ଅନିଲ ଅମ୍ବାନୀଙ୍କ କମ୍ପାନୀ ଅଧିଗ୍ରହଣ ପାଇଁ ଆରବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକ ମାର୍ଚ୍ଚ ୧୧ ତାରିଖ ଧାର୍ଯ୍ୟ କରିଥିଲେ। ପରେ ଏହି ସମୟସୀମା ୨୫ ମାର୍ଚ୍ଚକୁ ବୃଦ୍ଧି କରାଯାଇଛି।
Trending Photos
ନୂଆଦିଲ୍ଲୀ: ଅଦାନୀ ଫିନଜର୍ବ, କେକେଆର, ପିରାମଲ୍ ଫାଇନାନ୍ସ ଓ ପୁନାୱାଲା ଫାଇନାନ୍ସ ସମେତ ମୋଚ ୧୪ ଟି ପ୍ରମୁଖ କମ୍ପାନୀ ଋଣରେ ବୁଡ଼ି ରହିଛି। ଏହି କମ୍ପାନୀ ଗୁଡିକ ରିଲାଏନ୍ସ କ୍ୟାପିଟାଲ ଲିମିଟେଡ ଅଧିଗ୍ରହଣରେ ଆଗ୍ରହ ଦେଖାଇଛନ୍ତି। ତେବେ କମ୍ପାନୀ ଗୁଡିକ ରିଲାଏନ୍ସ କ୍ୟାପିଟାଲ ଲିମିଟେଡ ଅନିଲ ଅମ୍ବାନୀଙ୍କ ପ୍ରମୋଟେଡ କମ୍ପାନୀ ଅଟନ୍ତି।
ଏହିଦିନ ନିଲାମ ପାଇଁ କରିପାରନ୍ତି ପଞ୍ଜିକରଣ
ଅନିଲ ଅମ୍ବାନୀଙ୍କ କମ୍ପାନୀ ଅଧିଗ୍ରହଣ ପାଇଁ ଆରବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକ ମାର୍ଚ୍ଚ ୧୧ ତାରିଖ ଧାର୍ଯ୍ୟ କରିଥିଲେ। ପରେ ଏହି ସମୟସୀମା ୨୫ ମାର୍ଚ୍ଚକୁ ବୃଦ୍ଧି କରାଯାଇଛି।
RBI ପୂର୍ବବର୍ଷ ନେଇଥିଲା ଏହି କାର୍ଯ୍ୟାନୁଷ୍ଠାନ
ପେମେଣ୍ଟ ଡିଫଲ୍ଟ ଏବଂ ଗଭର୍ନାନ୍ସ ସମସ୍ୟାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗତ ବର୍ଷ ନଭେମ୍ବର ୨୯ ରେ ରିଲାଏନ୍ସ କ୍ୟାପିଟାଲ୍ ଲିମିଟେଡ୍ (Reliance Capital Limited) ବୋର୍ଡକୁ ବଦଳାଇ ଦେଇଥିଲା। ରିଲାଏନ୍ସ କ୍ୟାପିଟାଲ୍ ହେଉଛି ତୃତୀୟ ବୃହତ୍ତମ ଅଣ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ (NBFC), ଯାହା ବିରୁଦ୍ଧରେ କେନ୍ଦ୍ରୀୟ ବ୍ୟାଙ୍କ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିଛି । ଏହାପୂର୍ବରୁ ଆରବିଆଇ Srei Group NBFC NBFC ଏବଂ ଡିୱାନ୍ ହାଉସିଂ ଫାଇନାନ୍ସ କର୍ପୋରେସନ୍ (DHFL) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
Also Read: ୫ ରାଜ୍ୟରେ ଧରାଶାୟୀ କାରଣ କହିଲେ ଶଶି ଥରୁର ! ଦେଲେ ବିଧାୟକଙ୍କ ଲିଷ୍ଟ୍
ଇଚ୍ଛୁକ କମ୍ପାନୀ ମାନେ ମାଗିଥିଲେ ଅଧିକ ସମୟ
ନ୍ୟୁଜ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁସାରେ, ରିଲାଏନ୍ସ କ୍ୟାପିଟାଲ୍ ର ନିଲାମୀ ପ୍ରକ୍ରିୟାରେ ଇଚ୍ଛୁକ ଥିବା କିଛି Bidders ଙ୍କ ଆଗ୍ରହକୁ ନଜରରେ ଡେଡଲାଇନକୁ ବଢାଇ ଦିଆଯାଇଥିଲା। ଏହି
Bidders ମାନେ EOIs ଜମା କରିବା ପାଇଁ ଅଧିକ ସମୟ ମାଗିଥିଲେ।
Also Read: ପରିବାର ସହିତ ଦିଲ୍ଲୀରେ ପହଞ୍ଚିଲେ ମୁନାୱର ରାଣା, ଏହା ରହିଛି କାରଣ
ରିପୋର୍ଟ ମୁତାବକ, ମାର୍ଚ୍ଚ ୧୧ ସୁଦ୍ଧା ରିଲାଏନ୍ସ କ୍ୟାପିଟାଲ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟ୍ରେଷ୍ଟ (EoI) ଦାଖଲ କରିଥିବା କମ୍ପାନୀଗୁଡିକ ମଧ୍ୟରେ ArpWood, Varde Partners, Nippon Life, JC Flowers, Brookfield, Oaktree, Apollo Global, Blackstone ଏବଂ Hero Fincorp ସାମିଲ ହୋଇଛି।
Also Read: ଏମିତି ଜଣେ ମୁହଁ ଯିଏ ବଞ୍ଚାଇଦେଲେ AIMIM ମୁଖ୍ୟ ଓୱେସୀଙ୍କ ଲାଜ
EOI ଦାଖଲ କରିଥିବା ଅଧିକାଂଶ ବିଡର ସମଗ୍ର କମ୍ପାନୀ ପାଇଁ ବିଡ୍ ଦାଖଲ କରିଛନ୍ତି । ବିଡରମାନଙ୍କର ଦୁଇଟି ବିକଳ୍ପ ଅଛି । ସେମାନେ ସମଗ୍ର RCL ପାଇଁ ବିଡ୍ କରିପାରିବେ କିମ୍ବା NBFC କମ୍ପାନୀର ଏକ ସହାୟକ କମ୍ପାନୀ ପାଇଁ ତାହା କରିପାରିବେ ।