ରାଷ୍ଟ୍ରପତିଙ୍କୁ ମିଳି ନଥାଏ SPG ଓ NSG ସୁରକ୍ଷା, ଜାଣନ୍ତୁ କିଏ ମହାମହିମଙ୍କୁ ପ୍ରଦାନ କରନ୍ତି ସୁରକ୍ଷା?
Advertisement
Article Detail0/zeeodisha/odisha1274699

ରାଷ୍ଟ୍ରପତିଙ୍କୁ ମିଳି ନଥାଏ SPG ଓ NSG ସୁରକ୍ଷା, ଜାଣନ୍ତୁ କିଏ ମହାମହିମଙ୍କୁ ପ୍ରଦାନ କରନ୍ତି ସୁରକ୍ଷା?

President Security: ସାଧାରଣତଃ ରାଷ୍ଟ୍ରପତିଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀ, ଯାହାଙ୍କୁ ରାଷ୍ଟ୍ରପତିଙ୍କ ବଡି ଗାର୍ଡ କୁହାଯାଏ । ଏହି ଦଳ ଭାରତୀୟ ସେନାର ଅଶ୍ୱାରୋହୀ ରେଜିମେଣ୍ଟର ଏକ ଅଂଶ ହୋଇଥାଏ । 

ରାଷ୍ଟ୍ରପତିଙ୍କୁ ମିଳି ନଥାଏ SPG ଓ NSG ସୁରକ୍ଷା, ଜାଣନ୍ତୁ କିଏ ମହାମହିମଙ୍କୁ ପ୍ରଦାନ କରନ୍ତି ସୁରକ୍ଷା?

ନୂଆଦିଲ୍ଲୀ: President Security: ଭାରତର ରାଷ୍ଟ୍ରପତିଙ୍କୁ ସ୍ପେଶାଲ ପ୍ରୋଟେକ୍ଶନ ଗ୍ରୁପ (SPG) କିମ୍ବା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ର ସୁରକ୍ଷା ମିଳି ନଥାଏ । ଦେଶର ସର୍ବୋଚ୍ଚ ପଦବୀରେ ବସିଥିବା ପ୍ରଥମ ନାଗରିକଙ୍କୁ ଯେଉଁ ସୁରକ୍ଷା ବ୍ୟବସ୍ଥା ମିଳିଥାଏ, ତାହାର କୌଣସି ଶ୍ରେଣୀ ଯେପରି Z ପ୍ଲସ୍, Z କିମ୍ବା Y ଇତ୍ୟାଦି ହୋଇ ନଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଯେଉଁ ଗାର୍ଡ ନିୟୋଜିତ ହୁଅନ୍ତି, ତାହା ଅତ୍ୟନ୍ତ ଖାସ୍ ହୋଇଥାଏ । ସେମାନଙ୍କର ଯୋଗ୍ୟତା କିମ୍ବା ଚୟନ ମାନଦଣ୍ଡ SPG କିମ୍ବା NSG ଠାରୁ କମ୍ ହୋଇ ନଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ 'ପ୍ରେସିଡେଣ୍ଟ୍ସ ବଡି ଗାର୍ଡ୍ସ' (PBG) ଉପରେ ନ୍ୟସ୍ତ ରହିଥାଏ । ଏହି ଦଳରେ ସାମିଲ ଥିବା ଅନେକ ଅଧିକାରୀ ଓ ଯବାନ ଭାରତୀୟ ସେନାର ପାରାଚ୍ୟୁଟ୍ ରେଜିମେଣ୍ଟର ସ୍ପେଶାଲ୍ ଫୋର୍ସ ୟୁନିଟରୁ ଆସନ୍ତି । ରାଷ୍ଟ୍ରପତି ହେଉଛନ୍ତି ଭାରତର ତିନି ସେନାର ସର୍ବୋଚ୍ଚ କମାଣ୍ଡର, ତେଣୁ ତାଙ୍କର ସୁରକ୍ଷା ମଧ୍ୟ ବିଶେଷ ହୋଇଥାଏ । ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ଙ୍କ ସୁରକ୍ଷା ଭାରତୀୟ ସେନାର ପୁରାତନ ରେଜିମେଣ୍ଟକୁ ହସ୍ତାନ୍ତର କରାଯାଇଛି ।

ସାଧାରଣତଃ ରାଷ୍ଟ୍ରପତିଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀ, ଯାହାଙ୍କୁ ରାଷ୍ଟ୍ରପତିଙ୍କ ବଡି ଗାର୍ଡ କୁହାଯାଏ । ଏହି ଦଳ ଭାରତୀୟ ସେନାର ଅଶ୍ୱାରୋହୀ ରେଜିମେଣ୍ଟର ଏକ ଅଂଶ ହୋଇଥାଏ । ଏହି ଦଳକୁ ରାଷ୍ଟ୍ରପତି ଭବନରେ ଓ ବାହାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ତେବେ, ଏଠାରେ ଏକ ପ୍ରଶ୍ନ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଛି ଯେ ରାଷ୍ଟ୍ରପତିଙ୍କ ସୁରକ୍ଷା ଟିମରେ କେବଳ ତିନି ଜାତି କିମ୍ବା ସମ୍ପ୍ରଦାୟର ସୈନିକମାନଙ୍କୁ କାହିଁକି ଗୁରୁତ୍ୱ ଦିଆଯାଉଥାଏ? ବର୍ତ୍ତମାନର ସୁରକ୍ଷା ଦଳରେ ଯେତିକି ଯବାନ ସାମିଲ ଅଛନ୍ତି, ସେମାନେ ସମସ୍ତେ ଜାଟ, ଶିଖ ଏବଂ ରାଜପୁତ ସମ୍ପ୍ରଦାୟରୁ ଆସନ୍ତି । ପ୍ରାୟ ୧୭୦ ଯବାନ ଓ ଦେଢ଼଼ ଜଣ ଅଧିକାରୀ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରହିଛନ୍ତି । ସ୍କ୍ୱାର୍ଡର ଚାରିଜଣ ଅଧିକାରୀ ପ୍ରଶାସନିକ ସହାୟତା ରହିଛନ୍ତି । ଏହା ବ୍ୟତୀତ ୧୧ ଜଣ ଜୁନିଅର କମିଶନ ଅଫିସର (JCOs) ମଧ୍ୟ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କୁ ହେପାଜତକୁ ନେଲା ପୋଲିସ

ଏହା ବି ପଢ଼ନ୍ତୁ:-କେଉଁ କାରରେ ଯାତାୟାତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଏହାର କେତେ ମୂଲ୍ୟ ଓ କ'ଣ କ'ଣ ରହିଛି ବିଶେଷତା

ଏହା ବି ପଢ଼ନ୍ତୁ:-ବିଷାକ୍ତ ମଦ ପିଇ ୧୯ ମୃତ, ୩୦ ଗୁରୁତର

 

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ ସ୍କ୍ୱାର୍ଡରେ କେବଳ ତିନି ଜାତିକୁ ପ୍ରାଧାନ୍ୟ ଦେବା ପାଇଁ ୨୦୧୮ରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଏଲ ଦାଖଲ କରାଯାଇଥିଲା । ଭାରତୀୟ ସେନା ଦ୍ୱାରା 'ପିବିଜି'ରେ ତିନି ଜାତିର ସୈନିକଙ୍କୁ ସୁଯୋଗ ଦେବାକୁ କୋର୍ଟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଏହାପୂର୍ବରୁ ଏଭଳି ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟ, ସେନାର ସୁପାରିଶ କ୍ରମେ  ୨୦୧୩ରେ ରାଷ୍ଟ୍ରପତି ସୁରକ୍ଷାକର୍ମୀଙ୍କ ନିଯୁକ୍ତିରେ କେବଳ ଜାଟ, ରାଜପୁତ ଏବଂ ଶିଖଙ୍କୁ ହିଁ ସାମିଲ କରିବାକୁ ଆଦେଶ ଦେଇସାରିଛନ୍ତି । ବିଶେଷ କଥା ହେଉଛି ଦେଶର ସ୍ୱାଧୀନତା ପୂର୍ବରୁ ପିବିଜି ଗଠନ କରାଯାଇଥିଲା । ୧୭୭୩ରେ ପ୍ରଥମ ବଡି ଗାର୍ଡ ୟୁନିଟ୍ ଗଠନ କରାଯାଇଥିଲା । ଏହି ୟୁନିଟକୁ ଆସୁଥିବା ଅଧିକାରୀ କିମ୍ବା ଯବାନଙ୍କ ଉଚ୍ଚତା ଛଅ ଫୁଟ, ଏକ ବାଧ୍ୟତାମୂଳକ ସର୍ତ୍ତ ହୋଇଥାଏ । ଅବଶ୍ୟ, ୧୯୪୭ ପୂର୍ବରୁ ଏହି ୟୁନିଟରେ ଛଅ ଫୁଟ ତିନି ଇଞ୍ଚର ଯବାନମାନେ ଆସୁଥିଲେ । ଏହି ୟୁନିଟ୍ ଭାରତୀୟ ସେନାର ଅଶ୍ୱାରୋହୀ ରେଜିମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ ।