ସ୍ୱାଧୀନତା ଦିବସକୁ ନେଇ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜାଣନ୍ତୁ ଭାଷଣର ମୁଖ୍ୟାଂଶ
Advertisement
Article Detail0/zeeodisha/odisha1302462

ସ୍ୱାଧୀନତା ଦିବସକୁ ନେଇ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜାଣନ୍ତୁ ଭାଷଣର ମୁଖ୍ୟାଂଶ

President Draupadi Murmu Speech:  ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Draupadi Murmu) ଦେଶକୁ ନିଜର ପ୍ରଥମ ଅଭିଭାଷଣ ଦେଇଛନ୍ତି ।

ସାଙ୍କେତିକ ଫଟୋ

President Draupadi Murmu Speech: ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Draupadi Murmu) ଦେଶକୁ ନିଜର ପ୍ରଥମ ଅଭିଭାଷଣ ଦେଇଛନ୍ତି । ନିଜର ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି କହିଛନ୍ତି, "ନମସ୍କାର! ଛଅସ୍ତରି ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ୧୪ ଅଗଷ୍ଟ ଦିନ ବିଭାଜନ-ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯାଏ । ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସୌହାର୍ଦ୍ଦ୍ୟ, ମାନବ ସଶକ୍ତିକରଣ ଓ ଏକତାକୁ ପ୍ରୋତ୍ସାହିତ କରିବା ।"

  • ରାଷ୍ଟ୍ରପତି କହିଛନ୍ତି, "୧୫ ଅଗଷ୍ଟ ୧୯୪୭ ରେ ଔପନିବେଶିକ ଶିକୁଳିକୁ ଆମେ କାଟିଥିଲୁ । ଆମେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନମସ୍କାର କରୁଛୁ । ଭାରତର ସ୍ଵାଧୀନତା ଆମ ପାଇଁ ଅତ୍ୟନ୍ତ ଉତ୍କଣ୍ଠିତ ଓ ଉନ୍ନତିର ବିଷୟ । ଭାରତ ପ୍ରତିଦିନ ଅଗ୍ରଗତି କରୁଛି ।"
  • ରାଷ୍ଟ୍ରପତି କହିଛନ୍ତି, "ଦେଶରେ ସମସ୍ତଙ୍କର ସମାନ ଅଧିକାର ଅଛି । ଭାରତରେ ଗଣତନ୍ତ୍ରର ମୂଳ ମଜବୁତ ରହିଛି । ଆମେ ଦାରିଦ୍ର ଓ ନିରକ୍ଷରତା ସହିତ ଲଢ଼ଇଥିଲୁ । ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନର ପ୍ରଭାବ ଦୃଶ୍ୟମାନ ହେଉଛି । ଆମର ସଂଗ୍ରାମ ଆମକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିଛି ।"
  • ରାଷ୍ଟ୍ରପତି କହିଛନ୍ତି, "ଆମେ ଜାତୀୟ ସ୍ତରରେ ଐତିହାସିକ ଭାବରେ ଅଗ୍ରଗତି କରୁଛୁ । ୨୦୪୭ ସୁଦ୍ଧା ଆମେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ପୂରଣ କରି ସାରିଥିବୁ । ତାହା ଏପରି ଏକ ଭାରତ ହେବ ଯାହା ଏହାର ସମ୍ଭାବନା ଓ ସ୍ୱପ୍ନକୁ ପୂରଣ କରିସାରିଥିବ ।"
  • ରାଷ୍ଟ୍ରପତି କହିଛନ୍ତି, "ଗତ ମାସରେ ଆମେ ୨୦୦ କୋଟି ଟିକାକରଣ ମାର୍କ ଅତିକ୍ରମ କରିଥିଲୁ । ଏହି ବିପର୍ଯ୍ୟୟରେ କୋରୋନାରେ ଯେଉଁମାନେ ଯୋଗଦାନ ଦେଇଛନ୍ତି, ସେମାନେ ଅତୁଳନୀୟ । ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଭାରତରେ ଚାଲିଥିବା ବ୍ୟବସ୍ଥାରେ ଭାରତର ଅର୍ଥନୀତିର ଶୀର୍ଷକୁ ନେବା ଭାରତ ସରକାରଙ୍କ ଏକ ଅପୂର୍ବ ଅବଦାନ ।"
  • ରାଷ୍ଟ୍ରପତି କହିଛନ୍ତି, "ଅଧିକାଂଶ ଗଣତାନ୍ତ୍ରିକ ଦେଶରେ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ପାଇବା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡୁଥିଲା । କିନ୍ତୁ ଆମର ଗଣତନ୍ତ୍ରର ଆରମ୍ଭରୁ ଭାରତ ସର୍ବଭାରତୀୟ ବୟସ୍କ ମତଦାନକୁ ଗ୍ରହଣ କଲା । 'ଆଜାଦି କା ଅମୃତ ମହୋତ୍ସବ' ମାର୍ଚ୍ଚ ୨୦୨୧ ରେ ଦାଣ୍ଡି ଯାତ୍ରାର ସ୍ମୃତିକୁ ପୁନର୍ଜୀବିତ କରି ଆରମ୍ଭ ହୋଇଥିଲା । ସେହି ଯୁଗାନ୍ତକାରୀ ଆନ୍ଦୋଳନ ବିଶ୍ୱ ସ୍ତରରେ ଆମର ସଂଗ୍ରାମ ପ୍ରତିଷ୍ଠା କରିଥିଲା । ତାଙ୍କୁ ସମ୍ମାନ ଜଣାଇ ଆମର ଏହି ମାହୋତ୍ସବ ଆରମ୍ଭ ହୋଇଥିଲା ।ଏହି ମାହୋତ୍ସବ ଭାରତର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ।"

ଏହା ବି ପଢ଼ନ୍ତୁ: କୋର୍ଟରେ କଲେ ଏକାଠି ରହିବାର ପ୍ରତିଜ୍ଞା; ବାହାରକୁ ଆସିବା ମାତ୍ରେ ପତ୍ନୀଙ୍କ ଗଳା କାଟିଲେ ସ୍ୱାମୀ

ଏହା ବି ପଢ଼ନ୍ତୁ: ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ପ୍ରଶଂସକ ଇମ୍ରାନ ଖାନ, ଏପରି କଲେ ପ୍ରଶଂସା