Edible Oil Price: ଶସ୍ତା ହେବ ଖାଇବା ତେଲ
Advertisement

Edible Oil Price: ଶସ୍ତା ହେବ ଖାଇବା ତେଲ

Cut of Edible Oil Price: ବର୍ତ୍ତମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ଖାଇବା ତେଲର ମୂଲ୍ୟ ଆହୁରି ହ୍ରାସ କରାଯାଇପାରିବ।

 Edible Oil Price: ଶସ୍ତା ହେବ ଖାଇବା ତେଲ

Cut of Edible Oil Price: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ଖାଇବା ତେଲର ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ଦେଶରେ ଏହାର ମୂଲ୍ୟ ହ୍ରାସ କରିବା ପାଇଁ ଖାଇବା ତେଲ ଉତ୍ପାଦନ କରୁଥିବା କମ୍ପାନୀ ଉଦ୍ଦେଶ୍ୟରେ କହିଛି କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ। ଏନେଇ ଖାଇବା ତେଲ ଉତ୍ପାଦନ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ଗ୍ରାହକ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହାର ଲାଭ ପାଇବେ।

ବୁଧବାର କେନ୍ଦ୍ର ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେଙ୍କ ସହ ସାକ୍ଷାତ ପରେ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀ ମୂଲ୍ୟ ଆଉ କିଛି ହ୍ରାସ କରିବାକୁ ଯାଉଛନ୍ତି। ଖାଦ୍ୟ ସଚିବ କମ୍ପାନୀ ଉଦ୍ଦେଶ୍ୟରେ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରକୁ ଦୃଷ୍ଟିରେ ରଖି ଖାଇବା ତେଲର ମୂଲ୍ୟ ଲିଟର ପିଛା ପ୍ରାୟ ୧୦ ଟଙ୍କା ହ୍ରାସ ପାାଇପାରେ। ବର୍ତ୍ତମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ଖାଇବା ତେଲର ମୂଲ୍ୟ ଆହୁରି ହ୍ରାସ କରାଯାଇପାରିବ।

ସରକାର ବିଶ୍ୱାସ କରୁଛନ୍ତି ଯେ ଆନ୍ତର୍ଜାତୀୟ ମୂଲ୍ୟ ହ୍ରାସର ସମ୍ପୂର୍ଣ୍ଣ ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚୁନାହିଁ। ଉଦାହରଣ ସ୍ୱରୂପ, ଯଦି ସରକାରୀ ତଥ୍ୟକୁ ବିଶ୍ୱାସ କରାଯାଏ ତାହେଲେ ସୋରିଷ ତେଲର ହାରାହାରି ମୂଲ୍ୟ ଯେଉଁଠାରେ ଜୁନ ୨୦ ତାରିଖରେ ଲିଟର ପିଛା ୧୮୦ ଟଙ୍କା ଥିଲା ରହିଥିା ଜୁଲାଇ ୬ ତାରିଖରେ ଏହାର ମୂଲ୍ୟ ସେହି ୧୮୦ ଟଙ୍କା ରହିଛି।

ଏହି ସମୟରେ ବାଦାମ ତେଲର ହାରାହାରି ମୂଲ୍ୟ ଲିଟର ପିଛା ୧୮୦ ଟଙ୍କା ରହିଥିବା ବେଳେ ତାଳ ତେଲର ହାରାହାରି ମୂଲ୍ୟ ୧୫୫ ଟଙ୍କା ରହିଥିଲା। ସୋୟାବିନ୍ ତେଲର ହାରାହାରି ମୂଲ୍ୟରେ ଲିଟର ପିଛା ନିଶ୍ଚିତ ଭାବରେ ୧୦ ଟଙ୍କା ହ୍ରାସ ପାଇଛି। ବୁଧବାର ଅନୁଷ୍ଠିତ ବୈଠକରେ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀ ସରକାରଙ୍କୁ କହିଥିଲେ ଯେ ସେମାନେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସର ଫାଇଦା ଗ୍ରାହକଙ୍କ ପାଖକୁ ପଠାଇବା ଆରମ୍ଭ କରିଛନ୍ତି। ବିଗତ ମାସେ ମଧ୍ୟରେ ସେମାନେ ସେମାନଙ୍କ ବ୍ରାଣ୍ଡ ମୂଲ୍ୟକୁ ଲିଟର ପିଛା ୩୫ ଟଙ୍କା ହ୍ରାସ କରିଛନ୍ତି। ଯଦି ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ଆହୁରି ହ୍ରାସ ପାଏ ତାହେଲେ ଖାଇବା ତେଲର ଖୁଚୁରା ମୂଲ୍ୟରେ ଆହୁରି ହ୍ରାସ ଘଟିବ। ବିଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଆନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇଛି।

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପରିସ୍ଥିତି ଆହୁରି ଖରାପ ହୋଇ ଯାଇଥିଲା। ଯେଉଁଥିପାଇଁ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇଥିଲା। କାରଣ ୟୁକ୍ରେନ ହେଉଛି ସୂର୍ଯ୍ୟମୁଖୀ ତେଲର ବୃହତ୍ତମ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ। ଅନ୍ୟପଟେ ଏହି ଯୁଦ୍ଧ କାରଣରୁ ଇଣ୍ଡୋନେସିଆ ତାଳ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା।

ଭାରତ ଏହାର ମୋଟ ତାଳ ତେଲ ଆବଶ୍ୟକତାର ୬୦ ପ୍ରତିଶତରୁ ଅଧିକ ଅଂଶ ଆମଦାନୀ କରିଥାଏ। ହେଲେ ବିଗତ ଏକ ମାସ ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଦେଶରେ ତେଲର ଅଭାବ ନାହିଁ। ଏହା ବ୍ୟତୀତ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ସୋୟାବିନ୍ ସମେତ ଅନ୍ୟ ଫସଲ ଭଲ ହେବାର ସମ୍ଭାବନା ରହିଛି। ଏହି କାରଣରୁ ଖାଇବା ତେଲର ମୂଲ୍ୟ ହ୍ରାସ ହୋଇପାରେ।

Also Read: ଏହି ଦେଶରେ ଖାଇବା ତେଲର ଲିଟର ପିଛା ମୂଲ୍ୟ ୨୨ ହଜାର ଟଙ୍କା

Also Read: ଭାରତରେ ମହଙ୍ଗା ହେବ ଖାଇବା ତେଲ, ସରକାର ଉପାୟ ଶୂନ୍ୟ