India: ଅପରେସନ ପରିନ୍ଦା ଚଳାଉଛି ପାକ୍ତିସାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ, ବିଏସ୍ଏଫ୍ ଏପରି ଦେଉଛି ମୁହଁତୋଡ ଜବାବ
Advertisement

India: ଅପରେସନ ପରିନ୍ଦା ଚଳାଉଛି ପାକ୍ତିସାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ, ବିଏସ୍ଏଫ୍ ଏପରି ଦେଉଛି ମୁହଁତୋଡ ଜବାବ

India Pakistan Boeder:  ଭାରତ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା  ଆଇଏସଆଇ 'ଅପରେସନ୍ ପରିନ୍ଦା' ନାମରେ ଏକ ଅଭିଯାନ ଚଲାଇଛି। ଏହି କାର୍ଯ୍ୟରେ ପାକିସ୍ତାନ ମାଟିରେ ରହୁଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ସହାୟତା ମଧ୍ୟ ନେଉଛି ଆଇଏସଆଇ। 

India: ଅପରେସନ ପରିନ୍ଦା ଚଳାଉଛି ପାକ୍ତିସାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ, ବିଏସ୍ଏଫ୍ ଏପରି ଦେଉଛି ମୁହଁତୋଡ ଜବାବ

Operation Parinda: ଫାଇନାସିଆଲ ଆକ୍ସନ ଟାସ୍କ ଫୋର୍ସ ଧୂସର ତାଲିକାରୁ ପାକିସ୍ତାନ ହଟିବା ପରେ ପୁଣି ଥରେ ପାକିସ୍ତାନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହୋଇ ଉଠିଛନ୍ତି। ବିଶେଷକରି ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଏହାର ଆଖପାଖ ଅଞ୍ଚଳରେ ଉପସ୍ଥିତ ରହିଥିବା ଆତଙ୍କବାଦୀ ପୁଣିଥରେ ଭାରତ ବିରୋଧରେ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଅଛନ୍ତି। ଏହି ସମୟରେ ଭାରତୀୟ ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ସଂଲଗ୍ନ ସୀମାରେ ବହୁ ସଂଖ୍ୟାରେ ଡ୍ରୋନ୍ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। ଏହା ସହିତ ସୀମାନ୍ତରେ ରହିଥିବା ଲଞ୍ଚ ପ୍ୟାଡ ଏବଂ ଆତଙ୍କବାଦୀ ଶିବିରରେ ଆତଙ୍କବାଦୀଙ୍କ ସଂଖ୍ୟା ପୂର୍ବ ତୁଳନାରେ ବହୁତ ବୃଦ୍ଧି ପାଇଛି।

ଭାରତ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା  ଆଇଏସଆଇ 'ଅପରେସନ୍ ପରିନ୍ଦା' ନାମରେ ଏକ ଅଭିଯାନ ଚଲାଇଛି। ଏହି କାର୍ଯ୍ୟରେ ପାକିସ୍ତାନ ମାଟିରେ ରହୁଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ସହାୟତା ମଧ୍ୟ ନେଉଛି ଆଇଏସଆଇ। ପଞ୍ଜାବରେ ଏହି ଖାଲିସ୍ତାନୀ ଆତଙ୍କବାଦୀଙ୍କ ସହାୟତାରେ ଡ୍ରୋନ୍ ମାଧ୍ୟମରେ ଡ୍ରଗ୍ ଏବଂ ଅସ୍ତ୍ରଶସ୍ତ୍ର ପଠାଯାଉଛି। ପଞ୍ଜାବ ଟାର୍ଗେଟ କିଲିଂ ସହିତ ଏହି ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ ଚୋରା ଚାଲାଣରୁ ହେଉଥିବା ରୋଜଗାରର କିଛି ଅଂଶ ଜାମୁ କାଶ୍ମୀର ଠାରେ ରହୁଥିବା ଆତଙ୍କବାଦୀ ଗୋଷ୍ଠୀ ପାଖକୁ ପଠାଯାଉଛି। 'ଅପରେସନ୍ ପରିନ୍ଦା' ସହିତ ଜଡିତ ଆତଙ୍କବାଦୀ ପାକିସ୍ତାନୀ ରେଞ୍ଜର୍ସ ସହାୟତାରେ ଭାରତୀୟ ସୀମାର ଅତି ନିକଟତର ହୋଇଛନ୍ତି। ଯେଉଁଠାରୁ ସେମାନେ ଭାରତୀୟ ସୀମାରେ ଡ୍ରୋନ୍ ଲଞ୍ଚ କରୁଛନ୍ତି।

Also Read: Punjab: ବିଏସଏଫ ହାତରେ ଲାଗିଲା ବଡ଼ ସଫଳତା, ଅନ୍ତର୍ଜାତୀୟ ସୀମା ଉପରେ ମାରି ଖସାଇଲା ପାକିସ୍ତାନୀ ଡ୍ରୋନ୍

ଚଳିତ ବର୍ଷ ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ-ପାକିସ୍ଥାନ ସୀମାରେ ୨ ଶହରୁ ଅଧିକ ଥର ଡ୍ରୋନ୍ ଦେଖାଯାଇଛି। ସୀମାରୁ ଅନୁପ୍ରବେଶ କରୁଥିବା ଏହି ଡ୍ରୋନ୍  ଜରିଆରେ ଭାରତୀୟ ସୀମାକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଯାଉଛି। ଚଳିତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ସୀମା ସୁରକ୍ଷା ବଳ  ବିଏସ୍ଏଫ୍ ପ୍ରାୟ  ୧୪ ଡ୍ରୋନ୍ ଗୁଳି କରି ଖସାଇ ସାରିଛି।

କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତରେ ଉପସ୍ଥିତ ଆତଙ୍କବାଦୀ ସଙ୍ଗଠନକୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଉଛି। ଭାରତୀୟ ଏଜେନ୍ସି ପକ୍ଷରୁ ଗ୍ରହଣ କରାଯାଉଥିବା ସତର୍କତା ଏବଂ ଫାଇନାସିଆଲ ଆକ୍ସନ୍ ଟାସ୍କ ଫୋର୍ସ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆଇଏସଆଇ ପାଇଁ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଇବା ସହଜ ହୋଇ ରହିନାହିଁ। ଏଭଳି ପରିସ୍ଥିତିରେ ପଞ୍ଜାବ ମାଟିରେ ସକ୍ରିୟ ରହିଥିବା ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଜାମୁ କାଶ୍ମୀରର ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହିତ ବହୁ ପରିମାଣର ଡ୍ରଗ୍ସ ପଠାଯାଉଛି। ଯାହା ଦ୍ୱାରା ଆତଙ୍କବାଦୀ ଗୋଷ୍ଠୀକୁ ଆର୍ଥିକ ସହୟତା ପ୍ରଦାନ କରାଯାଇପାରିବ।

Also Read: Drone Kavach: ଭାରତର ଏହି ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲା ପାକିସ୍ତାନ, ଜାଣନ୍ତୁ କାରଣ

ଯେଉଁଠାରେ ପୂର୍ବରୁ ପାକିସ୍ତାନ ଆତଙ୍କବାଦୀଙ୍କ ନିୟନ୍ତ୍ରକମାନଙ୍କୁ FATF କାର୍ଯ୍ୟକଳାପ ହେତୁ  ମୁଣ୍ଡ ନୂଆଁଇବାକୁ କହିଥିଲା, ବର୍ତ୍ତମାନ ସେହି ଆତଙ୍କବାଦୀ ଏବେ FATF ଧୂସର ତାଲିକାରୁ ବାହାରିବା ମାତ୍ରେ ପାକିସ୍ତାନ ମାଟିରେ ନିଜର କାର୍ଯ୍ୟକଳାପକୁ ଜୋରଦାର କରିଛନ୍ତି। ଜୈଶ-ଏ-ମହମ୍ମଦ ଗୋଷ୍ଠୀର ବାହାବଲପୁର ସ୍ଥିତ ମୁଖ୍ୟାଳୟରେ ମଧ୍ୟ କାର୍ଯ୍ୟକଳାପ ବଢିଥିବାର ନଜର ଆସିଛି। ଏହି ଆତଙ୍କବାଦୀ ସଙ୍ଗଠନ ଏହାର ମୁଖ୍ୟାଳୟ ନିକଟରେ ଜମି ନେଇଛି ଯେଉଁଠାରେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଚାଲିଛି।  ଆତଙ୍କବାଦୀ ମସୁଦ ଅଜହର ଭାଇ ଅବଦୁଲ ରଉଫ ଅସଗର ଗତ କିଛି ବର୍ଷ ମଧ୍ୟରେ ବାହାଲପୁରସ୍ଥିତ ଜୈଶ ମୁଖ୍ୟାଳୟ ନିକଟରେ ଏକ ବଡ଼ ଜମି କିଣି ସେଠାରେ ନିର୍ମାଣ କାର୍ଯ୍ୟ କରୁଛି।

ଯେବେଠାରୁ ପାକିସ୍ତାନ ଫାଇନାସିଆଲ ଆକ୍ସନ୍ ଟାସ୍କ ଫୋର୍ସ ଧୂସର ତାଲିକାରୁ ବାହାରିବା ପର ଠାରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ସଂଖ୍ୟାରେ ବହୁତ ବୃଦ୍ଧି ଘଟିଛି। ବର୍ତ୍ତମାନ ପାକିସ୍ତାନ ଏବଂ ପିଓକ ଅଞ୍ଚଳରେ ପ୍ରାୟ ୩୦୦ ଆତଙ୍କବାଦୀ ଶିବିର ସକ୍ରିୟ ରହିଛି। FATF କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରାୟ 600 ଆତଙ୍କବାଦୀ ଶିବିର ବାବଦରେ ଗୁଇନ୍ଦା ସୂଚନା ମିଳିଥିଲା। ଜାମୁ କାଶ୍ମୀର ପୁଞ୍ଚ ନିକଟରେ ଥିବା ବଲନୱାଲି ଢୋକ, ବରୋହ ଖୋରୀ, ବତ୍ତା ହଲନ, ଜାବରି ଢୋକ ଏବଂ କୋପରା ଅଞ୍ଚଳରୁ ଆତଙ୍କବାଦୀର ଗତିବିଧି ବିଷୟରେ ସର୍ବାଧିକ ସୂଚନା ମିଳିଛି।

Also Read: Drone: ମାତ ଖାଇବା ସତ୍ତ୍ୱେ ଚେତୁନାହିଁ ପାକିସ୍ତାନ, ୯ ମାସରେ ସୀମାକୁ ପଠାଇଛି ୧୯୧ ଡ୍ରୋନ

 

କୃଷ୍ଣ ଉପତ୍ୟକାକୁ ଲାଗିଥିବା ଦାରୁଚାନ୍, ଗୋଇ, ନତ୍ତର, ଡେରା ଶେର୍ ଖାନ୍ ଏବଂ ସତୱଲ୍ ଟପ୍, ଭିୱଁର ଗଲିସ୍ଥିତ ତରୁକୁଣ୍ଡି, ଲାନଜୋତ, ଖାଡ଼ ତେଲିଆନ୍ ଏବଂ ନିକିୟାଲ୍ ଲଞ୍ଚ ପ୍ୟାଡ୍, ନୌସେରା ନିକଟସ୍ଥ ଥିବା ସମାହନି, ବଗସର, ଚୌକ ସମାନୀ ଠାରେ ଆତଙ୍କବାଦୀଙ୍କ ଗତିବିଧି ଦେଖିବାକୁ ମିଳିଛି। ଭାରତୀୟ ଗୁପ୍ତଚର ସଂସ୍ଥା LoC ସଂଲଗ୍ନ ଅଞ୍ଚଳରେ ସମୁଦାୟ ମୋଟ ୧୫ ସକ୍ରିୟ ଲଞ୍ଚ ପ୍ୟାଡ୍ ବିଷୟରେ ସୂଚନା ପାଇଛନ୍ତି। ସୂଚନା ଅନୁଯାୟୀ FATF କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲସ୍କର-ଇ-ତୋଏବା ଏବଂ ଜୈଶ-ଇ-ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀକୁ ମିଳିଥିବା ସହୟତା ଅର୍ଥ ୭୦-୮୦% ହ୍ରାସ ପାଇଛି।