ପରମାଣୁ ଆକ୍ରମଣ ଆଶଙ୍କା; ଆମେରିକାରେ ବଢୁଛି ଏହି ଔଷଧର ଚାହିଦା, ଲୋକଙ୍କୁ ଦେବ ସୁରକ୍ଷା
Advertisement
Article Detail0/zeeodisha/odisha1125955

ପରମାଣୁ ଆକ୍ରମଣ ଆଶଙ୍କା; ଆମେରିକାରେ ବଢୁଛି ଏହି ଔଷଧର ଚାହିଦା, ଲୋକଙ୍କୁ ଦେବ ସୁରକ୍ଷା

 

ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ବିଶ୍ୱଯୁଦ୍ଧର ଦ୍ୱାର ଦେଶରେ ପହଞ୍ଚାଇ ଦେଇଛି। ଆମେରିକାରେ ଏକ ଔଷଧ ପ୍ରଚୁର ପରିମାଣରେ ବିକ୍ରି ହେଉଛି। ଏହି ଔଷଦର ନାମ ପୋଟାସିୟମ୍ ଆୟୋଡାଇଟ୍। ଆମେରିକାର ଅଧିକାଂଶ ଲୋକେ ଏବେ ଏହି ଔଷଧକୁ କିଣୁଛନ୍ତି। 

ପ୍ରତିକାତ୍ମକ ଫଟୋ

ନ୍ୟୁୟୋର୍କ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ୱକୁ ବିଶ୍ୱଯୁଦ୍ଧ ଓ ପରମାଣୁ ଯୁଦ୍ଧ ପରି ଭୟ ଘାରିଛି। ଏହି ଭୟ ସାଧାରଣ ମଣିଷ ମନରେ ଉଙ୍କି ମାରିବା ସ୍ୱାଭାବିକ। ଆପଣ ଜାଣିଛନ୍ତି କି,
ଯଦି ପରମାଣୁ ବୋମା ବିସ୍ଫୋରଣ ହୁଏ ତ କେମିତି ନିଜକୁ ସୁରକ୍ଷିତ ରଖିହେବ? ଯଦି ପରମାଣୁ ବୋମା ବିସ୍ଫୋରଣ ହେବ କେଉଁ ଔଷଧ କାମ କରିବ? ଆଜ୍ଞା ହଁ, ଏହି ଔଷଧ ଏବେ ଆମେରିକାରେ ପ୍ରଚୁର ପରିମାଣରେ ବିକ୍ରି ହେଉଛି। ଜଣନ୍ତୁ, ଏହା କେଉଁ ଔଷଧ ଯାହା ପରମାଣୁ ବିସ୍ଫୋରଣରେ ଲୋକଙ୍କ କାମରେ ଆସିବ। 

ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ବିଶ୍ୱଯୁଦ୍ଧର ଦ୍ୱାର ଦେଶରେ ପହଞ୍ଚାଇ ଦେଇଛି। ଆମେରିକାରେ ଏକ ଔଷଧ ପ୍ରଚୁର ପରିମାଣରେ ବିକ୍ରି ହେଉଛି। ଏହି ଔଷଦର ନାମ ପୋଟାସିୟମ୍ ଆୟୋଡାଇଟ୍। ଆମେରିକାର ଅଧିକାଂଶ ଲୋକେ ଏବେ ଏହି ଔଷଧକୁ କିଣୁଛନ୍ତି। କୁହାଯାଉଛି ଋଷ ପରମାଣୁ ଯୁଦ୍ଧ କରିପାରେ। ଆଉ ଯଦି ଏପରି ହୁଏ ତେବେ ଆମେରିକାବାସୀଙ୍କୁ ପୋଟାସିୟମ୍ ଆୟୋଡାଇଟ୍ ସୁରକ୍ଷା ଦେବ। ଆମେରିକାରେ ଏହି ଔଷଧ ଉପଯୋଗୀ ବିବେଚନା କରାଯାଉଛି।

Also Read: ରାଇଫଲ ସହ ୟୁକ୍ରେନ ରାସ୍ତାରେ ମାଆ ଓ ଝିଅ...ଜାଣନ୍ତୁ ଛାତିଥରା କାହାଣୀ

ଏହି ଔଷଧ କୁଣୁଛନ୍ତି ଲୋକେ:

ପରମାଣୁ ବୋମା ବିସ୍ଫୋରଣର କଳ୍ପନା କଲେ ମନରେ ଛନକା ପଶେ। ପରମାଣୁ ବିସ୍ଫୋରଣ ହେଲେ କୌଣସି ପରିସ୍ଥିତିରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିବେ। ଦୂରରୁ ଦୂର ଯାଏଁ ଏହାର ବିକିରଣ ବା ରେସିଏସନ ବ୍ୟାପିବ ଓ ରେଡିଏସନ ବଳୟକୁ ଲୋକେ ଆସିଯିବେ। ଯଦି ପରମାଣୁ ବୋମା ବିସ୍ଫୋରଣ ହୁଏ ତେବେ ଏହି ପୋଟାସିୟମ୍ ଆୟୋଡାଇଟ୍ ଔଷଧ କାମରେ ଆସିବ। ପରମାଣୁ ବୋମା ବିସ୍ଫୋରଣ ସମୟରେ ଏହି ଟାବଲେଟ୍ କାମରେ ଆସିବ ବୋଲି ଆମେରିକାରେ କିଛି ଲୋକ ବଶ୍ୱାସ କରୁଛନ୍ତି। ବିସ୍ଫୋରଣର ବିକିରଣର ବିଷାକ୍ତ ପ୍ରଭାବକୁ ଏହି ଔଷଧ ହ୍ରାସ କରିଥାଏ ବୋଲି କୁହାଯାଉଛି। 

Also Read: ଆଜିର ରାଶିଫଳ: ବୁଧବାର ତିନି ରାଶିକୁ ବିପଦ! ଜାଣନ୍ତୁ, ରାହୁକାଳ ଓ ଶୁଭ ସମୟ

ଏହି ଔଷଧର ଦାମ୍ ବଢୁଛି:

ଆମେରିକାରେ ଏହି ଟାବଲେଟର ଚାହିଦା ବଢ଼ିଯାଇଥିବା ବେଳେ ଔଷଧର ଦାମ୍ ମଧ୍ୟ ବଢ଼ିଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଲୋକମାନେ ଏହି ଟାବଲେଟକୁ ୧୦୭୦ ଟଙ୍କାରେ କିଣୁଥିବାବେଳେ ବର୍ତ୍ତମାନ ଏହାର ମୂଲ୍ୟ ୧ ଲକ୍ଷ ୧୪ ହଜାର ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ, ଅନେକ ୱେବସାଇଟରେ ଏହି ଔଷଧ ଆଉଟ୍ ଅଫ୍ ଷ୍ଟକ୍ ଦେଖାଉଛି। ଅନ୍ୟପଟେ, ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ତଥା (ସିଡିସି)ର କହିବା ଅନୁଯାୟୀ, ଯଦି କେହି ଅଜାଣତରେ ଏହି ଟାବଲେଟର ଅଧିକ ସେବନ କରିଦେବ, ତେବେ ଶରୀର ପାଇଁ ଅଧିକ କ୍ଷତିକାରକ ହେବ। ଗୋଟିଏ ଡୋଜ୍ ପୋଟାସିୟମ୍ ଆୟୋଡିଡ୍ ଟାବଲେଟ୍ ଥାଇରଏଡ୍ ଗ୍ରନ୍ଥିକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ରକ୍ଷା କରିଥାଏ। କିନ୍ତୁ ଏକ ଅତ୍ୟଧିକ ମାତ୍ରାରେ ସେବ କ୍ଷତିକାରକ ହୋଇପାରେ।

୨୦୧୧ରେ, ଆମେରିକାରେ ଏହି ଔଷଧର ଚାହିଦା ବୃଦ୍ଧି ପାଇଥିଲା:

ଏହାପୂର୍ବରୁ ୨୦୧୧ ମସିହାରେ ଆମେରିକାରେ ହଠାତ୍ ପୋଟାସିୟମ୍ ଆୟୋଡାଇଟ୍ ଔଷଧର ଚାହିଦା ବଢ଼ିଯାଇଥିଲା। ସେହି ସମୟରେ ଜାପାନରେ ଭୂକମ୍ପ ଓ ସୁନାମି ହେତୁ ଫୁକୁସିମା ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନଷ୍ଟ ହୋଇଯାଇଥିଲା। ଫଳରେ ଆଣବିକ ବିକିରଣ ବଢ଼ିବାର ସମ୍ଭାବନା ଦେଖାଦେଇଥିଲା। 

ବି.ଦ୍ର- ଆମେ ଆମେରିକାରେ ଏହାର ଚାହିଦା ବଢ଼ିଥିବା ନେଇ କେବଳ ଆପଣଙ୍କ ଜ୍ଞାନ ପାଇଁ ସୂଚନା ଦେଇଛୁ । ଆପଣ ଏହି ଔଷଧଠାରୁ ଦୂରେଇ ରୁହନ୍ତୁ।