Article 370: ଆସିଲା ସୁପ୍ରିମ୍ ରାୟ, ଧାରା ‘୩୭୦’ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ
Advertisement
Article Detail0/zeeodisha/odisha2004934

Article 370: ଆସିଲା ସୁପ୍ରିମ୍ ରାୟ, ଧାରା ‘୩୭୦’ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ

Article 370: ଆସିଲା ସୁପ୍ରିମକୋର୍ଟଙ୍କ (Supreme Court) ସୁପ୍ରିମ୍ ରାୟ । ଜମ୍ମୁ କାଶ୍ମୀରରେ ଧାରା ‘୩୭୦’ ଉଚ୍ଛେଦ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଧାରା ‘୩୭୦’ (Article 370) ଉଚ୍ଛେଦକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି ସୁପ୍ରିମକୋର୍ଟ । 

ସୌ(ସୋସିଆଲ ମିଡିଆ)

Article 370: ଆସିଲା ସୁପ୍ରିମକୋର୍ଟଙ୍କ (Supreme Court) ସୁପ୍ରିମ୍ ରାୟ । ଜମ୍ମୁ କାଶ୍ମୀରରେ ଧାରା ‘୩୭୦’ ଉଚ୍ଛେଦ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଧାରା ‘୩୭୦’ (Article 370) ଉଚ୍ଛେଦକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ରାୟ ନେଇ ୫ ଜଣିଆ ଖଣ୍ଡପୀଠଙ୍କ ସହମତି ମିଳିଥିବା ସୂଚନା ମିଳିଛି ।

ସୋମବାର ଧାରା ‘୩୭୦’ ବୈଧତା ଉପରେ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଦୀର୍ଘ ୪ ବର୍ଷ ୪ ମାସ ୬ ଦିନ ପରେ ସୁପ୍ରିମ୍ ରାୟ ଶୁଣାଇଛନ୍ତି କୋର୍ଟ । ଭାରତ ରାଷ୍ଟ୍ରସଂଘରେ ମିଶିବା ବେଳେ ଜମ୍ମୁ ଓ କଶ୍ମୀର (Jammu and Kashmir) ତା’ର ସାର୍ବଭୌମତ୍ବ ବା ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ଧରି ରଖି ନ ଥିଲା ବୋଲି କହି ଆଜି ଭାରତର ପ୍ରଧାନ ବିଚାର ପତି ଡି. ୱାଇ. ଚନ୍ଦ୍ରଚୂଡ଼ (Dhananjaya Yeshwant Chandrachud) ସମ୍ବିଧାନର (Constitution) ‘ଧାରା ୩୭୦’ ଉଚ୍ଛେଦକୁ ବୈଧ ବୋଲି କହିଛନ୍ତି।

Also Read-Gold Rate Today: ପୁଣି ଖସିଲା ଦର, ଏଠି ୪୭ ହଜାର ତଳେ ବିକ୍ରି ହେଉଛି ସୁନା

ସୂଚନାଯୋଗ୍ୟ, ପ୍ରାୟ ୪ ବର୍ଷରୁ ଅଧିକ ହେବ ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ‘ଧାରା ୩୭୦’କୁ ଉଚ୍ଛେଦ କରାଯାଇ ସେଠାରେ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଛି । ଗୋଟିଏ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟଟି ହେଉଛି ଲଦାଖ । ଧାରା ‘୩୭୦’ ଉଚ୍ଛେଦର ସାମ୍ବିାଧାନିକ ବୈଧତାକୁ ଚାଲେଞ୍ଜ କରି  ‘ପିଡିପି’ ଓ ‘ଏନ୍‌ସି’ ଦାଏର କରିଥିବା କେତେକ ପିଟିସନ୍‌ ଉପରେ ଆଜି ସୁପ୍ରିମ୍‌ କୋର୍ଟର ୫ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତ ହୋଇ ରାୟ ଶୁଣାଇ କହିଛନ୍ତି ଯେ, ଏହି ଉଚ୍ଛେଦ ଆଦେଶ ସାମ୍ବିଧାନିକ ଭାବେ ବୈଧ ଅଟେ। ଏଥିରେ ରାଷ୍ଟ୍ରପତିଙ୍କ କ୍ଷମତାର ଅପପ୍ରୟୋଗ କରାଯାଇ ନାହିଁ।