛନ୍ତି।

ନୋଏଡାର ଯାଆଁଳା ଟାୱାର ଆପେକ୍ସ ଏବଂ ସିଆନ୍ ସେକ୍ଟର ୯୩(ଏ) ରେ ଥିବା ଏମେରାଲ୍ଡ କୋର୍ଟ ପ୍ରକଳ୍ପର ଏକ ଅଂଶ ଏବଂ ନୋଏଡା ପ୍ରାଧିକରଣ ଦ୍ୱାରା ଆବଣ୍ଟିତ ଜମିରେ ନିର୍ମିତ ହୋଇଥିଲା। ଏହି ଦୁଇଟି ଟାୱାର ସମେତ ବିଲଡିଂ ଯୋଜନାଗୁଡିକ ନୋଏଡା ପ୍ରାଧିକରଣ ଦ୍ୱାରା ୨୦୦୯ରେ ଅନୁମୋଦିତ ହୋଇଥିଲା ଏବଂ ସେହି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ବିଲଡିଂ ବାଇ-ନିୟମକୁ ସମ୍ପୂର୍ଣ୍ଣ ପାଳନ କରିଥିଲେ।

କମ୍ପାନୀ କହିଛି ଯେ ବିଲଡିଂ ନିୟମ ବାହାରେ କୌଣସି କାର୍ଯ୍ୟ କରାଯାଇ ନାହିଁ ଏବଂ ସେମାନେ ନୋଏଡା ପ୍ରାଧିକରଣକୁ ସମ୍ପୂର୍ଣ୍ଣ ଦେୟ ଦେବା ପରେ ନିର୍ମାଣ କରାଯାଇଛି। ସୁପରଟେକ୍ କହିଛନ୍ତି ଯେ, ତଥାପି ସୁପ୍ରିମକୋର୍ଟ ବୈଷୟିକ ଭିତ୍ତିରେ ନିର୍ମାଣକୁ ସନ୍ତୋଷଜନକ ମନେ କରିନାହାଁନ୍ତି ଏବଂ ଏହି ଦୁଇଟି ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ସମ୍ମାନ କରୁ ଏବଂ ଏହାକୁ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥାଉ। 

ସୁପରଟେକ୍ ଆହୁରି ମଧ୍ୟ କହିଛନ୍ତି, “ଆମେ ଘର କ୍ରେତାଙ୍କୁ ୭୦ ହଜାରରୁ ଅଧିକ ଘର ଯୋଗାଇଛୁ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାକି ଘର କ୍ରେତାଙ୍କୁ ମଧ୍ୟ ଘର ଯୋଗାଇଦେବୁ। ଆମେ ସମସ୍ତ ଘର କ୍ରେତାଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନ୍ୟ ପ୍ରକଳ୍ପ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏବଂ ସେହି ସମସ୍ତ ପ୍ରକଳ୍ପ ଜାରି ରହିବ।

ସୂଚନାଯୋଗ୍ୟ ଆଜି ମାଟିରେ ମିଶିଛି ଭାରତର ଅନ୍ୟତମ ଉଚ୍ଚତମ ଅଟ୍ଟାଳିକା। ପୂର୍ବନିର୍ଦ୍ଧାରିତ ସମୟ ଅପରାହ୍ନ ସାଢେ ଦୁଇଟା ବେଳେ ୩୭୦୦ କିଲୋଗ୍ରାମ ବିସ୍ଫୋରକରେ ନଭଶ୍ଚୁମ୍ୱୀ କୋଠାକୁ ଧ୍ୱଂସ କରାଯାଇଛି। ମାତ୍ର କେଇ ସେକେଣ୍ଡରେ ଦୁଇଟି ବିଲ୍ଡିଂ ଧରାଶାୟୀ ହୋଇଯାଇଛି। ଦୀର୍ଘ ନ ବର୍ଷର ଆଇନଗତ ଲଢେଇ ପରେ ନଅ ମିନିଟରେ ସୁପରଟେକ୍ ଟ୍ୱନ୍ ଟାୱାର ଭୂପୃଷ୍ଟରୁ ଉଭେଇ ଯାଇଛି। ଏହାର ଭଗ୍ନାବଶେଷ ସଫା କରିବାକୁ ପ୍ରାୟ ତିନି ମାସ ସମୟ ଲାଗିବ ବୋଲି ଆକଳନ କରାଯାଉଛି।

ମାତ୍ର ୧୦ରୁ ୧୨ ସେକେଣ୍ଡ ମଧ୍ୟରେ ନୋଏଡା ସେକ୍ଟର ୯୩ସ୍ଥିତ ଭାରତ ସର୍ବୋଚ୍ଚ ଅଟାଳିକା ସମ୍ପୂର୍ଣ୍ଣ ଧୂଳିଶାତ ହୋଇଯାଇଛି। ୧୦୦ ମିଟର ଦୂରରୁ ସୁପରଟେକ୍ ଟ୍ୱନ୍ ଟାୱାରକୁ ବିସ୍ଫୋରଣ କରାଯାଇଛି। ଜବରଦସ୍ତ ଧମାକା ସହ ଟ୍ୱିନ୍ ଟାୱାର ମାଟିରେ ମିଶିଛି। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି। ନୋଏଡା ସେକ୍ଟର ୯୩ ଓ ଏହାର ଆଖପାଖ ଅଞ୍ଚଳର ଆକାଶ କେବଳ ଧୂଳି ଆଚ୍ଛାଦିତ ହୋଇଛି। ପବନର ଦିଗ ସହ ଏହି ବିଷାକ୍ତ ଧୂଳିକଣା ଆଗକୁ ଆଗକୁ ବଢିବାରେ ଲାଗିଛି। ଧୂଆଁକୁ ନିୟନ୍ତ୍ରୀତ କରିବାକୁ ପ୍ରଶାସନ ପକ୍ଷରୁ ଜଳ ଛିଞ୍ଚନ କରାଯାଉଛି। କିନ୍ତୁ ଧୂଳି କଣା ବାୟୁମଣ୍ଡଳରେ ପ୍ରବେଶ କରିଥିବାରୁ ତାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ।