presidential election : ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି
Advertisement
Article Detail0/zeeodisha/odisha2324026

presidential election : ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି

Masoud Pezeshkian Wins Iran's Presidential Runoff : ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି।

 presidential election

 presidential election : ଇରାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର । ଇରାନ ରାଷ୍ଟ୍ରପତି ନିର୍ବାଚନରେ ମାସୁଦ ପେଜେଶକିୟାନ ବିଜୟୀ ହୋଇଛନ୍ତି । ଦେଶର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉଦାରବାଦୀ ନେତା ମାସୁଦ ପୂର୍ବରୁ ନ୍ୟୁକ୍ଲିୟର ନେଗୋସିଏଟର ସଇଦ ଜଲିଲଙ୍କୁ ଏହି ନିର୍ବାଚନରେ ପରାସ୍ତ କରିଛନ୍ତି । ତେବେ ସମଗ୍ର ବିଶ୍ୱ ପାଇଁ ଇରାନକୁ ଖୋଲିଦେବେ ବୋଲି ବିଜୟୀ ହେବା ପରେ ମାସୁସ ଶପଥ କରିଛନ୍ତି । ମାସୁଦଙ୍କ ବର୍ତ୍ତମାନ ୬୯ ବର୍ଷ ବୟସ ହୋଇଥିବା ବେଳେ ଜଲିଲଙ୍କୁ ୫୮ ବର୍ଷ ହୋଇଛନ୍ତି । ଏହି ନିର୍ବାନରେ ମାସୁଦଙ୍କୁ ୧୬.୩ ମିଲିୟନ ଭୋଟ ମିଳିଥିବା ବେଳେ ଜଲିଲଙ୍କୁ ୧୩.୫ ମିଲିୟନ ଭୋଟ୍ ମିଳିଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଇବ୍ରାହିମ ରଇସୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ ହୋଇଥିବା ନିର୍ବାଚନରେ କଠୋରପନ୍ଥୀଙ୍କ ହାର ହୋଇଛି । ଅନ୍ୟପକ୍ଷରେ ଦେଶରେ ଉଦାରବାଦୀ ସରକାର ଆରମ୍ଭ ହେବ । ମାସୁଦ ପେଜେଶକିୟାନ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ । ସେ ଦେଶକୁ ପଶ୍ଚିମ ସହିତ ଯୋଡ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମାସୁଦ ପେଜେଶକିୟାନ ବୃତ୍ତିରେ ଜଣେ ହାର୍ଟ ସର୍ଜନ ହୋଇଥିବା ବେଳେ ସେ ଦୀର୍ଘ ସମୟ ଧରି ସାଂସଦ ରହିଆସିଥିଲେ । ମାସୁଦଙ୍କ ବିଜୟ ପରେ ତାଙ୍କ ସମର୍ଥକମାନେ ଖୁସି ମନାଇଛନ୍ତି ।