ଶ୍ରୀଲଙ୍କାରେ ଏମେରଜେନ୍ସି ଘୋଷଣା
Advertisement
Article Detail0/zeeodisha/odisha1255603

ଶ୍ରୀଲଙ୍କାରେ ଏମେରଜେନ୍ସି ଘୋଷଣା

Sri Lanka Crisis: ଶ୍ରୀଲଙ୍କାରେ ଚାଲିଥିବା ବିରୋଧ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡି ପଳାଇଛନ୍ତି । ଅନ୍ୟପକ୍ଷରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ସୌ: ସୋସିଆଲ ମିଡିଆ

Sri lanka Emergency : ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ (Gotabaya Rajapaksa) ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି (Emergency) ଘୋଷଣା କରାଯାଇଛି । ଶ୍ରୀଲଙ୍କା ରାଷ୍ଟ୍ରପତି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ୧୩ ଜୁଲାଇରେ ନିଜ ପଦରୁ ଇସ୍ତଫା ଦେବେ । ତେବେ ଦେଶରୁ ପଳାଇବା ପରେ ଏବେ ତାଙ୍କ ଇସ୍ତଫା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ପଳାୟନ ପରେ କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଜନ ବିରୋଧ ଆରମ୍ଭ ହୋଇଛି । କ୍ରୋଧିତ ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବାର ଦେଖାଯାଉଛି । ଜନତା ରାସ୍ତାରେ ହଙ୍ଗାମା କରିବା ଆରମ୍ଭ କରିଛନ୍ତି । ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବହୁ ସଂଖ୍ୟକ ସୈନିକ ନିୟୋଜିତ ହୋଇଛନ୍ତି । କ୍ରୋଧିତ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ମରାଯାଇଛି ।

ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡି ମାଲଦ୍ୱୀପକୁ ପଳାୟନ କରିଛନ୍ତି । ରାଜପକ୍ଷ ଦେଶ ଛାଡିବା ପରେ ଲୋକମାନେ ରାଗିଛନ୍ତି । ରାଜଧାନୀ କଲମ୍ବୋ ରାସ୍ତାରେ ବିକ୍ଷୋଭକାରୀମାନେ ତୀବ୍ର ହଙ୍ଗାମା କରୁଛନ୍ତି । ହଜାର ହଜାର ଲୋକ ସଂସଦ ଗୃହ ଆଡକୁ ଯାଉଛନ୍ତି । ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମଧ୍ୟ ପିଏମ ହାଉସ ଆଡକୁ ଯାଉଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି ।

ଅନ୍ୟପକ୍ଷରେ, ୧୩୯ ଦିନର ବିରୋଧ ପରେ ରାଜପକ୍ଷ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଆଜି ସଂସଦରେ ତାଙ୍କର ଇସ୍ତଫା ଘୋଷଣା କରାଯାଇପାରେ ଓ ଏହା ସହିତ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତିଙ୍କ ନାମ ମଧ୍ୟ ଘୋଷଣା କରାଯିବ ।

ଏହା ବି ପଢ଼ନ୍ତୁ: ମୁର୍ମୁଙ୍କ ଉପରେ କାହିଁକି ଏତେ 'ମମତା' ଦେଖାଉଛନ୍ତି ଦିଦି, ଭରସା ଓ ନେରେଟିଭର ସଙ୍କଟରେ ଫସିଲେ

ଏହା ବି ପଢ଼ନ୍ତୁ: ଯଶୱନ୍ତ ସିହ୍ନାଙ୍କୁ ଲାଗିଲା ଆଉ ଏକ ଝଟକା! ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଏହି ଦଳର ସମର୍ଥନ