Ramadan: ଦେଶରେ ଦେଖାଯାଇ ନାହିଁ ରମଜାନ ଚନ୍ଦ୍ର, କେବେ ଠାରୁ ଆରମ୍ଭ ହେବ ରୋଜା? ଜାଣନ୍ତୁ
Advertisement

Ramadan: ଦେଶରେ ଦେଖାଯାଇ ନାହିଁ ରମଜାନ ଚନ୍ଦ୍ର, କେବେ ଠାରୁ ଆରମ୍ଭ ହେବ ରୋଜା? ଜାଣନ୍ତୁ

Ramadan Update: ଇସଲାମ ଧର୍ମର ପବିତ୍ର ମାସ ରମଜାନ ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହେବ। ଇସଲାମ ଧର୍ମରେ ଗୋଟିଏ ମାସ ୨୯ କିମ୍ବା ୩୦ ଦିନର ହୋଇଥାଏ।  ଦିନ ସଂଖ୍ୟା ଚନ୍ଦ୍ର ଦେଖିବା ଉପରେ ନିର୍ଭର କରେ। 

Ramadan: ଦେଶରେ ଦେଖାଯାଇ ନାହିଁ ରମଜାନ ଚନ୍ଦ୍ର, କେବେ ଠାରୁ ଆରମ୍ଭ ହେବ ରୋଜା? ଜାଣନ୍ତୁ

Ramadan 2023: ମାର୍ଚ୍ଚ ୨୨ ତାରିଖ ବୁଧବାର ଦେଶର କୌଣସି ସ୍ଥାନରେ ଦୃଶ୍ୟମାନ ହୋଇନାହିଁ ରମଜାନ ଚନ୍ଦ୍ର। ଏଭଳି ପରିସ୍ଥିତିରେ ରମଜାନ ମାସ ମାର୍ଚ୍ଚ ୨୪ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏହି ଦିନ ସାରା ଦେଶରେ ପ୍ରଥମ ରୋଜା ପାଳନ କରାଯିବ। ଦିଲ୍ଲୀସ୍ଥିତ ଜାମା ମସଜିଦ ନାଏବ ଇମାମ  ସୟଦ ଶାବନ ବୁଖାରୀ କହିଛନ୍ତି ଯେ ଏହି ପବିତ୍ର ମାସ ଶୁକ୍ରବାର ଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୨ ତାରିଖରେ ରମଜାନ ମାସର ଚନ୍ଦ୍ର ଦେଶର କୌଣସି ରାଜ୍ୟରେ ଦେଖାଯାଇ ନାହିଁ। ଏହି କାରଣରୁ ରମଜାନ ମାସ ଶୁକ୍ରବାର ଠାରୁ ଆରମ୍ଭ ହେବ।

ଇସଲାମ ଧର୍ମର ପବିତ୍ର ମାସ ରମଜାନ ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହେବ। ଏନେଇ ଦିଲ୍ଲୀ ଫତେହପୁରୀ ମସଜିଦ ଶାହି ଇମାମ ମୁଫତି ମୁକର୍ରମ ଅହମ୍ମଦ କହିଛନ୍ତି ଯେ, ଦେଶର କୌଣସି ସ୍ଥାନରେ ଚନ୍ଦ୍ର ଦେଖାଯାଇ ନାହିଁ ବୋଲି ସୂଚନା ପାଇବା ପରେ ଚାନ୍ଦ କମିଟି ନିଷ୍ପତ୍ତି ନେଇଛି ଯେ ପ୍ରଥମ ରୋଜା ଶୁକ୍ରବାର ଠାରୁ ଆରମ୍ଭ ହେବ। ଶାହି ଇମାମ କହିଛନ୍ତି, ଦେଶର କୌଣସି ସ୍ଥାନରେ ଚନ୍ଦ୍ର ଦେଖାଯାଉ ନାହିଁ। ଏଭଳି ପରିସ୍ଥିତିରେ ଶୁକ୍ରବାର ପ୍ରଥମ ଉପବାସ ଆରମ୍ଭ ହେବ ବୋଲି ଚାନ୍ଦ କମିଟି ନିଷ୍ପତ୍ତି ନେଇଛି। ରମଜାନ ହେଉଛି ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ।  ଯେଉଁମାନେ ଇସଲାମରେ ବିଶ୍ୱାସ କରନ୍ତି, ସେମାନେ ପ୍ରାୟ ମାସ ଧରି ଉପବାସ କରିଥାନ୍ତି। 

ଦିଲ୍ଲୀ ଚାନ୍ଦନୀଚୌକସ୍ଥିତ ଫତେହପୁରୀ ମସଜିଦ ଶାହି ଇମାମ ମୌଲାନା ମୁଫତି ମୁକର୍ରମ ଅହମ୍ମଦ ମଧ୍ୟ ପ୍ରଥମ ରୋଜା ଶୁକ୍ରବାର ଦିନ ହେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ତେଲେଙ୍ଗାନା ସମେତ ଦେଶର କୌଣସି ରାଜ୍ୟରେ ରମଜାନ ଚନ୍ଦ୍ର ଦେଖାଯାଇ ନାହିଁ। ଏଭଳି ପରିସ୍ଥିତିରେ ଶୁକ୍ରବାର ରମଜାନ ମାସର ପ୍ରଥମ ଉପବାସ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ସେ କହିଛନ୍ତି ଯେ ଗୁରୁବାର ହେଉଛି ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ଅଷ୍ଟମ ମାସର ୩୦ ଦିନ। 

ଏଭଳି ପରିସ୍ଥିତିରେ ଶୁକ୍ରବାର ଠାରୁ ନୂଆ ମାସ ଆରମ୍ଭ ହେବ ଏବଂ ଏହା ରମଜାନ ମାସ ହେବ। ଇସଲାମ ଧର୍ମରେ ଗୋଟିଏ ମାସ ୨୯ କିମ୍ବା ୩୦ ଦିନର ହୋଇଥାଏ।  ଦିନ ସଂଖ୍ୟା ଚନ୍ଦ୍ର ଦେଖିବା ଉପରେ ନିର୍ଭର କରେ। ଯଦି ବୁଧବାର ଦିନ ଚନ୍ଦ୍ର ଦେଖାଯାଇଥାନ୍ତା, ତାହେଲେ ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ଅଷ୍ଟମ ମାସ ୨୯ ଦିନିଆ ହୋଇଥାନ୍ତା ଏବଂ ରାମଜାନ ମାର୍ଚ୍ଚ ୨୩ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଥାନ୍ତା।

ମୁସଲିମ ସଙ୍ଗଠନ 'ଇମାରତ-ଇ-ଶରିୟା ହିନ୍ଦ' ମଧ୍ୟ ସୂଚନା ଦେଇଛି ଯେ ବୁଧବାର ଦେଶର କୌଣସି ସ୍ଥାନରେ ଚନ୍ଦ୍ର ଦୃଶ୍ୟମାନ ହୋଇନାହିଁ। ସଙ୍ଗଠନର ରୁୟତ-ଏ-ହିଲାଲ (ଚନ୍ଦ୍ର କମିଟି) ସଚିବ ନଜୀବୁଲ୍ଲାହ କାସମୀ ମଧ୍ୟ କହିଛନ୍ତି ଯେ ରମଜାନ ୨୪ ମାର୍ଚ୍ଚରୁ ଆରମ୍ଭ ହେବ। ରମଜାନ ମାସରେ ମୁସଲମାନ ସମ୍ପ୍ରଦାୟର ଲୋକ ୩୦ ଦିନିଆ ଉପବାସ କରିଥାନ୍ତି। ରମଜାନ ମାସରେ ସେମାନେ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କୌଣସି ପ୍ରକାର ଖାଦ୍ୟ ପାନୀୟ ଗ୍ରହଣ କରନ୍ତିନାହିଁ।