ଆଜି ପୃଥିବୀ ନିକଟକୁ ଆସିବ ଗ୍ରହାଣୁ '୨୦୦୮ ଯିଓ-୨୦'
Advertisement

ଆଜି ପୃଥିବୀ ନିକଟକୁ ଆସିବ ଗ୍ରହାଣୁ '୨୦୦୮ ଯିଓ-୨୦'

ଆଜି ଭାରତୀୟ ସମୟ ପ୍ରାୟ ରାତି ୧୧ଟା ୨୧ ମିନିଟ୍ ସମୟରେ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବ। ସେତେବେଳେ ପୃଥିବୀରୁ ଏହାର ଦୂରତା ପ୍ରାୟ ୪୫ ଲକ୍ଷ କିଲୋମିଟର ଅର୍ଥାତ୍ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୧ ରୁ ୧୨ ଗୁଣ ଦୂରରେ ରହିବ। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ଆଜି ପୃଥିବୀ ନିକଟକୁ ଆସିବ ଗ୍ରହାଣୁ, ଧକ୍କା ହେବାର ସମ୍ଭାବନା ନାହିଁ। ଜୁଲାଇ ୨୫ ତାରିଖରେ ଏକ ଗ୍ରହାଣୁ ପୃଥିବୀରେ ଧକ୍କା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରକୃତରେ ଏହାର ନାମ '୨୦୦୮ ଯିଓ-୨୦' ଯାହାକୁ ୨୦୦୮ ମସିହାରେ ଆବିଷ୍କାର କରାଯାଇଥିଲା। 

ଆଜି ଭାରତୀୟ ସମୟ ପ୍ରାୟ ରାତି ୧୧ଟା ୨୧ ମିନିଟ୍ ସମୟରେ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବ। ସେତେବେଳେ ପୃଥିବୀରୁ ଏହାର ଦୂରତା ପ୍ରାୟ ୪୫ ଲକ୍ଷ କିଲୋମିଟର ଅର୍ଥାତ୍ ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୧ ରୁ ୧୨ ଗୁଣ ଦୂରରେ ରହିବ। ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୨୯,୦୦୦ କିମି ବା ସେକେଣ୍ଡ ପ୍ରତି ୮ କିମି ରହିଛି। ଆକଳନ ଅନୁଯାୟୀ, ଏହା ୯୭ ମିଟର ଚଉଡା ଏବଂ ୨୩୦ ମିଟର ଲମ୍ବା ଅଟେ।

Also Read: ବିଦେଶୀ କମ୍ପାନୀ ହାତକୁ ଯିବ BPCL? କେନ୍ଦ୍ର ସରକାର ନେଲା ଏହି ପଦକ୍ଷେପ 

ଗତ ୨୦୦୮ ମସିହା ଜୁନ୍ ୨୦ ତାରିଖରେ ଗ୍ରହାଣୁ ପୃଥିବୀର ନିକଟତର ହୋଇଥିଲା। ଆସନ୍ତା ୨୦୩୪ ମସିହା ଜୁଲାଇ ୨୪ ତାରିଖରେ ପୁଣି ଏହା ପୃଥିବୀର ନିକଟତର ହେବ। ଏହି ଗ୍ରହାଣୁ ଏଥର ପୃଥିବୀର ୪୫ ଲକ୍ଷ କିଲୋମିଟର ଦୂରତାରେ ଯିବ, ଯାହା ପୂର୍ବରୁ ୧୯୩୫ ମସିହାରେ ୧୮ ଲକ୍ଷ କିମି ଓ ୧୯୭୭ ମସିହାରେ ୨୯ ଲକ୍ଷ କିମି ତୁଳନାରେ ବହୁତ ଆଧିକ। ତେଣୁ ଗ୍ରହାଣୁ '୨୦୦୮ ଯିଓ-୨୦' ନିକଟକୁ ଆସୁଥିଲେ ମଧ୍ୟ ଏହା ପୃଥିବୀ ସହ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। 

ଏପରି ଲକ୍ଷାଧିକ ସଂଖ୍ୟାରେ ରହିଥିବା ଗ୍ରହାଣୁ ଗୁଡିକ ବେଳେ ବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି। ସେଗୁଡିକ ମଧ୍ୟରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ବାୟୁମଣ୍ଡଳରେ ପୋଡି ପାଉଁଶ ହୋଇଯାଇଥାଏ। ସର୍ବଶେଷ ଗଣନା ଅନୁଯାୟୀ ୨୦୬୮ ମସିହା ପର୍ଯ୍ୟନ୍ତ କୌଣସି ବଡ଼ ବସ୍ତୁ ବା ପିଣ୍ଡ ପୃଥିବୀକୁ ଧକ୍କା ଦେବାର ବିପଦ ନାହିଁ ତେଣୁ ଭୟଭୀତ ହେବାର କିଛି ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସବିଶେଷ ସୂଚନା ଦେଇଛନ୍ତି।