Pet Dog News: ମାଲିକାଣୀ ମୁହଁରେ ମଳତ୍ୟାଗ କଲା ପୋଷା କୁକୁର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ
Advertisement
Article Detail0/zeeodisha/odisha1370067

Pet Dog News: ମାଲିକାଣୀ ମୁହଁରେ ମଳତ୍ୟାଗ କଲା ପୋଷା କୁକୁର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ

Pet Dog Pooed: ଇଂଲଣ୍ଡରେ ରହୁଥିବା ଜଣେ ମହିଳା ମଧ୍ୟ କୁକୁରର ରୋଗ ପ୍ରତି ଧ୍ୟାନ ଦେଇନଥିଲେ ଏବଂ ତାଙ୍କ ସହିତ ଶେଯରେ ଶୋଇଥିଲେ। ଏହା ପରେ କୁକୁରଟି ଏପରି କିଛି କାର୍ଯ୍ୟ କଲା ଯେ, ମହିଳାଙ୍କୁ ୩ ଦିନ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା।

Pet Dog News: ମାଲିକାଣୀ ମୁହଁରେ ମଳତ୍ୟାଗ କଲା ପୋଷା କୁକୁର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ

Pet Dog Pooed: ଲୋକମାନେ ସେମାନଙ୍କର ଗୃହପାଳିତ କୁକୁର (Pet Dog) କୁ ଏତେ ଭଲ ପାଆନ୍ତି ଯେ ସେମାନଙ୍କୁ ସର୍ବାଦା ପାଖରେ ରଖିବାକୁ ପସନ୍ଦ କରନ୍ତି। ଏପରିକି ସେମାନଙ୍କୁ ବିଛଣାରେ ଶୋଇବାକୁ ମଧ୍ୟ ଦେଇଥାନ୍ତି, କିନ୍ତୁ ସେମାନେ ବୁଝିପାରନ୍ତି ନାହିଁ ଯେ ପ୍ରାଣୀମାନେ ନିଜର ପ୍ରକୃତି ଅନୁସାରେ ଏପରି ପରିବେଶରେ ରହିବାକୁ ଅଭ୍ୟସ୍ତ ନୁହନ୍ତି। କେବଳ ଏତିକି ନୁହେଁ, ଯେତେବେଳେ କୁକୁର ମାନେ ଅସୁସ୍ଥ ହୁଅନ୍ତି, ସେମାନଙ୍କ ନିକଟରେ ଅଧିକ ଶୋଇବା ଭଲ ନୁହେଁ, କାରଣ ସେମାନଙ୍କ ମାଧ୍ୟମରେ ଏହି ରୋଗ ମଣିଷକୁ ମଧ୍ୟ ସଂକ୍ରମିତ ହୋଇପାରେ। ଇଂଲଣ୍ଡରେ ରହୁଥିବା ଜଣେ ମହିଳା ମଧ୍ୟ କୁକୁରର ରୋଗ ପ୍ରତି ଧ୍ୟାନ ଦେଇନଥିଲେ ଏବଂ ତାଙ୍କ ସହିତ ଶେଯରେ ଶୋଇଥିଲେ। ଏହା ପରେ କୁକୁରଟି ଏପରି କିଛି କାର୍ଯ୍ୟ କଲା ଯେ, ମହିଳାଙ୍କୁ ୩ ଦିନ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା।

ଡେଲି ଷ୍ଟାର ୱେବସାଇଟର ରିପୋର୍ଟ ଅନୁଯାୟୀ, ୫୧ ବର୍ଷିୟା ଅମେଣ୍ଡା ଗୋମୋ (Amanda Gommo) ୩ ସନ୍ତାନର ମାତା ଅଟନ୍ତି ଏବଂ ଇଂଲଣ୍ଡର ବ୍ରିସଲରେ ରୁହନ୍ତି। ତାଙ୍କ ଝିଅ ଘରେ ଚୁବୁବା (chihuahua) ପ୍ରଜାତିର ଏକ କୁକୁର ପାଳିଛନ୍ତି, ଯାହାର ନାମ ହେଉଛି ବେଲେ। ଏହି କୁକୁର ମାନଙ୍କର ଆକାର ବହୁତ ଛୋଟ। ମହିଳା ଜଣକ ତାଙ୍କ ସହିତ ଶୋଇଥିଲେ। ରିପୋର୍ଟ ଅନୁଯାୟୀ, ଶୋଇବା ସମୟରେ ଅମେଣ୍ଡାଙ୍କ ପାଟି ଖୋଲା ରହିଥାଏ। ହଠାତ୍ ସେ ପାଟି ଭିତରେ ଏକ ଓଦା ପଦାର୍ଥ ଅନୁଭବ କଲେ। ପରେ ସେ ସଙ୍ଗେ ସଙ୍ଗେ ତାଙ୍କର ନିଦ ଭାଙ୍ଗି ଗଲା, ସେ ଦେଖିଲେ ଯେ ତାଙ୍କ ପୋଷା କୁକୁରଟି ତାଙ୍କ ପାଟିରେ ମଳ ତ୍ୟାଗ କରିଦେଇଛି। 

ଏହା ଦେଖି ଅମେଣ୍ଡା ବାଥରୁମ ଆଡକୁ ଦଉଡ଼ିଗଲେ, କିନ୍ତୁ ସେତେବେଳେ ତାଙ୍କ ପୁଅ ଗାଧୋଉଥିଲେ, ତେଣୁ ତାଙ୍କୁ ମୁହଁ ଧୋଇବା ପାଇଁ କିଛି ସମୟ ଲାଗିଥିଲା ​​ଏବଂ ମଳ ପାଟି ଦେଇ ପେଟକୁ ଯାଇଥିଲା। ସେ ଅନେକ ଥର ପାଟି ଧୋଇଲେ, ବ୍ରସ ମଧ୍ୟ କଲେ କିନ୍ତୁ ମଳର ଦୁର୍ଗନ୍ଧ ଏବଂ ଏହାର ଖରାପ ସ୍ୱାଦ ତାଙ୍କ ପାଟିରୁ ଯାଉନଥିଲା। ତାଙ୍କ ଝିଅ ସଙ୍ଗେ ସଙ୍ଗେ କୁକୁରକୁ ଡାକ୍ତରଙ୍କ ନିକଟକୁ ନେଇଗଲେ, ପରେ ଡାକ୍ତର କହିଥିଲେ ଯେ, ତାଙ୍କୁ ଜୀବାଣୁ ସଂକ୍ରମଣ ହୋଇଛି। ତା’ପରେ ଡାକ୍ତର କୁକୁରକୁ ଆଣ୍ଟିବାୟୋଟିକ୍ ଦେଇଥିଲେ।

ଅମେଣ୍ଡାଙ୍କ ଲକ୍ଷଣ ମଧ୍ୟ କୁକୁର ପରି ହୋଇଗଲା, ଅର୍ଥାତ୍ ତାଙ୍କ ପେଟ ମଧ୍ୟ ତୁରନ୍ତ ଖରାପ ହୋଇଗଲା ଏବଂ ତାଙ୍କୁ ଅନେକ ଥର ବାଥରୁମ୍ ଯିବାକୁ ପଡିଲା। ତା’ପରେ ସେ ଡାକ୍ତରଙ୍କ ପାଖକୁ ଯାଇ କିଛି ଔଷଧ ଆଣିଥିଲେ। କିନ୍ତୁ ତାଙ୍କର ସଂକ୍ରମଣ ଏତେ ବଢିଯାଇଥିଲା ଯେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାକୁ ଲାଗିଲା। ତା’ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ତାଙ୍କର ଚିକତ୍ସା ଚାଲିଲା ଏବଂ ତାଙ୍କୁ ୩ ଦିନ ଡାକ୍ତରଖାନାରେ ରହିବାକୁ ପଡିଲା। କୁକୁରର ମଳ ପେଟକୁ ଯିବା ହେତୁ ମହିଳାଙ୍କର ପେଟରେ ଅନ୍ତନଳୀ ସଂକ୍ରମଣ (gastro intestinal infection) ହୋଇଥିଲା।