Road Accident: ବରଯାତ୍ରୀ କାର ଦୁର୍ଘଟଣା ଗସ୍ତ, ଘଟଣାସ୍ଥଳରେ ୫ ମୃତ,୩ ଆହତ
Advertisement
Article Detail0/zeeodisha/odisha2215998

Road Accident: ବରଯାତ୍ରୀ କାର ଦୁର୍ଘଟଣା ଗସ୍ତ, ଘଟଣାସ୍ଥଳରେ ୫ ମୃତ,୩ ଆହତ

Road Accident: ଭୟଙ୍କର...ଛାତିଥରା ଦୁର୍ଘଟଣା..। ବାହାଘର ଭୋଜିରେ ଯୋଗ ଦେବାକୁ ଗଲା ବେଳେ ଘଟିଗଲା ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍। ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। 

Road Accident: ବରଯାତ୍ରୀ କାର ଦୁର୍ଘଟଣା ଗସ୍ତ, ଘଟଣାସ୍ଥଳରେ ୫ ମୃତ,୩ ଆହତ

Road Accident: ଭୟଙ୍କର...ଛାତିଥରା ଦୁର୍ଘଟଣା..। ବାହାଘର ଭୋଜିରେ ଯୋଗ ଦେବାକୁ ଗଲା ବେଳେ ଘଟିଗଲା ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍। ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । କିଭଳି ସ୍ଥିତିରେ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍। ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ଓ୍ବେରେ ଘଟିଛି ଏହି ଦୁର୍ଘଟଣା। 

ALSO READ: Road Accident: ଅଶୁଭ ରବିବାର! ବରଯାତ୍ରୀ ଭ୍ୟାନକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୯ ମୃତ

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ କିଛି ଲୋକେ ନିଜ ସମ୍ପର୍କୀୟଙ୍କ ବିବାହ ସମାରୋହରେ ଯୋଗ ଦେବାକୁ ବିହାରର ଦେଓରିଆକୁ (Deoria in Bihar) କାର ଯୋଗ ଯାଉଥିଲେ। କିନ୍ତୁ କାରଟିର ଚକା ଦୁର୍ଭାଗ୍ୟବସତଃ ଫାଟି ଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। 

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମଟମ୍ କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।  ତେବେ, ମୃତକଙ୍କ ମଧ୍ୟରେ ବରର ଭାଇ ମଧ୍ୟ ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ ମୃତକ ମାନେ ହେଲେ, ଗୌତମ (ବରର ଭାଇ),  ଚନ୍ଦନ (୩୨), ସୁଦେଶ(୨୮) ପାଟନା ଅଞ୍ଚଳର ସଞ୍ଜୀବ ଶର୍ମା ଏବଂ ପ୍ରବୀଣ । ସେହିପରି ଆହତ ମାନେ ହେଲେ କୁଲଦୀପ,ରାହୁଲ ଓ ଅଜୟ କୁମାର।