Cross Voting: ରାଜ୍ୟସଭା ନିର୍ବାଚନ ୨୦୨୪, ହିମାଚଳ ଓ ୟୁପିରେ ବ୍ୟାପକ କ୍ରସ୍ ଭୋଟିଂ
Advertisement
Article Detail0/zeeodisha/odisha2131925

Cross Voting: ରାଜ୍ୟସଭା ନିର୍ବାଚନ ୨୦୨୪, ହିମାଚଳ ଓ ୟୁପିରେ ବ୍ୟାପକ କ୍ରସ୍ ଭୋଟିଂ

Cross Voting: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ମୋଟ ୧୫ଟି ରାଜ୍ୟ ଆସନ ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ନିର୍ବାଚନରେ ବ୍ୟାପକ କ୍ରସଭୋଟିଂ ହୋଇଥିବା ଦେଖିବାକୁ ମିଳିଛି ।

Cross Voting: ରାଜ୍ୟସଭା ନିର୍ବାଚନ ୨୦୨୪, ହିମାଚଳ ଓ ୟୁପିରେ ବ୍ୟାପକ କ୍ରସ୍ ଭୋଟିଂ

Cross Voting in UP and Karnataka: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ମୋଟ ୧୫ଟି ରାଜ୍ୟ ଆସନ ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ନିର୍ବାଚନରେ ବ୍ୟାପକ କ୍ରସଭୋଟିଂ ହୋଇଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ୧୦ଟି ଆସନରୁ ଭାଜପା ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟିକୁ ୨ଟି ଆସନ ମିଳିଛି । ସେହିପରି କର୍ଣ୍ଣାଟକରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ଅନ୍ୟପଟେ ହିମାଚଳ ପ୍ରଦେଶରେ, ସଂଖ୍ୟା ଗରିଷ୍ଠତା ସତ୍ତ୍ବେ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି । ତେବେ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁଁ ଭାଜପା ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଛନ୍ତି ।

ହିମାଚଳ ପ୍ରଦେଶରେ ଶାସକ କଂଗ୍ରେସର ୬ ଜଣ ବିଧାୟକ ବିଜେପି ସପକ୍ଷରେ ଭୋଟ ଦେଇଥିବା ବେଳେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ୭ ଜଣ ବିଧାୟକ ମଧ୍ଯ ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି । ଫଳରେ ହିମାଚଳ କଂଗ୍ରେସ ପ୍ରାର୍ଥୀ ଓ ୟୁପିରେ ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ଏହି ୨ ଆସନରେ ବିଜେପି ପ୍ରାର୍ଥୀ ଅପ୍ରତ୍ୟାଶିତ ଭାବେ ବିଜୟ ହାସଲ କରିଛି ।  କର୍ଣ୍ଣାଟକରେ ବିଜେପି ବିଧାୟକ ମଧ୍ଯ କ୍ରସ ଭୋଟିଂ କରିଛନ୍ତି । କିନ୍ତୁ ଏହା ଫଳାଫଳକୁ ବିଶେଷ ଭାବେ ପ୍ରଭାବିତ କରିପାରିନାହିଁ । ତେବେ ରାଜ୍ୟରେ କଂଗ୍ରେସର ୩ ଜଣ ଓ ବିଜେପିର ଜଣେ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପିର ସହଯୋଗୀ ଜେଡ଼ିଏସ ପ୍ରାର୍ଥୀ ହାରିଯାଇଛନ୍ତି । ଉତ୍ତରପ୍ରଦେଶର ୧୦ଟି ଆସନରୁ ଭାଜପା ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟିକୁ ୨ଟି ଆସନ ମିଳିଛି । ହିମାଚଳ ପ୍ରଦେଶରେ କ୍ରସ ଭୋଟଂ ଯୋଗୁଁ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ସମାନ ଭୋଟ ମିଳିଥିଲା । ପରେ ଲଟେରି ଜରିଆରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।

Also Read- New lokpal: ଦେଶର ନୂଆ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ. ଏମ୍ ଖାନୱିଲକର

ପ୍ରକାଶ ଥାଉ କି, ତିନୋଟି ରାଜ୍ୟରେ ୧୫ଟି ଆସନ ଲାଗି ୧୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ନିଜ ସପକ୍ଷରେ ଆବଶ୍ୟକ ସଂଖ୍ୟା ନଥିଲେ ମଧ୍ଯ ବିଜେପି ତିନିଟି ଅଧିକ ପ୍ରାର୍ଥୀ ଦେବା ପରେ କ୍ରଂସଭୋଟିଂକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମଙ୍ଗଳବାର ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ବିଜୟ ହେବା ପରେ କଂଗ୍ରେସ ସରକାରରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଛି । କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ଦଳର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀ ହାରି ଯାଇଛନ୍ତି । ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥାଇ ବି ବିଜୟ ହାତେଇ ନେଇଛି । କଂଗ୍ରେସର ୬ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି ।