Moon: ଚନ୍ଦ୍ର ପୃଷ୍ଠରେ ମହଜୁଦ ରହିଛି କେତେ ପାଣି? ଗବେଷଣାରୁ ମିଳିଲା ଉତ୍ତର
Advertisement
Article Detail0/zeeodisha/odisha1631607

Moon: ଚନ୍ଦ୍ର ପୃଷ୍ଠରେ ମହଜୁଦ ରହିଛି କେତେ ପାଣି? ଗବେଷଣାରୁ ମିଳିଲା ଉତ୍ତର

Research on Moon: ଚୀନ୍ ବୈଜ୍ଞାନିକଙ୍କ ପକ୍ଷରୁ ଏଭଳି ଦାବି କରାଯାଇଛି। ଚୀନ ସ୍ପେସ୍ ଏଜେନ୍ସି ଚନ୍ଦ୍ର ପୃଷ୍ଠର ନମୁନା ଆଣିବା ପାଇଁ ଚାଙ୍ଗାଇ-୫ ରୋଭର ମିଶନ ପଠାଇଥିଲା। ଯାହା ୨୦୨୦ ଡିସେମ୍ବରରେ ଚନ୍ଦ୍ର ପୃଷ୍ଠର ମୃତ୍ତିକା ନମୁନା ନେବା ସହିତ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲା।

Moon: ଚନ୍ଦ୍ର ପୃଷ୍ଠରେ ମହଜୁଦ ରହିଛି କେତେ ପାଣି? ଗବେଷଣାରୁ ମିଳିଲା ଉତ୍ତର

Water In Moon: ଚନ୍ଦ୍ର ପୃଷ୍ଠରେ ଜଳ ଅଛି ନା ନାହିଁ? ଦୀର୍ଘ ବର୍ଷ ଧରି ବୈଜ୍ଞାନିକ ଏହି ପ୍ରଶ୍ନର ଉତ୍ତର ଖୋଜି ଆସୁଥିଲେ। ଏନେଇ କରାଯାଉଥିବା ଅନୁସନ୍ଧାନ ଉପରେ ବର୍ତ୍ତମାନ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକ ଦାବି କରିଛନ୍ତି ଯେ ସେମାନେ ଚନ୍ଦ୍ର ପୃଷ୍ଠରେ କୋଟି କୋଟି ଟନ୍ ଓଜନର ଜଳ ମହଜୁଦ ରହିଥିବାର ଜାଣିବାକୁ ପାଇଛନ୍ତି। ଯାହା ଭୂପୃଷ୍ଠରେ ବିଛା ଯାଇଥିବା ଛୋଟ ଛୋଟ କାଚର ମୋତି ସହିତ ସମାନ।

ଚୀନ୍ ବୈଜ୍ଞାନିକଙ୍କ (Chinese Scientist) ପକ୍ଷରୁ ଏଭଳି ଦାବି କରାଯାଇଛି। ଚୀନ ସ୍ପେସ୍ ଏଜେନ୍ସି (China Space Agency) ଚନ୍ଦ୍ର ପୃଷ୍ଠର (Moon Surface) ନମୁନା ଆଣିବା ପାଇଁ ଚାଙ୍ଗାଇ-୫ ରୋଭର ମିଶନ (Change-5 Rover Mission) ପଠାଇଥିଲା। ଯାହା ୨୦୨୦ ଡିସେମ୍ବରରେ ଚନ୍ଦ୍ର ପୃଷ୍ଠର ମୃତ୍ତିକା ନମୁନା ନେବା ସହିତ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲା।

ଯେତେବେଳେ ଚନ୍ଦ୍ର ପୃଷ୍ଠରୁ ଆସିଥିବା ମୃତ୍ତିକାର ନମୁନା ପରୀକ୍ଷା କରାଯାଇଥିଲା, ସେତେବେଳେ ଜଣାପଡ଼ିଥିଲା ଯେ, ଏଥିରେ ମାଇକ୍ରୋସ୍କୋପିକ୍ କାଚ ମୋତି (Microscopic Glass Beads) ରହିଛି। ଏହି ମୋତି ଭିତରେ ଜଳ (Water) ରହିଥିବାର ପ୍ରମାଣ ମିଳିଛି। ମୃତ୍ତିକା ପରୀକ୍ଷଣରୁ ଜଣାପଡିଛି ଯେ ଏହି କାଚ ମୋତି ଭିତରେ ଜଳର ଅଣୁ (Water Molecules) ମହଜୁଦ ରହିଛି। ଯାହା ଚନ୍ଦ୍ର ପୃଷ୍ଠରେ ସୌର ପବନ (Solar Wind) ପ୍ରଭାବରେ ସୃଷ୍ଟି ହୋଇଛି। ଚାଙ୍ଗାଇ-୫ ରୋଭର ମିଶନ ସହାୟତାରେ ପ୍ରାୟ ୧.୭ କିଲୋଗ୍ରାମ ମାଟି ଏବଂ ୩୨ କାଚ ମୋତି ସଂଗ୍ରହ କରାଯାଇଥିଲା।

Also Read: ପୃଥିବୀ ଠାରୁ ଦୂରେଇଯାଉଛି ଚନ୍ଦ୍ର;ଏତେ ବର୍ଷ ପରେ ସବୁଦିନ ପାଇଁ ହୋଇଯିବ ଅଦୃଶ୍ୟ!

 

"ନେଚର ଜିଓ ସାଇନ୍ସ" (Nature Geoscience) ପକ୍ଷରୁ ପ୍ରକାଶିତ ପ୍ରକାଶିତ ଅନୁସନ୍ଧାନର ସହ-ଲେଖକ ଏବଂ ପ୍ଲାନେଟେରି ସାଇଣ୍ଟିଷ୍ଟ ସେନ୍ ହୁ (Planetary Scientist Sen Hu) ଚନ୍ଦ୍ର ପୃଷ୍ଠରେ ପଡୁଥିବା ଗ୍ରହ ଗ୍ରହକୁ ଏହାର କାରଣ ବର୍ଣ୍ଣନା କରିଛନ୍ତି। ବୈଜ୍ଞାନିକ ଜଣଙ୍କ କହିଛନ୍ତି ଯେ, ଉଭୟ ବଡ଼ ଛୋଟ ଧରଣର କ୍ଷୁଦ୍ର ଗ୍ରହ ଚନ୍ଦ୍ର ପୃଷ୍ଠ ଉପରେ ପଡ଼ିଥାଏ। ଯାହା ହାଇ ଏନର୍ଜୀ ଫ୍ଲାସ ହିଟିଂ (High Energy Flash Heating) ଘଟଣା କାଚ ମୋତି (Glass Beads) ଗଠନ ହେବାର କାରଣ।

ରିପୋର୍ଟ ଅନୁଯାୟୀ ଏହି କାଚ ମୋତି ଭିତରେ ବହୁଳ ମାତ୍ରାରେ ହାଇଡ୍ରୋଜେନ (Hydrogen) ରହିଛି। ଏପରିକି ଏହି ମୋତିରେ ଅକ୍ସିଜେନ (Oxygen) ମଧ୍ୟ ମଧ୍ୟ ରହିଛି। ସେମାନେ ମାଟିରେ ପୋତି ହୋଇଯାଆନ୍ତି। ଯେତେବେଳେ ସୌର ପବନ ପ୍ରବାହିତ ହୁଏ, ସେତେବେଳେ ଏହି ହାଇଡ୍ରୋଜେନ୍-ଅକ୍ସିଜେନ ମିଳିତ ହୋଇ ଜଳ ସୃଷ୍ଟି କରିଥାନ୍ତି। ପ୍ରତ୍ୟେକ କାଚ ମୋତି ଭିତରେ ୨୦୦୦ ମାଇକ୍ରୋଗ୍ରାମ୍ ଜଳ ଗଚ୍ଛିତ ରହିଥିବାର ସମ୍ଭାବନା ରହିଛି। ଏହି କାଚ ମୋତିରେ ପ୍ରାୟ ୩୦ ହଜାର କୋଟି ଲିଟର ପାଣି ଗଚ୍ଛିତ ରହିଥାଇ ପାରେ ବୋଲି ଦାବି କରାଯାଉଛି।