Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଏକ୍ସପ୍ରେସୱେରେ ବସ୍ ଓଲଟି ୩୦ ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ, ଅନେକ ଗୁରୁତର
Advertisement
Article Detail0/zeeodisha/odisha1357017

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଏକ୍ସପ୍ରେସୱେରେ ବସ୍ ଓଲଟି ୩୦ ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ, ଅନେକ ଗୁରୁତର

Road Accident in China: ଚୀନରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ରବିବାର ଦିନ ଦକ୍ଷିଣ-ପଶ୍ଚିମ ଚାଇନାର ଏକ ଏକ୍ସପ୍ରେସୱେରେ ଏକ ବସ୍ ଓଲଟି ପଡିବାରୁ ଏଥିରେ ୩୦ ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ପହଞ୍ଚିଛି । ଏଥିସହ ଅନେକ ଗମ୍ଭୀର ଭାବେ ଆହତ ହୋଇଥିବା ଜଣାଯାଇଛି ।

ସୌ: ସୋସିଆଲ ମିଡିଆ

Road Accident in China: ଚୀନରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର (Road Accident) ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ରବିବାର ଦିନ ଦକ୍ଷିଣ-ପଶ୍ଚିମ ଚାଇନାର ଏକ ଏକ୍ସପ୍ରେସୱେରେ ଏକ ବସ୍ ଓଲଟି ପଡିବାରୁ ଏଥିରେ ୩୦ ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ପହଞ୍ଚିଛି । ଏଥିସହ ଅନେକ ଗମ୍ଭୀର ଭାବେ ଆହତ ହୋଇଥିବା ଜଣାଯାଇଛି । ପୋଲିସ ଏହି ସୂଚନା ଦେଇଛି । ପୋଲିସ ଏକ ସଂକ୍ଷିପ୍ତ ବୟାନରେ କହିଛି ଯେ ଗୁଇଜୋ ପ୍ରଦେଶର ରାଜଧାନୀ ଗୁଇୟାଙ୍ଗ ସହରର ଦକ୍ଷିଣ ପୂର୍ବରେ ଥିବା ସାନ୍ଦୁ କାଉଣ୍ଟିରେ ଏହି ଦୁର୍ଘଟଣା ଆଜି ସକାଳେ ଘଟିଛି । ଖବର ଅନୁସାରେ ଯେ ବସ୍‌ରେ ୪୭ ଜଣ ଲୋକ ଥିଲେ । ସମସ୍ତ ଆହତ ବ୍ୟକ୍ତିଙ୍କ ଏକାସାଙ୍ଗରେ ଚିକିତ୍ସା କରାଯାଉଛି ।

ସୋସିଆଲ ମିଡିଆରେ ପୋଲିସ ଏକ ବୟାନରେ କହିଛି ଯେ ଗୁଇଜୋ ପ୍ରଦେଶର ଗ୍ରାମାଞ୍ଚଳର ଏକ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମୋଟ ୪୭ ଜଣଙ୍କୁ ନେଇ ଯାଉଥିବା ଏକ ଗାଡିଟି ଏଠାରେ ଓଲଟି ପଡିଥିଲା । ପୋଲିସ କହିଛି ଯେ ଅବଶିଷ୍ଟ ଆହତଙ୍କର ଚିକିତ୍ସା ଚାଲିଛି ଓ ଉଦ୍ଧାର କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ।

ଗ୍ରାମୀଣ ଗୁଇଜୋ ପ୍ରଦେଶ ଏକ ପାର୍ବତ୍ୟ ଅଞ୍ଚଳ ଅଟେ । ଏହା ସହିତ ବହୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମଧ୍ୟ ଏଠାରେ ବାସ କରନ୍ତି । ଜୁନ୍ ମାସରେ ଗୁଇଜୋ ପ୍ରଦେଶରେ ଦ୍ରୁତ ଗତିରେ ଚାଲୁଥିବା ଏକ ଟ୍ରେନ୍ ଓହ୍ଲାଇବା ସମୟରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । ମାର୍ଚ୍ଚରେ ଚୀନର ଜେଟ୍ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଜେଟରେ ୧୩୨ ଜଣ ଥିଲେ । ଦଶନ୍ଧି ମଧ୍ୟରେ ଚୀନରେ ଏହା ଏକ ମାରାତ୍ମକ ବିମାନ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ।

ଗତ ସପ୍ତାହରେ ଚୀନ୍‌ର ଚାଙ୍ଗସା ସହରରେ ୪୨ ମହଲା ବିଶିଷ୍ଟ କୋଠାରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏହି ନିଆଁ ଏକ ଭୟଙ୍କର ରୂପ ନେଇଥିଲା । ପରେ ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ​,​ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା ଯେ ନିଆଁ ତଳ ମହଲାରୁ ଉପର ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ଦଳ ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି କୋଠା ଚାଇନାର ଟେଲିକମ୍ କମ୍ପାନୀ ଚାଇନା ଟେଲିକମର କାର୍ଯ୍ୟାଳୟ ବୋଲି କୁହାଯାଉଥିଲା ।

ଏହା ବି ପଢ଼ନ୍ତୁ: କଣ୍ଡୋମ ବ୍ୟବହାର ପରେ ବି ଗର୍ଭବତୀ ହେଲେ ଅବିବାହିତା ମହିଳା, ପିଲା ଚାହାଁନ୍ତି ନାହିଁ କହି ପହଞ୍ଚିଲେ କୋର୍ଟ

ଏହା ବି ପଢ଼ନ୍ତୁ: ବିଜେପି ଉପରେ ବର୍ଷିଲେ କେଜ୍ରିୱାଲ, କହିଲେ- AAP ର ଏହି ବିଧାୟକଙ୍କୁ ବର୍ତ୍ତମାନ କରାଯିବ ଗିରଫ

ଏହା ବି ପଢ଼ନ୍ତୁ: ନୀତିଶଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନକୁ ପୂରା କରିବେ ପ୍ରଶାନ୍ତ କିଶୋର! ଏଠାରେ ଜାଣନ୍ତୁ ରଣନୀତ