Monsoon Rain 2022: କମିଛି ବର୍ଷା, ଚାଷୀଙ୍କୁ ଘାରିଲା ଡର
Advertisement
Article Detail0/zeeodisha/odisha1288557

Monsoon Rain 2022: କମିଛି ବର୍ଷା, ଚାଷୀଙ୍କୁ ଘାରିଲା ଡର

Monsoon Season 2022: ଯେତେବେଳେ କୌଣସି ଅଞ୍ଚଳରେ ବର୍ଷାର ଅଭାବ ୨୦ ପ୍ରତିଶତରୁ ଅଧିକ ହୁଏ, ସେତେବେଳେ ଏହାକୁ ଆନୁଷ୍ଠାନିକ ଭାବେ ଅଭାବ ବୋଲି ଘୋଷଣା କରାଯାଏ।

Monsoon Rain 2022: କମିଛି ବର୍ଷା, ଚାଷୀଙ୍କୁ ଘାରିଲା ଡର

 
Monsoon Rain in India:
ଦେଶର ଏକ ବଡ଼ ଭାଗରେ ମୌସୁମୀ ବର୍ଷା ଜାରି ରହିଛି। ହେଲେ ଦେଶର ବଡ଼ ଭାଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦-୪୯ ପ୍ରତିଶତ କମ ବର୍ଷା ହୋଇଥିବା ଜଣାପଡ଼଼ିଛି। ଦେଶର ପ୍ରାୟ ୩୫ ପ୍ରତିଶତ ଚାଉଳ ଏଠାରେ ଉତ୍ପାଦିତ ହୁଏ। ଏଭଳି ପରିସ୍ଥିତିରେ ବର୍ଷା ଅଭାବରୁ ଦେଶର ଚାଉଳ ଉତ୍ପାଦନରେ ହ୍ରାସ ହେବାର ସମ୍ଭାବନା ରହିଛି। ଜାଣନ୍ତୁ ଚଳିତ ବର୍ଷ ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶରେ କିପରି ମେଘ ବର୍ଷା ହୋଇଛି?

ବିବିଧତାରେ ପରିପୂର୍ଣ୍ଣ ଦେଶରେ ବର୍ଷାରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଜୁଲାଇ ଶେଷ ପର୍ଯ୍ୟନ୍ତ ଦେଖାଯାଇଛି। ଯେଉଁଠାରେ ବର୍ତ୍ତମାନ ଦେଶରେ ୪୮୦ ମିଲିମିଟର ବର୍ଷା ହୋଇଛି। ଯାହା ହାରାହାରି ବୃଷ୍ଟିପାତ ୪୪୫.୮ ମିଲିମିଟର  ଠାରୁ ୮ ପ୍ରତିଶତ ଅଧିକ। ଏହାର କାରଣ ହେଉଛି ଦକ୍ଷିଣ-ମଧ୍ୟ ଭାରତରେ (South Central India) ଯଥାକ୍ରମେ ୨୮ ପ୍ରତିଶତ ଏବଂ ୧୭ ପ୍ରତିଶତ ଅଧିକ ବର୍ଷା ହୋଇଛି।

ଗତ ଜୁଲାଇ ୩୧ ପର୍ଯ୍ୟନ୍ତ ଯେଉଁଠାରେ ଦେଶରେ ଅଧିକ ବର୍ଷା ହେଉଛି। ହେଲେ ତଥାପି ଦେଶର ଏକ ବଡ଼ ଭାଗରେ ବହୁତ କମ୍ ବର୍ଷା ହୋଇଛି। ବର୍ଷା ମାପିବା ପାଇଁ ପାଣିପାଗ ବିଭାଗ ଦେଶକୁ ୩୬ ସବ-ଡିଭିଜନ ରେ ବିଭକ୍ତ କରିଛି। ସେଥିମଧ୍ୟରୁ ୭ ସବଡିଭିଜନ ରେ  ହାରାହାରି ଠାରୁ କମ ବୃଷ୍ଟିପାତ ପାଇଛି। ଯେତେବେଳେ କୌଣସି ଅଞ୍ଚଳରେ ବର୍ଷାର ଅଭାବ ୨୦ ପ୍ରତିଶତରୁ ଅଧିକ ହୁଏ, ସେତେବେଳେ ଏହାକୁ ଆନୁଷ୍ଠାନିକ ଭାବେ ଅଭାବ ବୋଲି ଘୋଷଣା କରାଯାଏ। ସେହିଭଳି ଚାରୋଟି ସବଡିଭିଜନ ରେ ବହୁତ ବର୍ଷା ହୋଇଛି। ଏହା ସହିତ ୧୧ ସବ ଡିଭିଜନ ରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ୧୪ ସବ ଡିଭିଜନ ରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି।

ଚଳିତ ବର୍ଷର ମୌସୁମୀ ଋତୁରେ (Monsoon Season 2022) ତେଲେଙ୍ଗାନାରେ  ହାରାହାରି ଠାରୁ ୯୪% ଅଧିକ ବର୍ଷା ହୋଇଛି। ଦେଶର ଦକ୍ଷିଣ ଭାଗରେ ମଧ୍ୟ ଭଲ ବର୍ଷା ହୋଇଛି। ହେଲେ ଦେଶର ଅନେକ ସ୍ଥାନରେ ବର୍ଷା ହାରାହାରି ୫୦ ପ୍ରତିଶତରୁ କମ ହୋଇଛି। କମ ବର୍ଷା ହୋଇଥିବା ରାଜ୍ୟ ହେଉଛନ୍ତି  ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଠାରେ କମ୍ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଝାଡ଼ଖଣ୍ଡରେ ୪୯,, ପୂର୍ବ ଉତ୍ତରପ୍ରଦେଶ ୪୮, ପଶ୍ଚିମ ଉତ୍ତରପ୍ରଦେଶ ୪୨, ପଶ୍ଚିମବଙ୍ଗ ୪୭, ବିହାରରେ ୩୯ ପ୍ରତିଶତ କମ ବର୍ଷା ହୋଇଛି।

Also Read: Cloud Burst: କାହିଁକି ଫାଟିଥାଏ ବାଦଲ? କିପରି ସୃଷ୍ଟି କରିଥାଏ ତାଣ୍ଡବ?

ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଗହମ ଫସଲ ପାଚିବା ସମୟରେ ସାଧାରଣ ତାପମାତ୍ରାଠାରୁ ଅଧିକ ହେତୁ ଗହମ ଅମଳ ହ୍ରାସ ପାଇଥିଲାଷ। ଏହା  ସହିତ ଚାଉଳ ଉପରେ ସଙ୍କଟ ଆହୁରି ଗଭୀର ହୋଇପାରେ। ୨୦୨୦-୨୧ ବର୍ଷରେ ଦେଶରେ ମୋଟ ଚାଉଳ ଉତ୍ପାଦନ ୧୨୨ ନିୟୁତ ମେଟ୍ରିକ୍ ଟନ୍ ଥିଲା। ଚଳିତ ବର୍ଷ କମ୍ ବୃଷ୍ଟିପାତ କରିଥିବା ରାଜ୍ୟରେ ଦେଶର ମୋଟ ଚାଉଳ ଉତ୍ପାଦନରେ ୩୫ ପ୍ରତିଶତରୁ ଅଧିକ ଭାଗିଦାରୀ କରିଥାନ୍ତି। ଦେଶରେ ହେଉଥିବା ମୋଟ ଚାଉଳ ଉତ୍ପାଦନର ୧୪ ପ୍ରତିଶତ ପଶ୍ଚିମବଙ୍ଗ ଏବଂ ୧୨ ପ୍ରତିଶତ  ଉତ୍ତର ପ୍ରଦେଶ, ୬ ପ୍ରତିଶତ ବିହାର, ଝାଡଖଣ୍ଡରେ ୩ ପ୍ରତିଶତ ହୋଇଥାଏ। ଏଭଳି ପରିସ୍ଥିତିରେ ଏହି ରାଜ୍ୟରେ ଫସଲ ଲଗାଇବା ସମୟରେ ବର୍ଷା ଅଭାବରୁ ଚାଉଳ ଉତ୍ପାଦନ ପ୍ରଭାବିତ ହୋଇପାରେ।