Odia Raw Officer: କାହିଁକି ମୁଖ୍ୟାଳୟର ୧୦ ମହଲାରୁ ଡେଇଁପଡିଲେ ଓଡ଼ିଆ RAW ଅଫିସର?
Advertisement

Odia Raw Officer: କାହିଁକି ମୁଖ୍ୟାଳୟର ୧୦ ମହଲାରୁ ଡେଇଁପଡିଲେ ଓଡ଼ିଆ RAW ଅଫିସର?

Odia Raw Officer: ଦିଲ୍ଲୀ ଲୋଧୀ ରୋଡସ୍ଥିତ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।

Odia Raw Officer: କାହିଁକି ମୁଖ୍ୟାଳୟର ୧୦ ମହଲାରୁ ଡେଇଁପଡିଲେ ଓଡ଼ିଆ RAW ଅଫିସର?

Odia Raw Officer, ନୂଆଦିଲ୍ଲୀ: ରିସର୍ଚ୍ଚ ଆଣ୍ଡ୍ ଆନାଲିସସ ୱିଙ୍ଗର ଜଣେ ଅଫିସରଙ୍କ ଆତ୍ମହତ୍ୟା । ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ RAW ଅଫିସରଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଲୋଧୀ ରୋଡସ୍ଥିତ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ତେବେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ଖବର ଅନୁଯାୟୀ,  ଆତ୍ମହତ୍ୟା କରିଥିବା ଅଫିସର ଜଣକ ଅନିକେତ କୁମାର ଏବଂ ସେ କଟକର ବାସିନ୍ଦା ବୋଲି ଜଣାପଡ଼ିଛି । ସୋମବାର ସକାଳେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ସେ ଦଶମ ମହଲାରୁ ଡେଇଁ ପଡିଥିଲେବୋଲି କୁହାଯାଉଛି। ଅନିକେତ ଏଭଳି କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ସେ ଗତ କିଛି ଦିନ ଧରି ମାନସିକ ଅବସାଦରେ ରହୁଥିବା କୁହାଯାଉଛି । 

Also Read: Cruel love story: ତିନୋଟି ବଟିକା ଖାଇ ପ୍ରେମିକା ସହ ଯୌନ ସମ୍ପର୍କ ରଖିଲାବେଳେ ଘଟିଗଲା ଅଘଟଣ

ଅନିକେତଙ୍କ ପରିବାରର ସୂଚନା ଅନୁଯାୟୀ,ମଙ୍ଗଳବାର ଅନିକେତଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ। ତେବେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ଏପରି ଆତ୍ମହତ୍ୟା କଲେ । ସେନେଇ ଖୋଳତାଡ଼ ଜାରି ରହିଛି । ଅନିକେତଙ୍କ ମୃତ୍ୟୁ ପଛରେ ମାନସିକ ଅବସାଦ ନା ଆଉ କିଛି କାରଣ ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ଅଫିସ ଆସିବାର କିଛି ସମୟ ପରେ ହିଁ ସେ କୋଠାରୁ ଡେଇଁ ପଡ଼ିଥିବାବେଳେ ଖବର ପାଇ ତାଙ୍କୁ ଲୋଧିରୋଡ ପୋଲିସ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାନସିକ ଚାପ ଯୋଗୁଁ ଅନିକେତ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।