Tragic Mumbai Building Collapse: ଭୀଷଣ ବର୍ଷାରେ ମୁମ୍ବାଇରେ ଭୁଶୁଡିଲା ବିଲ୍ଡି : ୧ ମୃତ, ୧୩ ଆହତ
Advertisement
Article Detail0/zeeodisha/odisha2345266

Tragic Mumbai Building Collapse: ଭୀଷଣ ବର୍ଷାରେ ମୁମ୍ବାଇରେ ଭୁଶୁଡିଲା ବିଲ୍ଡି : ୧ ମୃତ, ୧୩ ଆହତ

Tragic Mumbai Building Collapse: ଭୀଷଣ ବର୍ଷା ଯୋଗୁ ଶନିବାର ମୁମ୍ବାଇ ଗ୍ରାଣ୍ଡ ରୋଡରେ ଥିବା ଏକ ପୁରୁଣା ବିଲିଂର ବାଲକୋନୀ ଭୁଶୁଡି ପଡିଛି। ଏଥିରେ ଜଣେ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

Tragic Mumbai Building Collapse

Tragic Mumbai Building Collapse: ଭୀଷଣ ବର୍ଷା ଯୋଗୁ ଶନିବାର ମୁମ୍ବାଇ ଗ୍ରାଣ୍ଡ ରୋଡରେ ଥିବା ଏକ ପୁରୁଣା ବିଲିଂର ବାଲକୋନୀ ଭୁଶୁଡି ପଡିଛି। ଏଥିରେ ଜଣେ ବୟଷ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଘଟଣାର ସୂଚନା ମିଳିବା ମାତ୍ରେ ଦମକଳ ବିଭାଗ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ମୃତାହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ବେଳେ ବିଲ୍ଡିଂରେ ଥ‌ିବା ଅନ୍ୟ ପରିବାରଙ୍କୁ ନିରାପଦ ସହିତ ବାହାରକୁ ବାହାର କରାଯାଇଛି।

ସୁଚନା ଅନୁଯାୟୀ ଗ୍ରାଣ୍ଡ ରୋଡରେ ଥ‌ିବା ରୁବିନା ମଞ୍ଜିଲ ନାମକ ଏହି ବିଲିଂଟି ବହୁତ ପୁରୁଣା ଜରାଜିର୍ଣ୍ଣ ହୋଇପଡିଛି ଏଥିରେ ଲଗାଣ – ବର୍ଷା ଜାରି ଥିବାରୁ ବାଲକୋନୀ ବତୁରି ଗଳି ପଡିଛି। ଅଧିକାରୀଙ୍କ ସୂଚନା ଅନୁସାରେ ଭବନରେ ଥିବା ଅନ୍ୟ ୧୩ ଜଣଙ୍କୁ ଦମକଳ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି।ଡିଭିଜନାଲ ଫାୟାର ଅଫିସର ଏକନାଥ  ମଟାଲେ କହିଛନ୍ତି ଯେ ଆମକୁ ଖବର ମିଳିବା ପରେ ତୁରନ୍ତ ପ୍ରସ୍ତୁତ ହୋଇ ଦମକଳ କର୍ମଚାରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଇ ଥିଲୁ।

ଏହି ଉଦ୍ଧାର ଅଭିଯାନରେ ମୋଟ ୩୭ ଲୋକଙ୍କୁ ବାହାର କରାଯାଇଥିବା ବେଳେ ଆହତ ୧୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ ବିଲିଂରେ ଏହି ଦୁର୍ଘଟଣା ଘଟିଛି ତାହା ଗ୍ରାଣ୍ଡ ରୋଡ ରେଳ ଷ୍ଟେସନ ନିକଟସୁ ସ୍ଲିଟର ରୋଡରେ ରହିଛି। ଏଥିରେ ବିଲିଂର ଦ୍ଵିତୀୟ ଓ ତୃତୀୟ ମହଲା ବାଲକୋନୀର ଅଂଶ ସାଙ୍ଗକୁ ଚତୁର୍ଥ ମହଲାରୁ ଗ୍ରାଉଣ୍ଡ ଦବି ଯାଇଛି। ବାଲକୋନୀ ଭୁଶୁଡିବା ଯୋଗୁ ପ୍ରାଣ ହରାଇଥ‌ିବା ମହିଳା ଚିହ୍ନଟ ହୋଇ ପାରି ନାହାନ୍ତି।ତେବେ ତାଙ୍କ ବୟସ ପାଖାପାଖେ ୭୦ ବର୍ଷ ହେବ ବୋଲି କୁହାଯାଉଛି।