Poonch Terror Attack: ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ୫ ଯବାନ ସହିଦ
Advertisement

Poonch Terror Attack: ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ୫ ଯବାନ ସହିଦ

Poonch Terror Attack: ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ହମଲା । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସର୍ଚ୍ଚ ଅପରେସନ ପାଇଁ ସୁରନକୋଟକୁ ଯାଉଥିବା ଦୁଇଟି ସେନା ଗାଡି଼ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନ ସମୟରେ ସେନାର ଦୁଇଟି ଗାଡି଼ ଉପରକୁ ଜମ୍ମୁ କାଶ୍ମୀର ରଜୌରୀଠାରେ ଆଖିବୁଜା ଗୁଳି ଚାଳନା କରିଥିଲେ ଆତଙ୍କବାଦୀ । ଏହା ଜବାବ ଦେବାକୁ ଯାଇ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ଚାଳନା କରଯାଇଥିଲା । ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ସମୟରେ ୨ ଜଣ ଯବାନ ସହିଦ ହୋଇଥିଲେ । ଏହାପରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଯବାନ ଆଖି ବୁଜିଥିବା ଜଣାପଡ଼ିଛି । ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟି ନେଇଥିବା କୁହାଯାଉଛି। ଏହାପରେ ପୁରା ଏରିଆକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି ।

Also Read- Job Creation: ବଡ଼ ବଡ଼ ମେଟ୍ରୋ ସହର ନୁହେଁ ନିଯୁକ୍ତି ସୃଷ୍ଟିରେ ଆଗରେ ଛୋଟିଆ ସହର

Also Read- Dearness Allowance: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଦେଲେ ବଡ଼ ଉପହାର, ସରକାରୀ କର୍ମଚାରୀଙ୍କ ବଢିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

ପ୍ରକାଶ ଥାଉ କି, ବୁଧବାର ସନ୍ଧ୍ୟାରୁ ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ସେନା ପକ୍ଷରୁ ଆତଙ୍କବାଦୀ ନିପାତ ଅପରେସନ୍ ଆରମ୍ଭ ହୋଇଥିଲା । ଗତକାଲିର ଗୁଳି ବିନିମୟ ପରେ ସଂପୃକ୍ତ ଅଞ୍ଚଳରେ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଛି। ଗତ ମାସରେ ମଧ୍ୟ ରଜୌରି ଜିଲ୍ଲାର କାଲାକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ କ୍ୟାପ୍ଟେନଙ୍କ ସହ ୨ ଜଣ ଯବାନ ସହିଦ ହୋଇଥିଲେ ।