ଧୂମପାନର ବୟସ ବୃଦ୍ଧି କରିବା ଆବେଦନକୁ ନେଇ ସୁପ୍ରିମକୋର୍ଟ ଦେଲେ ଏହି ବଡ଼ ରାୟ
Advertisement

ଧୂମପାନର ବୟସ ବୃଦ୍ଧି କରିବା ଆବେଦନକୁ ନେଇ ସୁପ୍ରିମକୋର୍ଟ ଦେଲେ ଏହି ବଡ଼ ରାୟ

Supreme Court: ଧୂମପାନ ବୟସକୁ ୧୮ ରୁ ୨୧ କୁ ବୃଦ୍ଧି କରିବା ଓ ଖୋଲା ସ୍ଥାନରେ ସିଗାରେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାଖଲ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ସାଙ୍କେତିକ ଫଟୋ

Supreme Court on reduce smoking age: ଧୂମପାନ ବୟସକୁ ୧୮ ରୁ ୨୧ କୁ ବୃଦ୍ଧି କରିବା ଓ ଖୋଲା ସ୍ଥାନରେ ସିଗାରେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାଖଲ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି । ଏହି ପ୍ରସଙ୍ଗରେ ବୟାନ ଦେଇ ଦୁଇ ସଦସ୍ୟ ବିଶିଷ୍ଟ ବେଞ୍ଚ କହିଛନ୍ତି ଯେ ଏକ ଭଲ ମାମଲାରେ ତର୍କ କରନ୍ତୁ, ପ୍ରଚାର ପ୍ରସାର ପାଇଁ ମକଦ୍ଦମା ଦାୟର କରନ୍ତୁ ନାହିଁ ।

ଶୁକ୍ରବାର ଦିନ ସୁପ୍ରିମକୋର୍ଟର (Supreme Court) ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଏସ.କେ କୌଲ (SK Kaul) ଓ ଜଷ୍ଟିସ ସୁଧାଂଶୁ ଧୁଲିଆ (Sudhanshu Dhulia) ଦୁଇ ଓକିଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଆବେଦନକୁ ଖାରଜ କରି ବେଞ୍ଚ କହିଛନ୍ତି ଯେ ଯଦି ଆପଣ ପ୍ରଚାର କରିବାକୁ ଚାହାଁନ୍ତି, ତେବେ ଏକ ଭଲ ମାମଲାରେ ତର୍କ କରନ୍ତୁ ... ପ୍ରଚାର ପ୍ରସାର ପାଇଁ ମକଦ୍ଦମା ଦାୟର କରନ୍ତୁ ନାହିଁ ।

କହିରଖୁଛୁ ଯେ ସର୍ବୋଚ୍ଚ ନ୍ୟାୟାଳୟରେ ଆଡଭୋକେଟ ଶୁଭମ୍ ଅବସ୍ତି ଓ ସପ୍ତ ଋଷି ମିଶ୍ରଙ୍କ ଦ୍ୱାରା ଏକ ପିଏଲ ଦାଖଲ କରାଯାଇଥିଲା । ଏହି ଆବେଦନରେ ଧୂମପାନକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶନାମା ମଗାଯାଇଥିଲା । ଏହା ବ୍ୟତୀତ ଶିକ୍ଷାଗତ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ପୂଜାପାଠ ସ୍ଥାନ ନିକଟରେ ସିଗାରେଟ୍ ବିକ୍ରିକୁ ନିଷିଦ୍ଧ କରିବା ସହିତ ବ୍ୟବସାୟିକ ସ୍ଥାନରୁ ଧୂମପାନ କରିବାକୁ ନିଷେଧ କରିବାକୁ ନିର୍ଦ୍ଦେଶ ମଧ୍ୟ ମଗାଯାଇଥିଲା ।

ତେବେ ଏହି ଆବେଦନରେ ଧୂମପାନ ପାଇଁ ସର୍ବନିମ୍ନ ବୟସ ସୀମାକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା । ଦୁଇ ଓକିଲ ଶୁଭମ୍ ଅୱସ୍ତି ଏବଂ ସପ୍ତ ଋଷି ମିଶ୍ରଙ୍କ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଥିଲା । ବ୍ୟବସାୟିକ ସ୍ଥାନ ଓ ବିମାନବନ୍ଦରରେ ଧୂମପାନ ପାଇଁ ନିର୍ମିତ ସ୍ଥାନକୁ ରଦ୍ଦ କରାଯିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇ ଥିଲା । ଏହା ସହିତ ସିଗାରେଟ ଓ ଧୂମପାନର ନିଶା ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା ।

ଏହା ବି ପଢ଼ନ୍ତୁ: CBSE 10th Result 2022: ପ୍ରକାଶ ପାଇଲା ଦଶମ ଶ୍ରେଣୀ ଫଳାଫଳ; ଏପରି ଦେଖନ୍ତୁ ରେଜଲ୍ଟ

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପିଏମ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର