Terror Attack: ଆତଙ୍କବାଦୀ ଆକ୍ରମଣରେ ଥରହର ଶିଆ ଧାର୍ମିକ ତୀର୍ଥସ୍ଥଳ, ୧୫ ମୃତ
Advertisement

Terror Attack: ଆତଙ୍କବାଦୀ ଆକ୍ରମଣରେ ଥରହର ଶିଆ ଧାର୍ମିକ ତୀର୍ଥସ୍ଥଳ, ୧୫ ମୃତ

Attack on Shia Pilgrimage Site: ବୁଧବାର ସନ୍ଧ୍ୟାରେ ୩ ଜଣ ସଶସ୍ତ୍ର ବ୍ୟକ୍ତି ଦକ୍ଷିଣ ଇରାନର ଶିରାଜ ସହରରେ ଅବସ୍ଥିତ ଏକ ଶିଆ ତୀର୍ଥସ୍ଥଳରେ ଆକ୍ରମଣ କରିଛନ୍ତି।

Terror Attack: ଆତଙ୍କବାଦୀ ଆକ୍ରମଣରେ ଥରହର ଶିଆ ଧାର୍ମିକ ତୀର୍ଥସ୍ଥଳ, ୧୫ ମୃତ

Terrorist Attack in Iran: ଆତଙ୍କବାଦୀ ଆକ୍ରମଣରେ ଥରହର ହୋଇଉଠିଛି ଶିଆ ମୁସଲିମ ଧାର୍ମିକ ତୀର୍ଥସ୍ଥଳ। ଏହି ଆକ୍ରମଣରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଇରାନ ଶିରାଜ ସହରରେ ଘଟିଯାଇଛି ଏଭଳି ଆତଙ୍କବାଦୀ ଆକ୍ରମଣ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟକୁ ଦର୍ଶାଇ ଅଲ ଅରବିଆ କହିଛି ଯେ ଅକ୍ଟୋବର ୨୬ ତାରିଖ ବୁଧବାର ଇରାନ ଶିରାଜ ସହରରେ ଏକ ଆତଙ୍କବାଦୀ ହମଲା ହୋଇଛି। ଏହି ସହରରେ ଅବସ୍ଥିତ ଏକ ଶିଆ ଧାର୍ମିକ ତୀର୍ଥସ୍ଥଳରେ ଅଜଣା ବନ୍ଧୁକଧାରୀ ଉପାସକଙ୍କ ଉପରେ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ  ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ସନ୍ଧ୍ୟାରେ ୩ ଜଣ ସଶସ୍ତ୍ର ବ୍ୟକ୍ତି ଦକ୍ଷିଣ ଇରାନର (South Iran) ଶିରାଜ ସହରରେ (Shiraz) ଅବସ୍ଥିତ ଏକ ଶିଆ ତୀର୍ଥସ୍ଥଳରେ (Shia Muslim Pilgrimage Site) ପ୍ରବେଶ କରି ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣରେ ଜଡ଼ିତ ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ତସନିମ ନ୍ୟୁଜ୍ ଏଜେନ୍ସି କହିଛି ଯେ ଆକ୍ରମଣକାରୀ "ତକଫିରୀ" ଅର୍ଥାତ ସୁନ୍ନି ଉଗ୍ରବାଦୀଙ୍କ (Sunni ExtremistsTakfiri) ସହ ଜଡ଼ିତ ଅଛନ୍ତି। ଦେଶରେ (Iran) ଚାଲିଥିବା ଅଶାନ୍ତିର ସୁଯୋଗ ନେଇ ଏଭଳି ଆକ୍ରମଣ କରାଯାଇଛି। ଅତୀତରେ ଇରାନରେ ସୁନ୍ନି  ଚରମପନ୍ଥୀ ଅତୀତରେ ଶିଆ ମୁସଲମାନଙ୍କ ଧାର୍ମିକସ୍ଥଳକୁ ଟାର୍ଗେଟ କରି ସାରିଛନ୍ତି।

ଗତ ସେପ୍ଟମ୍ବର ୧୬ ତାରିଖରେ ପୋଲିସ (Iranian Police) ହେପାଜତରେ ରହିଥିବା ବେଳେ ୨୨ ବର୍ଷୀୟ ଇରାନୀ ମହିଳା ମହସା ଅମିନୀଙ୍କ (Iranian Woman Mahsa Amini) ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପର ଠାରୁ ଦେଶରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ଆନ୍ଦୋଳନରେ ଥରହର ହୋଇଉଠିଛି ଇରାନ। ସରକାରୀ ମାନଦଣ୍ଡ ଅନୁଯାୟୀ ହିଜାବ (Hijab) ପିନ୍ଧି ନ ଥିବାରୁ ଅମିନୀଙ୍କୁ ଇରାନ ସରକାରଙ୍କ ଧାର୍ମିକ ନୈତିକ ପୋଲିସ (Islamic Religious Police of Iran) ଗିରଫ କରିଥିଲା। ତାଙ୍କର ଅନ୍ତିମ ସଂସ୍କାରକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବିଦ୍ରୋହ  ପ୍ରଦର୍ଶନରେ ଯୋଗ ଦେଇ ଅନେକ ଇରାନ ଯୁବତୀ ନିଜ ପିନ୍ଧୁଥିବା ସ୍କାର୍ଫ (Scarf) ପୋଡି ଦେଇଥିଲେ।

Also Read: Pakistan: ଶିଆ ଧାର୍ମିକ ଶୋଭାଯାତ୍ରା ବେଳେ ବିସ୍ଫୋରଣ; ୫ ମୃତ, ୪୦ ଜଣ ଆହତ

ଇରାନୀ ମହିଳା ମହସା ଅମିନୀଙ୍କ ମୃତ୍ୟୁକୁ ନେଇ ଦେଶରେ ହୋଇଥିବା ବିଦ୍ରୋହ ପ୍ରଦର୍ଶନରେ ୨ ଶହରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇସାରିଛି। ଏପରିକି ବିଦ୍ରୋହ ବେଳେ ହଜାର ହଜାର ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ବିଶ୍ୱର ଲକ୍ଷ ଲକ୍ଷ ଲୋକ ମହସା ଆମିନୀଙ୍କ ସମର୍ଥନରେ ବାହାରି ଇରାନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବୁଧବାର ଇରାନ ସୁରକ୍ଷା ବାହିନୀ ମଧ୍ୟ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ମହସା ଅମିନୀଙ୍କ ମୃତ୍ୟୁର ୪୦ ଦିନ ପରେ ତାଙ୍କ ନିଜ ସହରରେ ହଜାର ହଜାର ଲୋକ ଏକତ୍ରୀତ ହୋଇଥିଲେ।