Fire Mishap: ହାଇଦ୍ରାବାଦର ଏକ କମ୍ପେଲକ୍ସରେ ଭୟାବହ ଅଗ୍ନିକାଣ୍ତ , ଚାଲିଗଲା ୬ ଜୀବନ
Advertisement

Fire Mishap: ହାଇଦ୍ରାବାଦର ଏକ କମ୍ପେଲକ୍ସରେ ଭୟାବହ ଅଗ୍ନିକାଣ୍ତ , ଚାଲିଗଲା ୬ ଜୀବନ

Fire Mishap: ହାଇଦ୍ରାବାଦ ସିକନ୍ଦରାବାଦରେ ଏକ ବହୁତାଲା ବିଶିଷ୍ଟ କୋଠାରେ ଗୁରୁବାର ଦିନ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ତ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନାହିଁ ।  ତେବେ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୌ(ସୋସିଆଲ ମିଡିଆ)

Fire Mishap: ହାଇଦ୍ରାବାଦ ସିକନ୍ଦରାବାଦରେ ଏକ ବହୁତାଲା ବିଶିଷ୍ଟ କୋଠାରେ ଗୁରୁବାର ଦିନ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ତ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ଯରୁ ୪ ଜଣ ମହିଳା ଥିଲେ । ଅନ୍ୟ ୭ ଜଣଙ୍କୁ ଅଗ୍ନିଶମ ବାହିନୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି । ତେବେ ବର୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନାହିଁ । ସେପଟେ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି କି, ତେବେ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସିକନ୍ଦରାବାଦରେ ଗୁରୁବାର ଦିନ ଘଟିଛି ଏକ ବଡ଼ ଅଘଟଣ । ଅଗ୍ନିକାଣ୍ତରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ନିଁଆକୁ କାବୁ କରାଯାଇଛି । ଦୁର୍ଘଟଣାରେ ୧୨ ଜଣଙ୍କୁ ଉଦ୍ଧାର କରି ଅଲଗା ଅଲଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ଯରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଛଅ ଜଣଙ୍କ ଚିକିତ୍ସା ଜାରି ରହିଛି । ମୃତକମାନେ ତେଲେଙ୍ଗାନାର ବାରଙ୍ଗଲ ଓ ଖମ୍ମାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଏମାନେ ଏକ ମାର୍କେଟିଂ କମ୍ପାନୀରେ କାମ କରୁଥିଲେ । ଯାହାର ଅଫିସ୍ ଏହି କମ୍ପେ୍ଲକ୍ସରେ ଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ବିଂଲ୍ଡରେ ରାତି ପ୍ରାୟ ୭.୩୦ ମିନିଟ୍ ରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଆଠ ମହଲା ବିଶିଷ୍ଟ ଏହି ବିଲ୍ଡିଂର ଗୋଟିଏ ମହଲାରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ମଧ୍ୟରାତ୍ରି ପର୍ଯ୍ୟନ୍ତ କୋଠାରୁ ଧୂଆଁ ବାହାରୁଥିଲା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥି୍ଲେ । ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଗତ ଜାନୁଆରୀ ମାସରେ ସିକନ୍ଦରାବାଦରେ ଏକ ପାଞ୍ଚ ମହଲା ବିଶିଷ୍ଟ ବ୍ୟବସାୟିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ନିଆଁ ଲାଗିଥିବା କୋଠାକୁ ଭାଙ୍ଗି ଦିଆଯାଇଛି।

ଏହା ମଧ୍ଯ ପଢନ୍ତୁ-7th Pay Commission DA Hike: କେନ୍ଦ୍ର କର୍ମଚାରୀଙ୍କୁ ଆଜି ଉପହାର ଦେବେ ମୋଦି ସରକାର, ସିଧାସଳଖ ୨୭,୦୦୦ ଟଙ୍କା ବଢ଼ିବ ଦରମା!

ଏହା ବି ପଢନ୍ତୁ-Nobel Peace Prize: ପିଏମ ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ନୋବେଲ ପୁରସ୍କାର କମିଟିର ଡେପୁଟି ନେତା ଦେଲେ ଏହି ବୟାନ

ଏହା ବି ପଢନ୍ତୁ-Aman Dhaliwal: ଜାଣନ୍ତୁ କିଏ ଏହି ପଞ୍ଜାବୀ ଅଭିନେତା ଅମନ ଧାଲିୱାଲ? ଯାହା ଉପରେ ଆମେରିକାରେ ହୋଇଛି ଭୟାନକ ଆକ୍ରମଣ